ETV Bharat / business

ଆସନ୍ତା 20ରୁ ଟୋଲ ଫି ଆଦାୟ ଆରମ୍ଭ , ବିରୋଧ କଲା ପରିବହନ ଶିଳ୍ପ

author img

By

Published : Apr 18, 2020, 6:08 PM IST

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଜାରି ଲକଡାଉନ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ସହଜ ପାଇଁ ଟିକସ ସଂଗ୍ରହକୁ ବନ୍ଦ କରିଦିଆଯାଇଥିଲା । ହେଲେ ଆସନ୍ତା 20ରୁ ପୁଣି ଟୋଲ ଟିକସ ସଂଗ୍ରହ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି..

nhai to resume toll collection on national highways from april 20
ଆସନ୍ତା 20ରୁ ଟୋଲ ଫି ଆଦାୟ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା 20ରୁ ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟ ଆରମ୍ଭ କରିବ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଏ ନେଇ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏହାକୁ ପରିବହନ ଶିଳ୍ପ ସହ ଜଡିତ ଲୋକ ବିରୋଧ କରିଛନ୍ତି ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଜାରି ଲକଡାଉନ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ସହଜ ପାଇଁ ଟିକସ ସଂଗ୍ରହକୁ ବନ୍ଦ କରିଦିଆଯାଇଥିଲା ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏନଏଚଏଆଇ କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ, ଅନ୍ତରାଜ୍ୟ ଓ ରାଜ୍ୟ ଭିତରେ ସମସ୍ତ ଟ୍ରକ ଓ ମାଲପରିହନ ଯାନ ଚଳାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଥିଲେ । ଏ ସମ୍ଭନ୍ଧରେ ଏନଏଚଏଆଇକୁ ଗୃହ ମନ୍ତ୍ରଣାଳୟ ଆଦେଶର ପାଳନକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ଏପ୍ରିଲ 20 ରୁ ଟୋଲ ଟ୍ୟାକ୍ସ ସଂଗ୍ରହ କରାଯିବା ଦରକାର ।

ଏପଟେ ପରିବହନ ଉଦ୍ୟୋଗ ସହ ଜଡିତ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରି କହିଛି ଯେ, ଏହା ଅତ୍ୟନ୍ତ ଭୁଲ । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିରବିର୍ଚ୍ଛିନ୍ନ ରଖିବାକୁ ସରକାର ଚାହୁଁଛନ୍ତି । ଏଥିପାଇଁ ଆମର ଗୋଷ୍ଠୀ ତମାମ ବାଧା ପରେ ବି କାମ ଜାରି ରଖିଛନ୍ତି । ହେଲେ ସରକାର ଏବେ ଟିକ୍ସ ସଂଗ୍ରହ ନେଇ କହିଲେଣି ।

ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.