ETV Bharat / business

ଜେଟ ଏୟାରୱେଜ ମୁଣ୍ଡରେ ଚଡକ, ଇନ୍ଧନ ଯୋଗାଣ ବନ୍ଦ କଲା ଇଣ୍ଡିଆନ ଅଏଲ

ବକେୟା ଟଙ୍କା ପୂରଣ ନ କରିବା ପର୍ଯ୍ୟନ୍ତ ଜେଟ ଏୟାରୱେଜକୁ ବିମାନ ଇନ୍ଧନ ଯୋଗାଣ ହେବ ନାହିଁ ବୋଲି ରୋକଠୋକ ମନା କରିଦେଇଛି ଇଣ୍ଡିଆନ ଅଏଲ ।

author img

By

Published : Apr 6, 2019, 4:24 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନୀ ଜେଟ ‌ଏୟାରୱେଜକୁ ବଡ ଝଟକା । ବୋଝ ଉପରେ ନଳିତା ବିଡା ପରି ବଢିଚାଲିଛି ସମସ୍ୟା ଭାର । ବକେୟା ଟଙ୍କା ପୂରଣ ନ କରିବା ପର୍ଯ୍ୟନ୍ତ ବିମାନ ଇନ୍ଧନ ଯୋଗାଣ ହେବନାହିଁ ବୋଲି ରୋକଠୋକ ମନା କରିଦେଇଛି ଇଣ୍ଡିଆନ ଅଏଲ ।

ବାକି ଥିବା ଟଙ୍କା ଦେବା ପରେ ହିଁ ବିମାନ ଇନ୍ଧନ ଯୋଗାଣ ଚାଲୁ ହେବ । ସେ ପର୍ଯ୍ୟନ୍ତ ଯୋଗାଣ ଉପରେ ରୋକ ଲଗାଇବାକୁ ଶୁଣାଇ ଦେଇଛି ଇଣ୍ଡିଆନ ଅଏଲ । ତେବେ ତୈଳ କମ୍ପାନୀର ଏହି ନିଷ୍ପତ୍ତିରେ ବିମାନ ପରିଚାଳନାରେ ବେଶ ପ୍ରଭାବ ପଡିବ । ବର୍ତ୍ତମାନ ସମୟରେ ଜେଟ ଏୟାରୱେଜର 119 ବିମାନ ମଧ୍ୟରୁ ଏବେ ମାତ୍ର 20 ଟି ବିମାନ ଚାଲୁଥିବା ବେଳେ ପୁଣି ଏହି ସମସ୍ୟା ବିମାନ କମ୍ପାନୀ ମୁଣ୍ଡରେ ଚଡକ ସଦୃଶ ।

ପ୍ରକାଶ ଥାଉ କି, ଗୁରୁବାର ଇଣ୍ଡିଆନ ଅଏଲ ଜେଟ ଏୟାରୱେଜକୁ ଇନ୍ଧନ ଯୋଗାଣକୁ ଘଣ୍ଟାଏରୁ ଅଧିକ ରୋକିଥିଲା । ପରେ ବିମାନ କମ୍ପାନୀ ପକ୍ଷରୁ ବକେୟା ଟଙ୍କା ମିଳିବା ନେଇ ଆଶ୍ବସନା ମିଳିବା ପରେ ଇନ୍ଧନ ଯୋଗାଣ ହୋଇଥିଲା । ହେଲେ ଆଜି ପୁଣି ସମଗ୍ର ଦେଶର ଜେଟ ଏୟାରୱେଜକୁ ଇନ୍ଧନ ଯୋଗାଣ କରିବାକୁ କମ୍ପାନୀ ସମ୍ପୁର୍ଣ୍ଣ ମନା କରିଦେଇଛି ।

ପୂର୍ବରୁ ମଧ୍ୟ କମ୍ପାନୀ ଏସବିଆଇ ଆଦି ବିଭିନ୍ନ ଆର୍ଥିକ ସଂସ୍ଥା ଠାରୁ ଶହ ଶହ କୋଟି ଟଙ୍କା ଋଣ କରି ଏବେ ସୁଦ୍ଧା ଭରିନାହିଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.