ETV Bharat / business

‘ବ୍ୟାଙ୍କ କର୍ମୀଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ କ୍ଷତି ପହଞ୍ଚାଇବାର ଅନୁମତି କାହାର ନାହିଁ’ - Cop assaults bank staff in Gujarat

ମହିଳା ବ୍ୟାଙ୍କ କର୍ମୀଙ୍କ ସହ ମାରପିଟର ଏକ ଭିଡିଓକୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ତତ୍ପର ସୀତାରମଣ । ସେ କହିଛନ୍ତି କି ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ କ୍ଷତି ପହଞ୍ଚାଇବାର ଅନୁମତି କାହାକୁ ଦିଆଯାଇପାରିବ ନାହିଁ । ଅଧିକ ପଢନ୍ତୁ...

Nothing should threaten safety, dignity of bank employees: FM

author img

By

Published : Jun 24, 2020, 3:58 PM IST

ନୂଆଦିଲ୍ଲୀ: ସୁରଟରେ ଏକ ମହିଳା ବ୍ୟାଙ୍କ କର୍ମୀଙ୍କ ସହ ବ୍ୟାଙ୍କ ପରିସରରେ ମାରପିଟ ଘଟଣାର ଭିଡିଓ ଭାଇରାଲର ଗୋଟିଏ ଦିନ ପରେ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବୁଧବାର ସୀତରମଣ କହିଛନ୍ତି କି, ଏହି ମାମଲାରେ ତାଙ୍କର ନଜର ରହିଛି । ସେ କଡା ଭାଷାରେ ଏହାକୁ ନିନ୍ଦା କରିବା ସହ କହିଛନ୍ତି, ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ କ୍ଷତି ପହଞ୍ଚାଇବାର ଅନୁମତି କାହାକୁ ଦିଆଯାଇପାରିବ ନାହିଁ ।

ଟ୍ବିଟ କରି ସୀତାରମଣ ଜଣାଇଛନ୍ତି କି, ତାଙ୍କ କାର୍ଯ୍ୟଳୟ ସୁରଟ ସହରର ପୋଲିସ କମିଶନର ଆର.ବି ବ୍ରହ୍ମାଭଟ୍ଟଙ୍କ ସହ ଏ ସମ୍ପର୍କରେ କଥା ହୋଇଛନ୍ତି । ଶୀଘ୍ର ଅଭିଯୁକ୍ତ କନେଷ୍ଟବଳକୁ ତୁରନ୍ତ ନିଲମ୍ବନ କରାଯିବ ବୋଲି ପୋଲିସ କମିଶନର ନିଶ୍ଚିତ କରିଛନ୍ତି ।

ମହିଳା ବ୍ୟାଙ୍କ କର୍ମୀଙ୍କ ସହ ମାରପିଟର ଏହି ଭିଡିଓ ମଙ୍ଗଳବାର ଟ୍ବିଟରରେ ଭାଇରାଲ ହୋଇଥିଲା ।

ତେବେ ଏନେଇ ସୀତାରମଣ କହିଛନ୍ତି କି, ଏହି ପ୍ରସଙ୍ଗରେ ଆମର ତୀକ୍ଷ୍ନ ନଜର ରହିଛି । ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବ୍ୟାଙ୍କ କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଉଛନ୍ତି । ଆଉ ସେମାନଙ୍କ ସୁରକ୍ଷା ଓ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ କାହାକୁ ଅନୁମତି ଦିଆଯିବ ନାହିଁ ।

ଏ ନେଇ ସୀତାରମଣ ସୁରଟ କଲେକ୍ଟରଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି । ତେବେ ସେ ଏବେ ଛୁଟିରେ ରହିଛନ୍ତି । କିନ୍ତୁ ସେ ଏହି ମାମଲାର ନେଇ ପ୍ରାଥମିକତା ରିପୋର୍ଟ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଭରସା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.