ETV Bharat / business

ସରକାରଙ୍କ ପ୍ରାଥମିକତା ସମ୍ବନ୍ଧରେ RBI କେନ୍ଦ୍ରୀୟ ବୋର୍ଡକୁ ଅବଗତ କଲେ ଅର୍ଥମନ୍ତ୍ରୀ - ଆରବିଆଇ ବୋର୍ଡର ପ୍ରଥମ ବୈଠକ

ସାଧାରଣ ବଜେଟ ପରେ ଆରବିଆଇ ବୋର୍ଡର ପ୍ରଥମ ବୈଠକ । ଯାହାକି ଭିଡି କନଫରେନ୍ସିଂ ମାଧ୍ୟମରେ ହୋଇଛି । ଆଉ ଏହାକୁ ସୂତାରମଣ ମଧ୍ୟ ସମ୍ବୋଧନ କରିଛନ୍ତି । ବୈଠକରେ ସରକାରଙ୍କ ପ୍ରାଥମିକତା ସମ୍ବନ୍ଧରେ କେନ୍ଦ୍ରୀୟ ବୋର୍ଡକୁ ଅବଗତ କରାଇଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ...

ସରକାରଙ୍କ ପ୍ରାଥମିକତା ସମ୍ବନ୍ଧରେ RBI କେନ୍ଦ୍ରୀୟ ବୋର୍ଡକୁ ଅବଗତ କଲେ ଅର୍ଥମନ୍ତ୍ରୀ

author img

By

Published : Feb 16, 2021, 9:49 PM IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡକୁ ସରକାରଙ୍କ ପ୍ରାଥମିକତା ସମ୍ବନ୍ଧରେ ଅବଗତ କରାଇଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ବଜେଟ ପରେ ଆରବିଆଇ ବୋର୍ଡର ଏହା ପ୍ରଥମ ବୈଠକ ଥିଲା । ଯାହାକି ଭିଡି କନଫରେନ୍ସିଂ ମାଧ୍ୟମରେ ହୋଇଛି । ଆଉ ଏହାକୁ ସୂତାରମଣ ମଧ୍ୟ ସମ୍ବୋଧନ କରିଛନ୍ତି ।

ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀ ପ୍ରତି ବର୍ଷ ବଜେଟ ଆଗତ ପରେ ଆରବିଆଇ ଓ ବଜାୟ ନିୟମାକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)ର ବୋର୍ଡ ସଦସ୍ୟ ସହ ବୈଠକ କରିଥାନ୍ତି । ଏହି ପରିକ୍ଷେପ୍ରୀରେ ଆରବିଆଇ ଏକ ବିବୃତ୍ତିରେ କହିଛି କି ଅର୍ଥମନ୍ତ୍ରୀ ଆରବିଆଇ କେନ୍ଦ୍ରୀୟ ବୋର୍ଡର 587 ତମ ବୈଠକ ସମ୍ବୋଧିତ କରି ସଦସ୍ୟଙ୍କୁ ବଜେଟର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ତଥା ସରକାରଙ୍କ ପ୍ରାଥମିକତା ସମ୍ବନ୍ଧରେ କହିଛନ୍ତି।

ବଜେଟକୁ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରଂଶସା କରିଛି ଆରବିଆଇ । ବୋର୍ଡ କହିଛି କି ସଦସ୍ୟମାନେ ସରକାରଙ୍କ ବିଚାର ପାଇଁ ଅନେକ ପରାମର୍ଶ ଦେଇଛନ୍ତି । 2021-22 ବଜେଟ ଆଗତ ପରେ କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳ ଏହାର ପ୍ରଥମ ବୈଠକରେ ବର୍ତ୍ତମାନ ଆର୍ଥିକ ସ୍ଥିତିର ସମୀକ୍ଷା କରିଛନ୍ତି ।

ବିବୃତ୍ତିରେ କୁହାଯାଇଛି କି ‘‘ବୋର୍ଡ ଏହାର ବୈଠକ ପରେ ବର୍ତ୍ତମାନ ଆର୍ଥିକ ସ୍ଥିତି, ବୈଶ୍ବିକ ଏବଂ ଘରୋଇ ଚ୍ୟାଲେଞ୍ଜ ଓ ରିଜର୍ଭ ବ୍ୟାଙ୍କ ପରିଚାଳନାର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରିଛି । ଯେଉଁଥିରେ ବ୍ୟାଙ୍କରେ ଅଭିଯୋଗ ସମଧାନ ଯନ୍ତ୍ରକୁ ମଜବୁତ କରିବାର ଉପାୟ ସାମିଲ ଅଛି । ତେବେ ମଙ୍ଗଳବାର ହୋଇଥିବା ବୈଠକର ଅଧ୍ୟକ୍ଷତା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରିଛନ୍ତି ।

ବୋର୍ଡରେ ସରକାରଙ୍କ ନାମିତ ନିର୍ଦ୍ଦେଶକ ‘ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା ଓ ଆର୍ଥିକ ବ୍ୟାପର ସଚିବ ତରୁଣ ବଜାଜ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ସୀତାରମଣଙ୍କ ବ୍ୟତିତ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ, ଡିଆଇପିଏଏମ ସଚିବ ତୁହିନ କାନ୍ତ ପାଣ୍ଡେ ମଧ୍ୟ ଉପସ୍ଥିତି ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.