ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ଗଣମାଧ୍ୟମ କମ୍ପାନୀ NDTV ଉପରେ 5.36 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ । ଗଣମାଧ୍ୟମ କମ୍ପାନୀ ନିଜ ବୋର୍ଡରେ ଷଷ୍ଠ ନିଦ୍ଦେଶକଙ୍କୁ ନିଯୁକ୍ତି ଦେବାରେ ବିଳମ୍ବ କରିଥିବାରୁ ସେୟାର ବଜାର ଏନଏସଇ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।
କେବଳ ଏନଏସଇ ନୁହେଁ ବିଏସଇ (ବମ୍ବେ ଷ୍ଟକ ଏକ୍ସଚେଞ୍ଜ) ମଧ୍ୟ ଏହି ସମାନ କାରଣ ଯୋଗୁଁ କମ୍ପାନୀ ଉପରେ 5.36 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି ।
‘‘ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡ (ଏନଏସଇ) 2020 ଅଗଷ୍ଟ 21ରେ ଲେଟର ବା ଇମେଲ ଜରିଆରେ ଏହି ମାମଲାରେ ବିଳମ୍ବ ନେଇ ଜିଏମସି ସମତେ 5,36,900 ଟଙ୍କା ଜୋରିମାନା ଲଗାଇବାକୁ ସୂଚନା ଦେଇଛି । ’’
ଏହା ପୂର୍ବରୁ ମାର୍ଚ୍ଚ 30 ଓ ଜୁନ 29 ରେ କମ୍ପାନୀ ସେବିକୁ କହିଥିଲା କି, ସେ କୋଭିଡ-19 ମହାମାରୀ ଯୋଗୁଁ ବୋର୍ଡରେ ଷଷ୍ଠ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରିପାରୁନାହିଁ ।