ନୂଆଦିଲ୍ଲୀ: କୋରୋନା ଭାଇରସ ମାମଲା ବୃଦ୍ଧି ଓ ବ୍ୟବସାୟିକ କାର୍ଯ୍ୟକଳାପରେ ବାଧକ ସାଜିଥିବା ସମସ୍ୟକୁ ଦୃଷ୍ଟିରେ ରଖି ବୀମା ନିୟାମକ ଇରଡା ଏକ ନୂଆ ଉପାୟ ଆଣିଛି । ବୀମା କମ୍ପାନୀଙ୍କୁ ଇଲୋକ୍ଟ୍ରୋନିକ ଉପାୟରେ ବୀମା ପଲିସି ଅର୍ଥାତ ଇ-ପଲିସି ଜାରି ପାଇଁ ଅନୁମତି ଦେଇଛି ନିୟାମକ ।
ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଇରଡା) ଏକ ସର୍କୁଲାର ଜାରି କରି ଜୀବନ ବୀମା କମ୍ପାନୀଙ୍କୁ ପଲିସି ଡକ୍ୟୁମେଣ୍ଟ ପ୍ରକାଶନ କରି ବୀମାଧାରୀଙ୍କ ପାଖକୁ ପଠାଇବାକୁ କହିଛି । ଏ ନେଇ ସମସ୍ତ ପ୍ରକାର ଛାଡ ଦିଆଯାଇଛି ।
ତେବେ ଏହି ଛାଡ ସର୍ତ୍ତମୂଳକ ଭାବେ ଅନୁମୋଦନ ହୋଇଛି । ଇରଡା କହିଛି ଯେ ଏହି ଛାଡ 2020-21 ମଧ୍ୟରେ ଜାରି କରାଯିବାକୁ ଥବା ସମସ୍ତ ବୀମା ପଲିସି ପାଇଁ ବୈଧ ହେବ। ବିଭିନ୍ନ ବୀମା କମ୍ପାନୀର ଗ୍ରାହକଙ୍କୁ ପଲିସି ପଠାଇ ସମୟରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଇରଡା ଏହି ନିଷ୍ପତ୍ତି ନେଇଛନ୍ତି।
ଇ-ପଲିସି ଦେଖିବା ଏବଂ ବୁଝିବା ପାଇଁ କମ୍ପାନୀଗୁଡ଼ିକୁ ଗ୍ରାହକଙ୍କୁ 30 ଦିନ ସମୟ ଦେବାକୁ ପଡିବ । ଏଥିସହ ଇ-ପଲିସି ନେବା ପାଇଁ ଗ୍ରାହକଙ୍କ ଠାରୁ ସହମତି ମଧ୍ୟ ପାଇବାକୁ ପଡିବ ।
ଯଦି ଗ୍ରାହକ ତଥାପି ଏକ ହାର୍ଡ କପି କିମ୍ବା ଡକ୍ୟୁମେଣ୍ଟ ଦାବି କରନ୍ତି ତେବେ କମ୍ପାନୀଗୁଡିକ ଏହାକୁ ତାଙ୍କ ନିକଟକୁ ପଠାଇବାକୁ ପଡିବ । ଏହି ସମୟରେ, ନିୟାମକ ଜୀବନ ବୀମା କମ୍ପାନୀଗୁଡ଼ିକୁ ପ୍ରତି ତ୍ରୟମାସରେ ସେମାନଙ୍କ ନିବେଶ ରିଟର୍ଣ୍ଣ ଇଲେକ୍ଟ୍ରୋନିକ ମାଧ୍ୟମରେ ପଠାଇବାକୁ ଅନୁମତି ଦେଇଛି ।