ETV Bharat / business

ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସରେ ଖସିଲା ଓଡିଶା ନମ୍ବର

author img

By

Published : Jan 21, 2021, 4:07 PM IST

ନୀତି ଆୟୋଗର ‘ଭାରତ ନବୋନ୍ମେଷ ସୂଚକାଙ୍କ 2020’ ଦ୍ବିତୀୟ ସଂସ୍କରଣ ଉନ୍ମୋଚିତ । ବିଭିନ୍ନ ବର୍ଗରେ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ଅଗ୍ରଣୀ ହୋଇଥିବା ବେଳେ ବୃହତ୍ତ ରାଜ୍ୟ ବର୍ଗରେ ଓଡିଶାର ସ୍ଥାନ 14ରେ ରହିଛି । ଅଧିକ ପଢନ୍ତୁ..

ନୀତି ଆୟୋଗର ନବସୃଚନ ସୂଚକାଙ୍କ: 14କୁ ଖସିଲା ଓଡିଶା

ନୂଆଦିଲ୍ଲୀ: ‘ଭାରତ ନବୋନ୍ମେଷ ସୂଚକାଙ୍କ 2020’(India Innovation Index-2020)ର ଦ୍ବିତୀୟ ସଂସ୍କରଣ ପ୍ରକାଶ କରିଛି ନୀତି ଆୟୋଗ । ଏଥିରେ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଓ କେରଳକୁ ଶୀର୍ଷ 5 ରାଜ୍ୟରେ ସ୍ଥାନ ମିଳିଛି । ସେପଟେ ଏହି ତାଲିକାରେ ଓଡିଶା ସ୍ଥାନରେ 14ରେ ରହିଛି । ଏହାର ସ୍କୋର 18.94 ଅଛି । 2019 ତୁଳନାରେ ଓଡିଶା 2ଟି ସ୍ଥାନ ତଳକୁ ଖସିଛି ।

ଅଭିନବୀକରଣକୁ ଆଗକୁ ନେବା ପ୍ରୟାସ ଓ ନୂଆ ନୂଆ ପ୍ରଯୁକ୍ତିବିଦ୍ୟା ବ୍ୟବହାରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏଥିରେ ରାଙ୍କ ଦିଆଯାଇଛି । ନୀତି ଆୟୋଗର ଉପାଧ୍ୟକ୍ଷ ଡ.ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତ ଦ୍ବାରା ଏହି ସୂଚକାଙ୍କ ଜାରି କରାଯାଇଥିଲା । ଏହାକୁ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ସ୍ତରରେ ବିକଶିତ କରାଯାଇଛି । ସୂଚକାଙ୍କରେ ଝାଡଖଣ୍ଡ, ଝାଡଖଣ୍ଡ, ଛତିଶଗଡ ଓ ବିହାର ସ୍ଥାନ ସବୁଠୁ ତଳେ ରହିଛି ।

ଏହି ସୂଚକାଙ୍କର ପ୍ରଥମ ସଂସ୍କରଣ 2019 ଅକ୍ଟୋବର ମାସରେ ଉନ୍ମୋଚିତ ହୋଇଥିଲା । ତେବେ ଗତ ବର୍ଷ ଭଳି ଏଥର ମଧ୍ୟ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି । ମହାରାଷ୍ଟ୍ର ଦ୍ବିତୀୟ ଓ ତାମିଲନାଡୁ ତୃତୀୟ, ତେଲେଙ୍ଗାନା ଚତୁର୍ଥ ଏବଂ କେରଳ ପଞ୍ଚମରେ ରହିଛି । ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ପ୍ରତିଯୋଗିତା ସ୍ତର ବଢିଥିବା ଦ୍ବିତୀୟ ସଂସ୍କରଣ ପରିଲିକ୍ଷିତ ହୋଇଛି । ଏହା ବର୍ଷାନୁକ୍ରମିକ ସେମାନଙ୍କର ସମ୍ବଳ କ୍ଷେତ୍ରରେ ଉନ୍ନତି ଆଣିବା ସହ ନବୋନ୍ମେଷ ପ୍ରଦର୍ଶନରେ ସୁଧାର ପାଇଁ ଆବଶ୍ୟକ ।

ବୃହତ୍ତ ରାଜ୍ୟ ଶ୍ରେଣୀରେ କର୍ଣ୍ଣାଟକ ପୂର୍ବ ଭଳି ଶୀର୍ଷ ସ୍ଥାନରେ ଥିବା ବେଳେ ତାମିଲନାଡୁକୁ ଡେଇଁ ମହାରାଷ୍ଟ୍ର ଦ୍ବିତୀୟରେ ଅଛି । ଏହା ପଛକୁ ତେଲେଙ୍ଗାନା, କେରଳ, ହରିୟାଣା,ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ ଓ ପଞ୍ଜାବ ଯଥାକ୍ରମେ ଶୀର୍ଷ 10ଟି ସ୍ଥାନରେ ଅଛନ୍ତି ।

ମୋଟାମୋଟି ପ୍ରଦର୍ଶନ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଚଣ୍ଡିଗଡ଼ 2019 ତୁଳନାରେ ଅଧିକ ଉନ୍ନତି ହାସଲ କରିବା ସହିତ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନ ହାସଲ କରିଛି। ‘ଉତ୍ତର-ପୂର୍ବ/ପାର୍ବତ୍ୟ ରାଜ୍ୟ ବର୍ଗରେ, ହିମାଚଳ ପ୍ରଦେଶ ଦ୍ୱିତୀୟ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ଚଳିତ ବର୍ଷ ଶୀର୍ଷତମ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ 2019ରେ ଏହି ବର୍ଗରେ ଶୀର୍ଷ ସ୍ଥାନ ହାସଲ କରିଥିବା ସିକ୍କିମ ଚଳିତ ଥର ଚତୁର୍ଥ ସ୍ଥାନକୁ ଖସିଆସିଛି।

ପାଞ୍ଚଟି ସମ୍ବଳ ମାପଦଣ୍ଡ ଆଧାରରେ ନବୋନ୍ମେଷ ଇନପୁଟ ମପାଯାଇଥାଏ ଏବଂ ଦୁଇଟି ପ୍ରଦର୍ଶନ ମାପଦଣ୍ଡ ଆଧାରରେ ଆଉଟପୁଟ ମପାଯାଇଥାଏ। ମାନବ ପୁଞ୍ଜି (ହ୍ୟୁମାନ କ୍ୟାପିଟାଲ), ନିବେଶ (ଇନଭେଷ୍ଟମେଣ୍ଟ), ଜ୍ଞାନ କର୍ମୀ (ନଲେଜ ଓ୍ବର୍କର୍ସ), ବ୍ୟବସାୟିକ ପରିବେଶ, ନିରାପତ୍ତା ଏବଂ ଆଇନଗତ ପରିବେଶଗୁଡ଼ିକୁ ସମ୍ବଳ ମାପଦଣ୍ଡ ଭାବେ ଚିହ୍ନଟ କରାଯାଇଥିବା ବେଳେ ଜ୍ଞାନ ପ୍ରଦର୍ଶନ (ନଲେଜ ଆଉଟପୁଟ) ଏବଂ ଜ୍ଞାନ ପ୍ରସାର (ନଲେଜ ଡିଫ୍ୟୁଜନ)କୁ ପ୍ରଦର୍ଶନକାରୀ ମାପଦଣ୍ଡ ଭାବେ ଗ୍ରହଣ କରାଯାଇଛି।

@ପିଆଇବି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.