ETV Bharat / business

ନୋଭଭାକ୍ସ ଟିକା 90% ପ୍ରଭାବୀ, ସେପ୍ଟେମ୍ବର ସୁଦ୍ଧା ମିଳିବ ଭାରତରେ !

କୋରୋନା ମୁକାବିଲା କରିବାରେ ନୋଭଭାକ୍ସ ଟିକା (ଏନଭିଏକ୍ସ- କୋଭ2373) 90 ପ୍ରତିଶତରୁ ଉର୍ଦ୍ଧ୍ବ ପ୍ରତିଶତ ପ୍ରଭାବୀ । ଶୀଘ୍ର ଭାରତରେ ଏହା ବ୍ୟବହାର ନେଇ ରହିଛି ଆଶା । ଅଧିକ ପଢନ୍ତୁ..

author img

By

Published : Jun 15, 2021, 9:23 PM IST

ନୋଭଭାକ୍ସ ଟିକା 90% ପ୍ରଭାବୀ, ସେପ୍ଟେମ୍ବର ସୁଦ୍ଧା ମିଳିବ ଭାରତରେ !
ନୋଭଭାକ୍ସ ଟିକା 90% ପ୍ରଭାବୀ, ସେପ୍ଟେମ୍ବର ସୁଦ୍ଧା ମିଳିବ ଭାରତରେ !

ନୂଆଦିଲ୍ଲୀ: ଆମେରିକା ବାୟୋଟେକ୍ନୋଲୋଜି କମ୍ପାନୀ ନୋଭଭାକ୍ସ ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟୟ ଟ୍ରାୟଲ ରିଜଲ୍ଟ ଆସିଛି । ଏହି ଭ୍ୟାକ୍ସିନ କୋରୋନା ସଂକ୍ରମଣ ବିରୋଧରେ 90.4 ପ୍ରତିଶତ ପ୍ରଭାବୀ ନେଇ ଜଣାପଡିଛି । ଏଭଳି ସ୍ଥିତିରେ ଏବେ ଭାରତ ସରକାର ଶୀଘ୍ର ନୋଭଭାକ୍ସର ଦୃଢ ତଥ୍ୟ ଆଧାରରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଏହାର ମ୍ୟାନୁଫେକ୍ଚରିଂ ପାର୍ଟନର ଭାବେ କାମ ଆରମ୍ଭ ପାଇଁ କହିବେ ।

ଗୋଟିଏ ବର୍ଷରେ 200 କୋଟି ଡୋଜ (ମାସରେ 5 କୋଟି) କୋରୋନା ଟିକା ଉତ୍ପାଦନ ପାଇଁ ନୋଭଭକ୍ସ ଏବଂ ସେରମ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଅଗଷ୍ଟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସେପ୍ଟେମ୍ବର-ଡିସେମ୍ବର ସୁଦ୍ଧା ଏହାର ଡୋଜ ମିଳିବ ବୋଲି ଆଶା କରାଯାଉଛି । ଆବଶ୍ୟକତା ଅନୁଯାୟୀ ଡୋଜ ସଂଖ୍ୟା ବୃଦ୍ଧି କରାଯାଇପାରେ ।

କୋରୋନାର ଅଲଗା ଅଲଗା ଭେରିଏଣ୍ଟରୁ ପ୍ରୋଟେକ୍ଟ କରିବା ପାଇଁ ବି ପ୍ରଭାବଶାଳୀ ନୋଭଭାକ୍ସ । ତେବେ ଭଲ ରିଜଲ୍ଟ ଯୋଗୁଁ ଶୀଘ୍ର ଏହି ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବ ବୋଲି ଆଶା ରହିଛି ।

ସମଗ୍ର ବିଶ୍ବରେ ଟିକା ସଙ୍କଟ ଉପୁଜିଥିବା ବେଳେ କମ୍ପାନୀ ଏହାର ପ୍ରଭାବୀ ନେଇ ଫଳାଫଳ ଜାରି କରିଛି । ଚୁକ୍ତି ଅନୁସାରେ କମ ଓ ମଧ୍ୟମ ଆୟ ଥିବା ଦେଶ ଓ ଭାରତ ପାଇଁ ଅତିକମରେ 100 କୋଟି ଡୋଜ ଉତ୍ପାଦନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.