ETV Bharat / business

ନୀତି ଆୟୋଗ ସତର୍କବାଣୀ, ମଝି ନଈରେ ଅର୍ଥନୀତି

author img

By

Published : Aug 23, 2019, 1:43 PM IST

ବିଗୁଡିଛି ଅର୍ଥନୀତି । ବିପଦ ମୁହାଁ ପରିସ୍ଥିତି । 70 ବର୍ଷର ଖରାପ ସ୍ଥିତିରେ ଅର୍ଥବ୍ୟବସ୍ଥା । ଏହାର କାରଣ ଜିଏସଟି, ବିମୁଦ୍ରିକରଣ ଓ ବିନା ଯାଞ୍ଚରେ ଦିଆଯାଇଥିବା କୋଟି କୋଟି ଟଙ୍କାର ଋଣ । ଏହାକୁ ସୁଧାରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ନୀତି ଆୟୋଗ ଉପାଦକ୍ଷ ରାଜୀବ କୁମାର ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାଙ୍ଗିବା ସ୍ଥିତିରେ ଭାରତ ମେରୁଦଣ୍ଡ । ମାନ୍ଦା ଅବସ୍ଥାରେ ଦେଶ ଅର୍ଥନୀତି । ରୁଗ୍ଣ ରାଜକୋଷ । ବୁଡିବାରେ ଲାଗିଛି ବଡ ବଡ ଘରୋଇ ସଂସ୍ଥା । ମୁଦ୍ରାସ୍ପୀତି ଆକାଶଛୁଆଁ । ଯେଉଁଥିପାଇଁ ଗତ 70 ବର୍ଷର ଖରାପ ସ୍ଥିତିରେ ଅର୍ଥବ୍ୟବସ୍ଥା । ଏ ନେଇ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଟା କରିବା ଦରକାର ବୋଲି ଆଗୁଆ ଚେତାଇଛନ୍ତି ନୀତି ଆୟୋଗ ଉପାଦକ୍ଷ ରାଜୀବ କୁମାର ।

niti aayog vc rajiv kumar said that financial sector unprecedented situation
ଫଟୋ ସୌଜନ୍ୟ- ଏଏନଆଇ‘ଟ୍ବିଟର

ଆର୍ଥିକ ସଙ୍କଟ ଭିତରେ ବିଶେଷ କରି ଘରୋଇ କମ୍ପାନୀଗୁଡିକ ଅଧିକ ପ୍ରଭାବିତ ହେଉଥଛନ୍ତି । ଆବଶ୍ୟକୀୟ ଭିତ୍ତିଭୂମି ଓ ପୁଞ୍ଜିର ଅଭାବ ଯୋଗୁଁ ନିବେଶ ହ୍ରାସ ପାଉଛି । ଏ ପ୍ରତି ସରକାର ଗୁରୁତ୍ବ ଦେବା ଦରକାର । ଯେପରି ଏ ସମସ୍ତ କ୍ଷେତ୍ରକୁ ବୁଷ୍ଟର ମିଳିପାରିବ । ଯାହା ଫଳରେ ମଧ୍ୟମ ବର୍ଗଙ୍କୁ ପ୍ରୋତ୍ସାହିତ ମିଳିବା ସହ ସେମାନଙ୍କ ଆମଦାନୀ ବଢିବ । ଆଉ ଏହାର ସକରାତ୍ମକ ପ୍ରଭାବ ଅର୍ଥନୀତିକୁ ଆଗକୁ ବଢାଇବ ।

ରାଜୀବ କହିଛନ୍ତି ଯେ,ଗତ 70 ବର୍ଷରେ ଏପରି ସଙ୍କଟ କେବେ ଦେଖିବାକୁ ମିଳିନଥିଲା । ଘରୋଇ କ୍ଷେତ୍ରରେ ନିବେଶ ନେଇ ଭରସା ତୁଟିଯାଇଛି । ଏପରିକି ଋଣ ଦେବାକୁ ମଧ୍ୟ କେହି ପ୍ରସ୍ତୁତ ନୁହନ୍ତି। ଏହାର କାରଣ ହେଉଛି 2009-14 ଭିତରେ ଅନ୍ୟାସରେ ଦିଆଯାଇଥିବା ଋଣ । ଯାହାର ପରିଣାମ ସ୍ବରୁପ ଅନାଦେୟ ଋଣ ଭାର ବୃଦ୍ଧି ପାଇବା ସହ ବ୍ୟାଙ୍କର ଋଣ ଦେବା କ୍ଷମତା ହ୍ରାସ ପାଇଛି । ଏହାର ଭରପୋଷଣ ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନୀ (ଏନବିଏଫସି) କରୁଥିଲେ ବି ସୁଧୁରୁନି ସ୍ଥିତି ।

ତେବେ ଏହି ସବୁ ସମସ୍ୟାର ଆଉ ଏକ କାରଣ ହେଉଛି ବିମୁଦ୍ରିକରଣ ,ଜିଏସଟି ଓ ଦେବାଳିଆ ଆଇନ ଲାଗୁ । ଯାହା ଦ୍ବାରା ପୂରା ଆର୍ଥିକ ପ୍ରଣାଳୀର ନକ୍ସା ବିଗିଡିଯାଇଛି ବୋଲି ରାଜୀବ ମତ ଦେଇଛନ୍ତି ।

Intro:Body:

dd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.