ETV Bharat / business

ନୀରବ ମୋଦିଙ୍କୁ ଶକ୍ତ ଧକ୍କା: ସମ୍ପତ୍ତି ଜବତ, ନୋଟିସ ଜାରି

author img

By

Published : May 13, 2021, 5:43 PM IST

ଜବତ ହେବ ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କ ସମ୍ପତ୍ତି । ଏ ନେଇ ଗୁରୁବାର ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ନୀରବ ମୋଦିଙ୍କୁ ଶକ୍ତ ଧକ୍କା, ସମ୍ପତ୍ତି ଜବତ ନୋଟିସ ଜାରି

ମୁମ୍ବାଇ: ପଳାତକ ଆର୍ଥିକ ଅପରାଧୀ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବଢିଲା ଅଡୁଆ । ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କ ସମ୍ପତ୍ତି ଜବତ ହେବ । ଏ ନେଇ ଗୁରୁବାର ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ନୋଟିସ ଜାରି କରିଛନ୍ତି ।

ପଳାତକ ଆର୍ଥିକ ଅପରାଧି ଅଧିନିୟମ 2018 ଅଧିନରେ ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ନୀରବ ମୋଦି ଓ ତାଙ୍କ ଭଉଣୀ ପୂରବୀ ମେହେତାଙ୍କୁ ନୋଟିସ ଜାରି କରିଛନ୍ତି । 5 ମାସ ତଳେ ସରକାରୀ ସାକ୍ଷୀ ସାଜିଥିଲେ ଭଉଣୀ ପୂରବୀ ।

ତଥ୍ୟ ଅନୁସାରେ ସ୍ବତନ୍ତ୍ର ଜଜ V.C ବର୍ଜେ ମୁମ୍ବାଇରେ 11 ଜୁନରେ ହାଜର ପାଇଁ ନୋଟିସ ଦେଇଛନ୍ତି । ବାର୍ଡେ ତାଙ୍କୁ କହିବାକୁ ମଧ୍ୟ କହିଛନ୍ତି କି, 2018 ମସିହା ଆରମ୍ଭରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଦାଖଲ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଉଭୟ ଭାଇଭଉଣୀ ଏବଂ ଅନ୍ୟ ଗୋଷ୍ଠୀ କମ୍ପାନୀର ସମ୍ପତ୍ତି ଜବତ କାହିଁକି କରାଯିବ ନାହିଁ , ତାହା ଦର୍ଶାଇବାକୁ କୋର୍ଟ ସେମାନଙ୍କୁ କହିଛନ୍ତି ।

ମୋଦି ଏବେ ବ୍ରିଟେନ କୋର୍ଟରେ ଭାରତ ପ୍ରତ୍ୟାପଣ କାର୍ଯ୍ୟାନୁଷ୍ଠାନ ସାମ୍ନା କରୁଛନ୍ତି । ଏଥିସହ ଜେଲରେ ଦୀର୍ଘଦିନ ଧରି ରହିଥିବା ନୀରବ ଜାମିନ ପାଇଁ ଆବେଦନ ପରେ ଆବଦେନ କରିଆସୁଛନ୍ତି । ଏପଟେ ମୁମ୍ବାଇ କୋର୍ଟଙ୍କ ସମ୍ପତ୍ତି ଜବତ ନୋଟିସ ତାଙ୍କ ଆଇନଗତ ଲଢେଇକୁ କଠିନ କରିଛି ।

ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ବ୍ୟତିତ ଅନ୍ୟ କେତେ ଜଣ ମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ 14,000 କୋଟି ଟଙ୍କାର ଠକେଇ କରିଥିଲେ । ଆଉ ଏ ନେଇ ଚାଲିଥିବା ମାମଲାର 3 ବର୍ଷ ପରେ ଏଭଳି ଶୁଣାଣୀ କରିଛନ୍ତି କୋର୍ଟ ।

ଫେବୃଆରୀ 2018 ରେ, ମୁମ୍ବାଇର ଜଣେ ମାଜିଷ୍ଟ୍ରେଟ୍ ମୋଦିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁନ୍ 2018 ରେ ଇଣ୍ଟରପୋଲ ଏକ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ଯାହା ପରେ ଭାରତ ଅଗଷ୍ଟ 2018 ରେ ବ୍ରିଟେନ କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟର୍ପଣ ଦାବି କରିଛି । ମାର୍ଚ୍ଚ 2019 ରେ ନୀରବ ମୋଦିଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.