ଚେନ୍ନାଇ: ନୋକିଆର 40 କର୍ମଚାରୀ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଚେନ୍ନାଇର ଶ୍ରୀପେରୁମ୍ବୁଦୁର ସ୍ପେଶାଲ ଇକୋନୋମିକ ଜୋନ(ସେଜ)ରେ ରହିଥିବା କମ୍ପାନୀର ପ୍ଲାଣ୍ଟରେ ଏ ସମସ୍ତ କର୍ମଚାରୀ କାମ କରନ୍ତି । ତେବେ ଏ ନେଇ ରିପୋର୍ଟ ପ୍ରକାଶ ପରେ କମ୍ପାନୀ ପ୍ଲାଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିଛି ।
ପରୀକ୍ଷା କରାଯାଇଥିବା 56 କର୍ମଚାରୀଙ୍କ ମଧ୍ୟରୁ 18 କାଞ୍ଚିପୁରମ ଓ 22 ତିରୁବଲ୍ଲୁର ଓ ଚେଗଲପଟ୍ଟୁର ପଡୋଶୀ ଜିଲ୍ଲାରୁ ଆସିଥିଲେ । ଏହି 40 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସରକାର ଚେନ୍ନାଇର ବାହାର ଅଞ୍ଚଳରେ ରହିଥିବା ଉଦ୍ୟୋଗର ଅନୁମତି ଦେବା ପରେ ମେ 8ରୁ ପ୍ଲାଣ୍ଟ ଚାଲୁ ହୋଇଥିଲା । ତେବେ 50 ପ୍ରତିଶତ ଶ୍ରମବଳ ସହ କାମ କରିବା ସହ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ କମ୍ପାନୀଙ୍କୁ ପରାମର୍ଶ ଦିଆଯାଇଥିଲା । ହେଲେ କିଛି କର୍ମଚାରୀଙ୍କ ଅଭିଯୋଗ ରହିଛି କି ସାମାଜିକ ଦୂରତାରୁ ଅବମାନନା କରିବା ସହ ନିୟମ ଉଲ୍ଲଂଘନ କରାଯାଉଥିଲା ।