ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ 100 ଶକ୍ତିଶାଳୀ ମହିଳା ତାଲିକାରେ ଭାରତର ମହିଳା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାୟୋକନ ସଂସ୍ଥାର କିରଣ ମଜୁମଦାର ଶ’ ଓ ଏଚସିଏଲ ଏଣ୍ଟରପ୍ରାଇଜର ସିଇଓ ରୋଶନୀ ନାଦର ମଲହୋତ୍ରା ଏହି ଲିଷ୍ଟରେ ସାମିଲ ଅଛନ୍ତି । ଫୋବର୍ସ ପକ୍ଷରୁ ଏହି ସୂଚୀ ପ୍ରକାଶ ପାଇଛି ।
ଏହି ତାଲିକାର ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛନ୍ତି ଜର୍ମାନ ଚାନ୍ସଲେର ଏଞ୍ଜେଲା ମାର୍କେଲ (Angela Merkel) ପ୍ରଥମ ସ୍ଥାନରେ ରହିଛି । ଏହାକୁ ମିଶାଇ ସେ ଦଶମ ଥର ପାଇଁ ବିଶ୍ବର ସବୁଠୁ ଶକ୍ତିଶାଳୀ ମହିଳା ଭାବେ ଏଥିରେ ସ୍ଥାନ ପାଇଛନ୍ତି ।
ଏଭଳି ଭାବେ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ (ଭାରତୀୟ ବଂଶଦ୍ଭୋବ ) ତୃତୀୟ ସ୍ଥାନରେ ଅଛନ୍ତି । ସେହିଭଳି ନିର୍ମଳା ସୀତାରମଣ ଏହି ତାଲିକାର 41 ତମ ସ୍ଥାନରେ , ରୋଶନୀ ନାଦର 55 ଓ କିରଣ ମଜୁମଦାର ଶ’ 68 ତମ ସ୍ଥାନରେ ଅଛନ୍ତି ।
ଏହି ତାଲିକାରେ କମଲା ହାରିସ୍ ତୃତୀୟ ସ୍ଥାନରେ ଏବଂ ନିର୍ମଳା ସୀତାରମଣ ଏହି ତାଲିକାରେ ୪୧ ତମ ସ୍ଥାନରେ ଅଛନ୍ତି। ୧୭ ତମ ବାର୍ଷିକ ଫୋର୍ବସ୍ ପାୱାର୍ ତାଲିକାରେ ୩୦ ଟି ଦେଶର ମହିଳା ରହିଛନ୍ତି। ଏହି 3 ଜଣ ଗତ ବର୍ଷ ଏହି ତାଲିକାରେ ମଧ୍ୟ ସାମିଲ ଥିଲେ ।
ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରମୁଖ କ୍ରିଷ୍ଟେନ ଲେଗାର୍ଡ ଦ୍ବିତୀୟ ଥର ପାଇଁ ଏହି ଲିଷ୍ଟର ଦ୍ବିତୀୟ ସ୍ଥାନରେ ଅଛନ୍ତି । ମୋଲିଣ୍ଡା ଗେଟସ ପଞ୍ଚମରେ ଅଛନ୍ତି ।
ସୀତାରମଣ ହେଉଛନ୍ତି ପ୍ରଥମ ମହିଳା ଯିଏ କି ଭାରତରେ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି । ସେ ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଯଦିଓ ଇନ୍ଦିରା ଗାନ୍ଧୀ ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ଭାବରେ ଏହି ପୋର୍ଟଫୋଲିଓ ଧରିଥିଲେ ହେଲେ କିଛିଟା ଅବଧୀ ପାଇଁ ମାତ୍ର ।