ETV Bharat / business

ଭାରତର ନମ୍ବର ୱାନ ଧନୀ ମୁକେଶ, ଦ୍ବିତୀୟରେ ଗୌତମ ଆଦାନୀ - Forbes List

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 84.5 ବିଲିୟନ ଡଲାର ସମ୍ପତ୍ତି ସହ ଫୋବର୍ସ ସୂଚୀରେ ଭାରତର ସବୁଠୁ ଧନୀ ସ୍ଥାନ ହାତେଇଛନ୍ତି । ଅଧିକ ପଢନ୍ତୁ..

ଭାରତର ନମ୍ବର ୱାନ ଧନୀ ମୁକେଶ , ଦ୍ବିତୀୟରେ ଗୌତମ ଆଦାନୀ

author img

By

Published : Apr 7, 2021, 8:45 PM IST

ନୂଆଦିଲ୍ଲୀ: ଫୋବର୍ସ ଧନୀ ତାଲିକାର ଶୀର୍ଷରେ ମୁକେଶ ଅମ୍ବାନୀ । 84.5 ବିଲିୟନ ଡଲାର ସମ୍ପତ୍ତି ସହ ଭାରତର ନମ୍ବର ୱାନ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ସେହିଭଳି ଏହି ସୂଚୀରେ ଆଦାନୀ ଗ୍ରୁପର ଗୌତମ ଆଦାନୀ ଅଛନ୍ତି ଦ୍ବିତୀୟ ସ୍ଥାନରେ ।

କୋଭିଡ-19 ମହାମାରୀ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଋଣ ମୁକ୍ତ କରିବା ଲକ୍ଷ୍ୟକୁ ହାସଲ ପାଇଁ ମୁକେଶ ଅମ୍ବାନୀ ବିଭିନ୍ନ ଚୁକ୍ତି ମାଧ୍ୟମରେ 35 ବିଲିୟନ ଡଲାର ଫଣ୍ଡ ଏକଜୁଟ କରିବାରେ ସଫଳ ହୋଇଛନ୍ତି । ଫୋବର୍ସ କହିଛି କି, ଫେସବୁକ ଓ ଗୁଗୁଲ ଭଳି ନିବେଶକଙ୍କୁ ମୁକେଶ ଅମ୍ବାନୀ ନିଜର ଟେଲିକମ ୟୁନିଟ ଟେଲିକମ ୟୁନିଟ ଜିଓର ଏକୃତୃତୀୟାଂଶ ଅଂଶ ବିକ୍ରି କରିଦେଇଛନ୍ତି । ଆଉ କେକେଆର ଓ ଜେନରାଲ ଅଟଲାଣ୍ଟିକ ଭଳି ପ୍ରାଇଭେଟ ଇକ୍ୟୁଟି ଫାର୍ମାକୁ ରିଲାଏନ୍ସ ରିଟେଲର 10 ପ୍ରତିଶତ ବିକ୍ରି କରିଛନ୍ତି । ଏଥିସହ ରିଲାଏନ୍ସର ସେୟାରର 7.3 ବିଲିୟନ ଡଲାର ରାଇଟସ ଇସ୍ୟୁ ମିଳିଛି ।

ଭାରତର ଦ୍ବିତୀୟ ସବୁଠୁ ଧନୀ ଭାରତୀୟ, ଗୌତମ ଆଦାନୀ ମଧ୍ୟ ନିଜର ଗ୍ରୁପର କାରବାରରେ ବିବିଧତା ଆଣିଛନ୍ତି । ସେ ଭାରତୀୟ ବିମାନ ବନ୍ଦର ପ୍ରବନ୍ଧନ ଓ ପରିଚାଳନା ବ୍ୟବସାୟରେ ଗୁରୁତ୍ବପୂର୍ଣ୍ଣ ଅଂଶଧନ ହାତେଇଛନ୍ତି । ଯାହାର ମୋଟ ମୂଲ୍ୟ 50.5 ବିଲିୟନ ଡଲାର ରହିଛି ।

ସେହିଭଳି ତୃତୀୟ ସବୁଠୁ ଧନୀ ଭାରତୀୟ ଏଚସିଏଲର ଫାଉଣ୍ଡର ଶିବ ନାଦର । ଫୋବର୍ସର 10 ସବୁଠୁ ଧନୀ ଭାରତୀୟ ଲିଷ୍ଟ ଅନୁସାରେ ନାଦରଙ୍କ ପାଖରେ 23.5 ବିଲିୟନ ଡଲାର ସମ୍ପତ୍ତି ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.