ETV Bharat / business

ଇଣ୍ଡିଗୋର ଘୋଷଣା: ବିମାନ ବାତିଲ ପରେବି କଟିବନି କର୍ମଚାରୀଙ୍କ ଦରମା - IndiGo news

କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ଦେଶର ଘରୋଇ ଉଡାଣ ବାତିଲ । ତେବେ ଏଥିପାଇଁ ଅସ୍ଥାୟୀ ଭାବେ କାମ କରୁନଥିବା କର୍ମଚାରୀଙ୍କ ଦରମା କାଟ ହେବ ନାହିଁ ବୋଲି ଇଣ୍ଡିଗୋ ଜଣାଇଛି ।

No salary deduction during flight ban: IndiGo assures staff
ଇଣ୍ଡିଗୋର ଘୋଷଣା: ବିମାନ ବାତିଲ ପରେ ବି କଟିବନି କର୍ମଚାରୀଙ୍କ ଦରମା
author img

By

Published : Mar 24, 2020, 7:14 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ଆତଙ୍କରେ ବାତିଲ ହେଉଛି ବିମାନ ସେବା । ଏଥିପାଇଁ ବହୁ ବିମାନ କମ୍ପାନୀ ଏବେ କ୍ଷତିରେ ବୁଡିଲେଣି । ଏପଟେ ଉଡାଣ ରଦ୍ଦ ଯୋଗୁଁ କର୍ମଚାରୀଙ୍କ ବି କାମ ବନ୍ଦ ରହିଛି । ଏଭଳି ସ୍ଥିତିରେ ଦରମା ହ୍ରାସ କିମ୍ବା ଛୁଟି କଟିବ ନାହିଁ ବେଲି କର୍ମଚାରୀଙ୍କୁ ନିଶ୍ଚିତ କରାଇଛି ଇଣ୍ଡିଗୋ ।

କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସରକାର ମାର୍ଚ୍ଚ 31 ପର୍ଯ୍ୟନ୍ତ ଦେଶର ଘରୋଇ ଉଡାଣକୁ ବାତିଲ କରିଛନ୍ତି । କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇମେଲରେ ଇଣ୍ଡିଗୋ ସିଇଓ ରଞ୍ଜୟ ଦତ୍ତା କହିଛନ୍ତି ଯେ ଏପ୍ରିଲ ପାଇଁ ପୂର୍ବରୁ ହିଁ ଅଗ୍ରିମ ବୁକିଙ୍ଗ ମିଳିସାରିଛି ।

ଇଣ୍ଡିଗୋ କମ କ୍ଷମତା( କମ ଯାତ୍ରୀ )ସହ ମଧ୍ୟ ଉଡାଣ ଭରିବା ପାଇଁ ପ୍ରସ୍ତୁତ ଅଛି । ଦତ୍ତା କହିଛନ୍ତି ଯେ, ଯେଉଁ କର୍ମଚାରୀଙ୍କୁ ଅସ୍ଥାୟୀ ନିଲମ୍ବନ( ଘରେ ରହିବାକୁ ପରାମର୍ଶ) ଅବଧିରେ କାମ କରିବାକୁ ପଡୁନି । ସେମାନଙ୍କ ଦରମା ଆଦୌ କାଟ ହେବ । ଏପରିକି ସେମାନଙ୍କ ଛୁଟି ସଂଖ୍ୟା ମଧ୍ୟ ହ୍ରାସ ହେବ ନାହିଁ ।

ଦତ୍ତା କହିଛନ୍ତି ଯେ, ବିମାନ ସେବା ବ୍ୟହତ ପାଇଁ ଗତ କିଛି ଦିନ ଅତ୍ୟନ୍ତ ଚ୍ୟାଲେଞ୍ଜିଙ୍ଗ ରହିବ । ଆସନ୍ତା କିଛି ସପ୍ତାହ ମଧ୍ୟ ଆୟ, ଖର୍ଚ୍ଚ ଠାରୁ କମ୍ ହେବ । ଏଭଳି ପରିସ୍ଥିତିରେ ଆମକୁ ଗୋଟି ଗୋଟି ସଞ୍ଚୟ କରିବାକୁ ପଡିବ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.