ETV Bharat / business

ମିଶିବ 10 ବ୍ୟାଙ୍କ, କର୍ମଚାରୀଙ୍କୁ ଘାରିଲାଣି ଛଟେଇ ଚିନ୍ତା

10ଟି ସରକାରୀ ବ୍ୟାଙ୍କର ମିଶ୍ରଣ ନେଇ ଚିନ୍ତାରେ କର୍ମଚାରୀ । ଚାକିରୀ ଯିବା ଭୟରେ ପ୍ରତିବାଦ ଆରମ୍ଭ କରିଦେଲେଣି । ଏପଟେ କିନ୍ତୁ ଏହିସବୁ ମିଶ୍ରଣ ବ୍ୟାଙ୍କର କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି କହିଛନ୍ତି ଅର୍ଥ ସଚିବ ରାଜୀବ କୁମାର ।

author img

By

Published : Aug 31, 2019, 3:26 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: 10ଟି ସରକାରୀ ବ୍ୟାଙ୍କର ବିଲୟରେ ସୃଷ୍ଟି ହେବ 4 ବୃହତ୍ତ ବ୍ୟାଙ୍କ । ଏହି ମେଗା ବ୍ୟାଙ୍କିଙ୍ଗ ସମ୍ମିଶ୍ରଣ ପରେ ଦେଶରେ ମୋଟ 12ଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିବ । ଏଥିପାଇଁ ସହାୟକ ପୁଞ୍ଜି ବି ମିଳିବ । ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିବା ପରେ କର୍ମଚାରୀଙ୍କୁ ଘାରିଲାଣି ଚାକିରୀ ଚିନ୍ତା ।

ଏକା ସମୟରେ ଏତେ ବ୍ୟାଙ୍କର ମିଶ୍ରଣ ନିଯୁକ୍ତିକୁ ପ୍ରଭାବିତ କରିବ । ଏ ନେଇ ଜାଣିପାରି ବ୍ୟାଙ୍କ ସଂଘଗୁଡିକ ପ୍ରତିବାଦ କରିଛନ୍ତି । ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ପକ୍ଷରୁ କୁହାଯାଇଛି ଯେ, ସରକାର ଯେଉଁ ପ୍ରସ୍ତାବ ଆଣିଛନ୍ତି, ତା ପଛରେ କୌଣସି ବଳିଷ୍ଠ ଏଜେଣ୍ଡା ନାହିଁ । ଆର୍ଥିକ ସ୍ଥିରତା ଭୌଗୋଳିକ ଦୃଷ୍ଟିକୋଣକୁ ବିଚାର ନ କରି ସରକାର ଏଭଳି ପଦକ୍ଷେପ ନେଉଛନ୍ତି । ଦେଶର ଆର୍ଥିକ ସଙ୍କଟ ବେଳେ ଏଭଳି ନିଷ୍ପତ୍ତି ଅସ୍ଥିରତା ସୃଷ୍ଟି କରିପାରେ । ଏଥିସହ ଏହି ମହାବିଲୟ ଦ୍ବାରା ପ୍ରମୁଖ ବ୍ୟାଙ୍କର ବହୁ ଶାଖା ବନ୍ଦ ହୋଇଯିବ । ଫଳରେ ଗ୍ରାହକ ବ୍ୟାଙ୍କ ସେବାରୁ ବଞ୍ଚିତ ହୋଇପାରନ୍ତି । ଆଗାମୀ ଦିନରେ ଏହି ବିରୋଧ ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି ।

ତେବେ କର୍ମଚାରୀଙ୍କ ଟେନସନ ଦେଖି ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି ଯେ, ମିଶ୍ରଣ ଦ୍ବାରା ଏହି ସବୁ କର୍ମଚାରୀଙ୍କ ଚାକିରୀ ଉପରେ କୌଣସି ସଙ୍କଟ ଆସିବ ନାହିଁ । କାହାକୁ ମଧ୍ୟ ଚାକିରୀରୁ ଛଟେଇ କରାଯିବ ନାହିଁ । ଏହି ସବୁ ବଡ ବ୍ୟାଙ୍କର ଫୋକସ ଗ୍ଲୋବାଲ ବଜାର ଉପରେ ରହିବ । ଏପଟେ କିନ୍ତୁ ସରକାରଙ୍କ କୌଣସି ପ୍ରସ୍ତୁତି ନଥିବା ଆଶଙ୍କାରେ କର୍ମଚାରୀ ତାତିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.