ETV Bharat / business

ଚିନ୍ତା ବଢାଉଛି ମୁଦ୍ରାଋଣ: ମିଳୁନି ବକେୟା, ବଢୁଛି ଏନପିଏ - Mudra scheme

ମୁଣ୍ଡବିନ୍ଧା ପାଲଟିଲାଣି ‘ମୁଦ୍ରା’ଯୋଜନା । ବଢିଚାଲିଛି ବ୍ୟାଙ୍କର ଅନାଦେୟ ଋଣଭାର । ଫଳରେ କାରବାର ପ୍ରଭାବିତ ହେବା ସହ ବ୍ୟାଙ୍କର ଋଣ କ୍ଷମତା ମଧ୍ୟ କମୁଛି । ତେବେ ଏନେଇ ସରକାରଙ୍କୁ କଣ ପଦକ୍ଷେପ ନେବା ଦରକାର ? କିପରି ବ୍ୟାଙ୍କକୁ ମିଳିବ ତାର ବକେୟା .. ଅଧିକ ପଢନ୍ତୁ

Mudra scheme faces loan effect
ଚିନ୍ତା ବଢାଉଛି ମୁଦ୍ରାଋଣ: ମିଳୁନି ବକେୟା,ବଢୁଛି ଏନପିଏ
author img

By

Published : Dec 9, 2019, 6:49 PM IST

ହାଇଦ୍ରାବାଦ: ଲୋକଙ୍କୁ ସ୍ବାବଲମ୍ବୀ କରି ଦେଶରୁ ବେକାରୀ ହଟାଇବାକୁ ସରକାର ଆରମ୍ଭ କଲେ ମୁଦ୍ରାଋଣ ଯୋଜନା । ବିନା କୌଣସି ବନ୍ଧକରେ ଦିଆଗଲା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ହେଲେ ଏବେ ଏହା ଅର୍ଥବ୍ୟବସ୍ଥାରେ ବାଧକ ସାଜିଛି । ବ୍ୟାଙ୍କ କ୍ଷମତାକୁ ସଙ୍କୁଚିତ କରୁଛି । ଋଣ ଗ୍ରହିତା ଟଙ୍କା ପରିଶୋଧ କରୁଥିବାରୁ ଅନାଦେୟ ଋଣଭାର ବଢିଚାଲିଛି । ଫଳରେ ବ୍ୟାଙ୍କ କାରବାର ମାତ୍ରାଧିକ ଭାବେ ପ୍ରଭାବିତ ହେଉଛି ।

ଏଥିଲାଗି ଏହି ଋଣ ଗୁଡିକର ଯାଞ୍ଚ ପାଇଁ ବ୍ୟାଙ୍କଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଡେପୁଟି ଗଭର୍ଣ୍ଣର ଏମ କେ ଜୈନ ମୁଦ୍ରାଋଣର ପ୍ରତ୍ୟେକ ଦିଗକୁ ନେଇ ବିଚାର ବିମର୍ଶ କରିଛନ୍ତି । ଋଣ ବଦଳରେ ଏନପିଏ ବୃଦ୍ଧି କାହିଁକି ହେଉଛି ? ଏଥିପାଇଁ ଜବାବ ରଖିବାକୁ ସେ ବ୍ୟାଙ୍କକୁ କହିଛନ୍ତି ।

ଏହା ପୂର୍ବରୁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏନେଇ ଚିନ୍ତା ପ୍ରକଟ କରି ଚେତାବନୀ ଦେଇଥିଲେ ଯେ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବେପାରୀଙ୍କୁ ଋଣ ଦେବା ଦ୍ବାରା ସମସ୍ୟା ଉପୁଜିପାରେ । ଏଥିପାଇଁ ସରକାର ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।

କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ସହ ବ୍ୟବସାୟିକ ସଂସ୍ଥାଗୁଡିକୁ ଶସ୍ତାରେ ଋଣ ଯୋଗାଇଦେବା ଲାଗି ୨୦୧୫ରେ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ଋଣ ଯୋଜନା ଆରମ୍ଭ କରିଥିଲେ । ଏହା ଅନୁଯାୟୀ ଗତ ସାଢେ 4 ବର୍ଷରେ 10 କୋଟି ଟଙ୍କାର ଲୋନ ଦିଆଯାଇଛି । ଫଳରେ 21 କୋଟି ଲୋକ ଏହାଦ୍ବାରା ଉପକୃତ ହୋଇଛନ୍ତି ।

