ETV Bharat / business

ପେଟ୍ରୋଲିଅମ ପ୍ରଡକ୍ଟକୁ ଜିଏସଟି ପରିସରକୁ ଆଣିବା ପ୍ରସ୍ତାବ ନାହିଁ: ସୀତାରମଣ - ଜିଏସଟି ଅଧିନରେ ପେଟ୍ରୋଲ

ପେଟ୍ରୋଲ ଓ ଡିଜେଲରୁ କେନ୍ଦ୍ର ଏବଂ ରାଜ୍ୟ ମୋଟା ଅଙ୍କର ଟିକସ ରାଜସ୍ବ ପାଉଛନ୍ତି । ଏଣୁ ଏହାକୁ ଜିଏସଟି ପରସରରୁ ବାହାରେ ରଖାଯାଇଛି । ସେପଟେ ଅର୍ଥମନ୍ତ୍ରୀ କହିଛନ୍ତି ଏହି ଉତ୍ପାଦ ଜିଏସଟି ପରିସରକୁ ଆସିବା ନେଇ କୌଣସି ଯୋଜନା ନାହିଁ । ଅଧିକ ପଢନ୍ତୁ..

ପେଟ୍ରୋଲିମ ପ୍ରଡକ୍ଟକୁ  ଜିଏସଟି ପରିସରକୁ ଆଣିବା ପ୍ରସ୍ତାବ ନାହିଁ : ସୀତାରମଣ

author img

By

Published : Mar 16, 2021, 5:39 PM IST

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ । ଯାହାର ପ୍ରଭାବ ପରିବହନ ଉପରେ ପଡୁଥିବାରୁ ଖାଦ୍ୟ ସାମଗ୍ରୀ ମହଙ୍ଗା ହେଉଛି । ତଥାପି କମୁନି ପେଟ୍ରୋଲ ଓ ଡିଜେଲ ଦାମ । ଏଭଳି ସ୍ଥିତିରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି ଦେବାକୁ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନରେ ଆଣିବା ନେଇ ତେଜିଛି ଦାବି । ତେବେ ଏ ସମ୍ପର୍କରେ କୌଣସି ପ୍ରବସ୍ତାବ ରହିନଥିବା ନେଇ ସୋମବାର ଲୋକସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥମନ୍ତ୍ରୀ କହିଛନ୍ତି କି, ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ , ବିମାନ ଇନ୍ଧନ ଓ ପ୍ରାକୃତିକ ଗ୍ୟାସକୁ ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧିନରେ ଆଣିବା ନେଇ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ।

ଦେଶରେ 2017 ଜୁଲାଇ ପହିଲାରେ ଜିଏସଟି ଲାଗୁ ପରେ ପେଟ୍ରୋଲିୟମ ଉତ୍ପାଦକୁ ଏହା ପରିସରରୁ ବାଦ ଦିଆଯାଇଥିଲା । କାରଣ ଏହି ଉତ୍ପାଦ ଉପରେ ଲାଗୁ କର କେନ୍ଦ୍ର ଓ ରାଜ୍ୟ ସରକାରକଙ୍କ ରାଜସ୍ବର ଏକ ବଡ ଭାଗ ହୋଇଥାଏ । ତେବେ ଏହି ବିଭିନ୍ନ କର ବୋଝ ଉପଭୋକ୍ତାଙ୍କୁ ଚାପଗ୍ରସ୍ଥ କରିଦେଇଛି । ଏଣୁ ଏହାକୁ ଜିଏସଟି ପରିସରକୁ ଆଣିବା ଦ୍ବାରା ପେଟ୍ରୋଲ ଡିଜେଲ, ଏଟିଏଫ ଆଦି ଶସ୍ତା ହେବ ବୋଲି କୁହାଯାଇଛି ।

ଏ ନେଇ ସୋମବାର ଅର୍ଥମନ୍ତ୍ରୀ ଜଣାଇଛନ୍ତି କି , ଆଇନ ଅନୁସାରେ ଜିଏସଟି ପରିଷଦ ଏ ସମ୍ବନ୍ଧରେ ନିଷ୍ପତ୍ତି ନେଇପାରିବ । ଆଉ ଏବେ ସୁଦ୍ଧା ଜିଏସଟି ପରିଷଦ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନରେ ସାମିଲ ନେଇ କୌଣସି ସୂଚନା ଦେଇନାହିଁ । ସୀତାରମଣ ମୁତାବକ ଜିଏସଟି ପରିଷଦ ଯେବେ ସମ୍ବନ୍ଧିତ କାରକକୁ ଦୃଷ୍ଟିରେ ରଖି ଉଚିନ ମନେ କରିବ ସେତେବେଳେ ଏହି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରରେ ଆଣିବା ପ୍ରସ୍ତାବ ଉପରେ ବିଚାର କରିପାରେ ।

ସେହିଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ବର୍ଷେ ତଳେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପ୍ରତି 19.98 ଟଙ୍କା ଥିଲା ବେଳେ ଏବେ ଏହା 32 .9 ଟଙ୍କାକୁ ବଢିଛି । ଏଭଳି ଭାବେ ଡିଜେଲରେ ଏହା 15.83 ଟଙ୍କା ରହିଥିଲା ବେଳେ ଏବେ ଏହା 31. 8 ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.