ETV Bharat / business

‘କୋଭିଡ ଅନିଶ୍ଚିତତା ଦୂର ପରେ ଘୋଷଣା ହୋଇପାରେ ନୂଆ ଆର୍ଥିକ ଘୋଷଣା’ - ଫିକ୍କି ୱେବିନାର

ବର୍ତ୍ତମାନ ସମୟରେ ଲାଗି ରହିଥିବା ଅନିଶ୍ଚିତତା ଯୋଗୁଁ ଲୋକମାନେ ଖର୍ଚ୍ଚ କରିବା ବଦଳରେ ଏହାର ସଞ୍ଚୟ ପାଇଁ ଯୋଜନା କରୁଛନ୍ତି । ଏଣୁ ଟୀକା ପ୍ରସ୍ତୁତକୁ ଅପେକ୍ଷା । ଯାହା ଦ୍ବାରା ଚାହିଦା ବଢିବ ।ଅଧିକ ପଢନ୍ତୁ..

କୋଭିଡ ଅନିଶ୍ଚିତତା ଦୂର ପରେ ଘୋଷଣା ହେବ ନୂଆ ଆର୍ଥିକ ଘୋଷଣା

author img

By

Published : Jul 22, 2020, 7:12 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ସହ ଜଡିତ ଅନିଶ୍ଚିତତା ଶେଷ ହେବା ପରେ ସରକାର ଚାହିଦା ବଢାଇବା ପାଇଁ ନୂଆ ଆର୍ଥିକ ଉପାୟର ଘୋଷଣା କରିପାରନ୍ତି । ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ବୁଧବାର ଏ ନେଇ କହିଛନ୍ତି ।

ଏଥିମଧ୍ୟରେ ସେ ବର୍ତ୍ତମାନ ପରିସ୍ଥିତିର ମୁକାବିଲା କରିବା ପାଇଁ ନୀତି ନିର୍ମାଣ ପାଇଁ ମହତ୍ବପୂର୍ଣ୍ଣ ଦର୍ଶାଇଛନ୍ତି । ପ୍ରମୁଖ ବାଣିଜ୍ୟ ଓ ଉଦ୍ୟୋଗ ପ୍ରତିନିଧିତ୍ବ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକ୍କି) ଦ୍ବାରା ଆୟୋଜିତ ୱେବିନାରକୁ ସମ୍ବୋଧିତ କରି ସୁବ୍ରମଣ୍ୟମ କହିଛନ୍ତି କି, କୋଭିଡ-19 ଟୀକା ଯଦି ପ୍ରସ୍ତୁତ ହୋଇଯାଏ , ତେବେ ଏହି ମହାମାରୀ ନେଇ ବଜାରରେ ବିସ୍ତାର କରିଥିବା ଅନୁଶ୍ଚିତତା ବହୁ ମାତ୍ରାରେ ହ୍ରାସ ହେବ ।

ସେ କହିଛନ୍ତି କି, ‘‘ ସରକାରଙ୍କ ସ୍ତରରେ ଯାହା ହୋଇପାରିବ ସେ ନେଇ ଚେଷ୍ଟା ହେଉଛି । ଯାହାକି ଉପଯୋଗୀତା ବଢାଇବା ପାଇଁ ଜରୁରୀ ରହିଛି । କିନ୍ତୁ ଏଥିରେ ସମୟ ଓ ପରିସ୍ଥିତି ବହୁତ ଗୁରୁତ୍ବପୂର୍ଣ୍ଣ । ଯେପର୍ଯ୍ୟନ୍ତ ଅନିଶ୍ଚିତତା ଅଛି, ଏପରିକି ଲୋକଙ୍କ ପକେଟରେ ଟଙ୍କା ଥିଲେ ବି ତାହାକୁ ସେମାନେ ବ୍ୟାଙ୍କରେ ରଖିବାକୁ ପସନ୍ଦ କରିବେ । ’’

ଏହାର ଉଦାରଣ ଦେଇ ସୁବ୍ରମଣ୍ୟମ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧିନରେ ଖୋଲାଯାଇଥିବା ଖାତାରେ ଜମାରାଶି 20,000 କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ବର୍ତ୍ତମାନ ସମୟରେ ଲାଗିରହିଥିବା ଅନିଶ୍ଚିତତା ଯୋଗୁଁ ଲୋକମାନେ ଖର୍ଚ୍ଚ କରିବା ବଦଳରେ ଏହାର ସଞ୍ଚୟ ପାଇଁ ଯୋଜନା କରୁଛନ୍ତି ।

କହିବା ଅର୍ଥ କି ଯଦି ଟୀକା ପ୍ରସ୍ତୁତ ହୋଇଯାଏ, ତେବେ ଏହି ଅନିଶ୍ଚିତତା ଦୂର ହୋଇଯିବ । ଆଉ ସେହି ସମୟରେ ଆର୍ଥିକ ପ୍ରୋତ୍ସାହନ ବହୁତ ଉଚିତ ହେବ । ଫଳରେ ଚାହିଦା ବଢିବ । ଉପଯୋଗୀତା ବୃଦ୍ଧି ପାଇବ ବୋଲି ସୁବ୍ରମଣ୍ୟମ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.