ETV Bharat / business

ବିଶ୍ବର ଚତୁର୍ଥ ଧନୀ ହେଲେ ମୁକେଶ ଅମ୍ବାନୀ, ଜାଣନ୍ତୁ ଟପ୍-10ରେ କିଏ ? - ମୁକେଶ ଅମ୍ବାନୀ

ବିଶ୍ବକର ଧନୀକ ଲିଷ୍ଟରେ ମୁକେଶ ଅମ୍ବାନୀଙ୍କ ଅଗ୍ରଗତି । ଫ୍ରାନ୍ସର ବର୍ଣ୍ଣାଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ଏହି ସୂଚୀ ଚତୁର୍ଥ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ । ଅଧିକର ପଢନ୍ତୁ..

ବିଶ୍ବର ଚତୁର୍ଥ ଧନୀ ହେଲେ ମୁକେଶ ଅମ୍ବାନୀ
ବିଶ୍ବର ଚତୁର୍ଥ ଧନୀ ହେଲେ ମୁକେଶ ଅମ୍ବାନୀ
author img

By

Published : Aug 8, 2020, 5:42 PM IST

ନୂଆଦିଲ୍ଲୀ: ଏସିଆର ନମ୍ବର ୱାନ ଧନୀ ମୁକେଶ ଅମ୍ବାନୀ ଏବେ ବିଶ୍ବର ଚତୁର୍ଥ ଧନୀ ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନାରୀ ସୂଚୀରେ ଏନେଇ ପ୍ରକାଶ କରାଯାଇଛି । ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ 80.2 ବିଲିୟନ ଡଲାର ଅର୍ଥାତ 6.04 ଲକ୍ଷ କୋଟିକୁ ବୃଦ୍ଧି ପାଇଛି ।

ରିଲାଏନ୍ସ ଇଣ୍ଡଷ୍ଚ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ଏ ବର୍ଷ 22 ବିଲିୟନ ଡଲାର ବୃଦ୍ଧି ହୋଇଛି । କୋରୋନା ମାହାମାରୀ ମଧ୍ୟରେ ତାଙ୍କ କମ୍ପାନୀ ଜିଓ ପ୍ଲାର୍ଟଫର୍ମର ବିନିବେଶ ପ୍ରକ୍ରିୟା ଆରମ୍ଭ ଯୋଗୁଁ 1.5 ଲକ୍ଷ କୋଟିରୁ ଅଧିକ ଫଣ୍ଡ ସେ ଏକଜୁଟ କରିବାରେ ସକ୍ଷମ ହୋଇଛନ୍ତି । ଏଥିସହ ଆରଆଇଏଲର ବଜାର ପୁଞ୍ଜିକରଣ ପରିମାଣ ମଧ୍ୟ ବଢିଚାଲିଛି ।

ତେବେ ଏହି ବିଲିୟନାରୀ ସୂଚୀର ପ୍ରଥମରେ ମାର୍କ ଜୁକରବର୍ଗ ଅଛନ୍ତି । ସେହିପରି ଦ୍ବିତୀୟ , ବିଲ ଗେଟସ , ତୃତୀୟ ରେ ଜେଫ ବେଜୋସ ଅଛନ୍ତି । ବଡ କଥା କି ମୁକେଶ ଅମ୍ବାନୀ ପୂର୍ବରୁ ଚତୁର୍ଥ ସ୍ଥାନରେ ରହିଥିବା ଫ୍ରାନ୍ସର ବର୍ଣ୍ଣାଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ଏହି ସୂଚୀରେ ଉପରକୁ ଉଠିଛନ୍ତି । ଏଥର ପଞ୍ଚମରେ ବର୍ଣ୍ଣାଡ ଅଛନ୍ତି । ଏହି 5 ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ।

ଜାଣନ୍ତୁ ବିଶ୍ୱର ଶ୍ରେଷ୍ଠ 10 ଧନୀକ-

  1. ଜେଫ୍‌ ବେଜୋସ
  2. ବିଲ୍ ଗେଟ୍ସ
  3. ମାର୍କ ଜୁକରବର୍ଗ
  4. ମୁକେଶ ଅମ୍ବାନୀ
  5. ବର୍ଣ୍ଣାଡ ଆର୍ନାଲ୍ଟ
  6. ୱାରେନ୍ ବଫେଟ୍
  7. ଷ୍ଟିଭ୍ ବଲ୍ମର୍
  8. ଲ୍ୟାରି ପେଜ
  9. ସର୍ଗେ ବ୍ରେନ
  10. ଏଲନ୍‌ ମସ୍କ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.