ଏହି କାରଣରୁ, କୋଟିକୋଟି ସଂଖ୍ୟା ଲଘୁ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବା ସହ ସେମାନଙ୍କ ଉନ୍ନତି ହୋଇଛି । ହେଲେ ଏପରି ବହୁ ବ୍ୟବସାୟୀ ବିଭିନ୍ନ କାରଣରୁ ଟଙ୍କା ପରିଶୋଧ କରିନଥିଲେ । ଫଳରେ 2016-17ରେ 5,067 କୋଟି, 2017-18ରେ 7,277 କୋଟି ଓ 2018-19ରେ 16,481 କୋଟିର ଋଣ ଟଙ୍କା ଆଉ ଫେରସ୍ତ ମିଳିନି । ଯାହାକି ଚଳିତ ବର୍ଷ ଆହୁରି ବୃଦ୍ଧି ନେଇ ଆଶଙ୍କା କରାଯାଉଛି । ବଡ କଥା ହେଉଛି , ଟଙ୍କା ପରିଶୋଧ ହେଉନଥିବା ଋଣର ସର୍ବାଧିକ ଅଂଶ ରାଷ୍ଟ୍ରାୟତ ବ୍ୟାଙ୍କର । ଏହି ଲିଷ୍ଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସବୁଠୁ ଆଗରେ ରହିଛି । ଏହା ପଛକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କ ରହିଛି । ଏହି ବ୍ୟାଙ୍କଗୁଡିକରେ ବକେୟା ଋଣର ଅନୁପାତ 2017-18ରେ 2.58% ,2018-19ରେ ବଢି 2.68% ପହଞ୍ଚିଛି ।

ମୁଦ୍ରାଋଣ ସୂଚୀ ?

ବିମୁଦ୍ରିକରଣ ପରେ କ୍ଷୁଦ୍ର ବେପାରୀଙ୍କୁ ବଡ ଝଟକା ଦେଇଥିଲା । ପରେ ପୁଣି ବୋଝ ଉପରେ ନଳିତା ବିଡା ପରି ଲାଗୁ ହୋଇଥିଲା ଦ୍ରବ୍ୟ ଓ ସେବା କର( ଜିଏସଟି ) । ଏଥିଯୋଗୁଁ କୋଟି କୋଟି ବେପାରୀଙ୍କ ରୋଜଗାରରେ ତାଲା ପଡିଯାଇଥିଲା । ଏପରି ବହୁ କ୍ଷୁଦ୍ର ବେପାରୀ, ଯେଉଁମାନେ ମୁଦ୍ରା ଯୋଜନା ଜରିଆରେ ଟଙ୍କା ଉଧାର ନେଇଥିଲେ, ସେମାନେ ଆଉ ଟଙ୍କା ପରିଶୋଧ ପାଇଁ ସକ୍ଷମ ହୋଇପାରିନଥିଲେ ।

ବଜାରରେ ପ୍ରତିଯୋଗିତାର ମୁକାବିଲା କରି ନପାରି ବଡ ସଂଖ୍ୟାରେ କପଡା, ବେକାରୀ ଓ ଟିଫିନ ସେଣ୍ଟର ସହ ଜଡିତ ବେପାରୀ ହାତ ଯୋଡିଦେଲେ । ନିର୍ମାଣ ଉଦୌଗରେ କାରବାରୀ ଯଦିଓ ଋଣ ପରିଶୋଧ କରୁଥିଲେ , କିନ୍ତୁ ଚୀନ ଓ ଭିଏତନାମ ଆଦି ରାଷ୍ଟ୍ର ସହ କମ ଦାମରେ ପ୍ରଡକ୍ଟ ବିକ୍ରି କରି ପ୍ରତିଦ୍ବନ୍ଦୀର ସାମ୍ନା କରିବା ପାଇଁ ଅସଫଳ ରହିଲେ । ଏପେଟ ବହୁ ବ୍ୟାଙ୍କ ନିୟମ ଆଧାରରେ ଲୋନ ଦେଇଚାଲିଥିଲେ , ଯାହାଫଳରେ ଟଙ୍କା ଫେରସ୍ତରେ ସମସ୍ୟା ଉପୁଜିଲା ।

କଣ ପଦକ୍ଷେପ ଉଠାଯିବ ?

ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କର ବକେୟା ଋଣ ଫେରସ୍ତ ଏବଂ ଆଗକୁ ଦିଆଯିବାକୁ ଥିବା ଲୋନର ପ୍ରକ୍ରିୟା ଉପରେ ତୁରନ୍ତ ପୁର୍ନବିଚାର କରିବା ଆବଶ୍ୟକ । ଏସ କେ ସିହ୍ନା କମିଟିର ପରାମର୍ଶକୁ ମାନି, ଏମଏସଏମଇ କ୍ଷେତ୍ରର ବେପାରୀଙ୍କୁ ଶଶି, କିଶୋର ଓ ତରୁଣ ଯୋଜନା ଆଧାରରେ ଦିଆଯାଉଥିବା ଋଣକୁ 10 ଲକ୍ଷରୁ ବଢାଇ 20 ଲକ୍ଷ କରିବା ଦରକାର ।

ବକେୟା ବୃଦ୍ଧି କାରଣରୁ ବେପାରୀଙ୍କୁ ଋଣ ଦେବା ବନ୍ଦ କରାଯାଇପାରିବ ନାହିଁ । ଏଥିପାଇଁ ଯୁଦ୍ଧକ୍ଷେତ୍ର ଭଳି ନୂଆ ଦିଶାନିର୍ଦ୍ଦେଶ ଓ ବକେୟା ଲୋନରେ ବ୍ୟାଙ୍କକୁ ରିହାତି ଆବଶ୍ୟକ । ବ୍ୟାଙ୍କ ଗୁଡିକର ମିଶ୍ରଣ ଫଳରେ ବକେୟା ଲୋନ ବଡ ସମସ୍ୟା ସୃଷ୍ଟି କରିପାରେ । ଏଣୁ ବ୍ୟାଙ୍କର ବକେୟାକୁ କିପରି ଫେରସ୍ତ ଅଣାଯାଇପାରିବ ସେ ନେଇ ଧ୍ୟାନ ଦରକାର । ନଚେତ ଏମଏସଏମଇ କ୍ଷେତ୍ରରେ ଦିଆଯାଇଥିବା ଲୋନ ଏନପିଏର ପରିଣତ ହେବାକୁ ବିଳମ୍ବ ହେବନାହିଁ ।

ମାନ୍ଦାବସ୍ଥା ଭିତରେ ରହିଥିବା ବ୍ୟାଙ୍କର ବକେୟା ଲୋନ ଫେରସ୍ତ ପାଇଁ ସଠିକ ରଣନୀତି ଜରୁରୀ । ଯଦି ଏପରି ନ ହୁଏ , ତେବେ ଲୋନ ଶୀଘ୍ର ଏନପିଏରେ ପରିଣତ ହେବ । ଆରବିଆଇ ଦ୍ବାରା ଜାନୁଆରୀରେ ଏମଏସଏମଇ କ୍ଷେତ୍ରର ବେପାରୀଙ୍କୁ ସହଯୋଗ ପାଇଁ ‘ସିଙ୍ଗଲ ଟାଇମ ଲୋନ କି ଇଷ୍ଟେବଲିଶମେଣ୍ଟ ସ୍କିମ’କୁ ବ୍ୟାଙ୍କ ତୁରନ୍ତ ଆପଣାଇବା ଆବଶ୍ୟକ । ସରକାର, ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥାକୁ ଏମଏସଏମଏଇ କ୍ଷେତ୍ରରେ ଠିଆ କରିବାକୁ ଆହୁରି ଦୃଢ ପଦକ୍ଷେପ ନିଆଯାଉ ।

ପବ୍ଲିକ ସେକ୍ଟର ବ୍ୟାଙ୍କର ଅବେହେଳା ?

ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କକୁ ମୁଦ୍ରା ଲୋନକୁ ଫେରସ୍ତରେ, ଯେଉଁସବୁ ଅବହେଳା ରହିଛି ତାହା ମଧ୍ୟ ଚିନ୍ତାର କାରଣ । ଘରୋଇ କ୍ଷେତ୍ରର ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନରେ ଲୋନ ଆଦାୟର ଗତି ଜୋରଦାର ରହିଛି । ଏଣୁ ବକେୟା ଲୋନ ସଂଖ୍ୟା ମଧ୍ୟ କମ । ମୁଖ୍ୟ କ୍ଷେତ୍ର ଓ ଏମଏସଏମଇ କ୍ଷେତ୍ରର ବିକାଶ ଦରରେ ହ୍ରାସ କାରଣରୁ ମୁଦ୍ରା ଲୋନ ପରିଶୋଧରେ ବ୍ୟତିକ୍ରମ ଦେଖାଦେଇଛି । ସେପଟେ ଲୋନରୁ ବଞ୍ଚିବା ପ୍ରବୃତ୍ତି ମଧ୍ୟ ଏନପିଏ ବୃଦ୍ଧିର ମୁଖ୍ୟ କାରଣ । ଯାହାକି ଦେଶର ଆର୍ଥିକ ସ୍ବାସ୍ଥ୍ୟବସ୍ଥା ପାଇଁ ଚିନ୍ତାଜନକ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.