ETV Bharat / business

ଆସନ୍ତା ମାସରୁ ଲାଗୁ ହେବ ନୂଆ TDS ନିୟମ

author img

By

Published : Jun 22, 2021, 5:14 PM IST

TDS/TCS ଆଦାୟ ପାଇଁ ନୂଆ ବ୍ୟବସ୍ଥା । ଆୟକର ବିଭାଗ କହିଛି ଯେ ଜୁଲାଇ 1 ରୁ ଅଧିକ ଟିକସ ଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟରେ ସାହାଯ୍ୟ ପାଇଁ ଟିଡିଏସ ଏବଂ ଟିସିଏସ୍ ସଂଗ୍ରହକାରୀଙ୍କ ପାଇଁ ଏହା ଏକ ନୂତନ ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ..

New system ready for the identification of the person who  collected tds tcs more than july 1 income tax service
ଆସନ୍ତା ମାସରୁ ଲାଗୁ ହେବ ନୂଆ TDS ନିୟମ

ନୂଆଦିଲ୍ଲୀ: ଟିକସର ସରଳୀକରଣ ନେଇ ଆୟକର ବିଭାଗ ଆଣିଲା ନୂଆ ବ୍ୟବସ୍ଥା । ଟିଡିଏସ (ଉତ୍ସରେ କଟାଯାଇଥିବା ଟ୍ୟାକ୍ସ) କାଟ ଓ ଟିସିଏସ (ଉତ୍ସରୁ ସଂଗୃହିତ ଟ୍ୟାକ୍ସ) ସଂଗ୍ରହ ପାଇଁ ସେ ସମସ୍ତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଏକ ନୂଆ ବ୍ୟବସ୍ଥା ବିକଶିତ କରିଛି ବିଭାଗ । ଯେଉଁମାନଙ୍କ ଉପରୁ ଜୁଲାଇ ପହିଲାରୁ ଉଚ୍ଚ ହାରରେ କର ଆଦାୟ କରାଯିବ ।

ଆର୍ଥିକ ବର୍ଷ 2020-21 ବଜେଟରେ ଏହି ବ୍ୟବସ୍ଥା ହୋଇଛି ଯେ, ଗତ 2 ଆର୍ଥିକ ବର୍ଷରେ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ସେମାନଙ୍କ ମାମଲାରେ ସୋର୍ସ ଉପରେ କର କାଟ ଓ ସୋର୍ସ ଉପରେ କର ସଂଗ୍ରହ ଅଧିକ ହାରରେ ହେବ । 2 ବର୍ଷରେ ପ୍ରତ୍ୟେକରେ 50,000 କିମ୍ବା ତା’ଠାରୁ ଅଧିକ ଟିକସ ରିହାତି ଦିଆଯାଉଛି, ସେମାନଙ୍କ ଉପରେ ଏହି ନିୟମ ଲାଗୁ ହେବ ।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି) ସୋମବାର ସର୍କୁଲାର ଜାରି କରି ରିଟର୍ଣ୍ଣ ଭରୁନଥିବା ଲୋକଙ୍କ ମାମଲାରେ ଉଚ୍ଚ ଦରରୁ କଟ କାଟ ଓ ସଂଗ୍ରହକୁ ନେଇ ଧାରା 206ଏବି ଓ 206 ସିସିଏର କାର୍ଯ୍ୟନ୍ବୟନକୁ ନେଇ ସର୍କୁଲାର ଜାରି କରାଯାଇଛି ।

ଆୟକର ବିଭାଗ 2021-22 ଆରମ୍ଭରେ ‘ବିଶିଷ୍ଟ ବ୍ୟକ୍ତିଙ୍କ’ ଲିଷ୍ଟ ପ୍ରସ୍ତୁତ କରିଦେଇଛି । ଏହି ଲିଷ୍ଟ ପ୍ରସ୍ତୁତ ସମୟରେ 2018-19 ଓ 2019-20ରେ ଗତ 2 ସମ୍ବନ୍ଧିତ ବର୍ଷ ଉପରେ ଧ୍ୟାନ ଦିଆଯାଇଛି । ଏହି ସୂଚୀରେ ସେହି କରଦାତାଙ୍କ ନାଁ ରହିଛି , ଯେଉଁମାନେ ଆକଳନ ବର୍ଷ 2019-20 ଓ 2020-21 ପାଇଁ ରିଟର୍ଣ୍ଣ ଦାଖଲ କରିନାହାନ୍ତି । ଆଉ ଏହି 2 ବର୍ଷରେ ପ୍ରତ୍ୟେକରେ ସେମାନଙ୍କ ମୋଟ ଟିଡିଏସ ଓ ଟିସିଏସ 50,000 ଟଙ୍କା ଅଥବା ଏହା ଠାରୁ ଅଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.