ETV Bharat / business

‘ନାରୀ ନୁହେଁ ତୁ ନାରାୟଣୀ’, ସବୁଠି ଆଗରେ ମହିଳା - empowerment

ନାରୀ ନୁହେଁ ତୁ ନାରାୟଣୀ ନାରାରେ କମ୍ପିଲା ସଂସଦ। ମହିଳା ସଶକ୍ତିକରଣ ନେଇ ନିର୍ମଳା ବାଣ୍ଟିଲେ ଅଦ୍ଭୂଦପୂର୍ଣ୍ଣ ଅନୁଭୂତି।

ଫାଇଲ ଫଟୋ
author img

By

Published : Jul 5, 2019, 1:51 PM IST

ନୂଆଦିଲ୍ଲୀ: ଦୀର୍ଘ 49 ବର୍ଷ ପରେ ଜଣେ ମହିଳାଙ୍କ ହାତରେ ଦେଶର ଆର୍ଥିକ ମେରୁଦଣ୍ଡ। ଏଥିପାଇଁ ମହିଳାଙ୍କ ଆଶା ମଧ୍ୟ ବହୁତ ରହିଥିଲା । ତେବେ ଆଜି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ନାରୀ ନୁହେଁ ତୁ ନାରାୟଣୀ’ର ନାରା ଦେଇଥିଲେ । ଏଥିସହ ମହିଳାଙ୍କ ଗୁରୁତ୍ୱ ଦେଶର ଅର୍ଥନୀତି ଓ ବିକାଶ କ୍ଷେତ୍ରରେ କେତେ ରହିଛି ତାହାର ସେ ବ୍ୟାଖ୍ୟା କରିଛନ୍ତି।

ଏହି ସମୟରେ ସୀତାରମଣ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଲେଖିଥିବା ପତ୍ର ସମ୍ପର୍କରେ ଉଠାଇଥିଲେ। ସେ କହିଛନ୍ତି ଯେ, ‘ଦୁନିଆର କଲ୍ୟାଣ ସେତେବେଳେ ପର୍ଯ୍ୟନ୍ତ ସମ୍ଭବ ନୁହେଁ, ଯେବେ ଯାଏଁ ମହିଳାଙ୍କ ସ୍ଥିତି ସୁଧରିବ ନାହିଁ। ’

ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ମହିଳାଙ୍କ ଭାଗିଦାରୀ ଏକ ସୁନେଲୀ କାହାଣୀ । ଏପରି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ମହିଳାଙ୍କ ଯୋଗଦାନ କମ ରହିଛି। ଚଳିତ ନିର୍ବାଚନରେ ମହିଳା ମତଦାତା ରେକର୍ଡ କରିଛନ୍ତି । ଏପରିକି 78 ଜଣ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ମହିଳାଙ୍କ ପାଇଁ ଘୋଷଣା

  • ମୁଦ୍ରା, ଷ୍ଟାର୍ଟଅପ ଓ ,ଷ୍ଟାଣ୍ଡଅପ ସ୍କିମ ଜରିଆରେ ମହିଳାଙ୍କୁ ପ୍ରାଥମିକତା ଦିଆଯିବ ।
  • ଜନଧନ ଯୋଜନାରେ ଅନ୍ତଭୁକ୍ତ ମହିଳା ହିତାଧିକାରୀଙ୍କୁ 5 ହଜାରର ଓଭରଡ୍ରାଫ୍ଟ ।
  • ମୁଦ୍ରା ସ୍କିମରେ SHG ମହିଳା 1 ଲକ୍ଷ ପର୍ଯ୍ୟନ୍ତ ରଣ ନେଇପାରିବେ
  • ମହିଳା ସେଲ୍ଫ ସ୍କିମକୁ ପ୍ରାଧାନ୍ୟ ଦେବାକୁ WSGକୁ ଅଗ୍ରାଧିକାର ଦିଆଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.