ETV Bharat / business

ଦେଶର ମେରୁଦଣ୍ଡକୁ ମଜବୁତ ପାଇଁ କଣ ରହିଛି MSMEର ଭୂମିକା, ପଢନ୍ତୁ.. - indian Economy

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେ 13 ତାରିଖରେ ଏମଏସଏମଇ ସେକ୍ଟର ପାଇଁ 6ଟି ବଡ ଘୋଷଣା କରି କ୍ଷୁଦ୍ର ଉଦ୍ୟୋଗକୁ ସଶକ୍ତ କରାଇବାକୁ ସଞ୍ଜିବନୀ ଦେଇଛନ୍ତି । ତେବେ ଏହି ସେକ୍ଟର ଭାରତ ଅର୍ଥନୀତି ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ? ଅଭିବୃଦ୍ଧିରେ ଏହାର ଯୋଗଦାନ ହାର କେତେ ରହିଛି ? ସେ ନେଇ ଇଟିଭି ଭାରତର ତଥ୍ୟ ଭିତ୍ତିକ ଉପସ୍ଥାପନା....

contribution of MSME Sector to the Indias GDP
ଏମଏସଏମଇ
author img

By

Published : May 28, 2020, 7:08 PM IST

Updated : May 28, 2020, 9:05 PM IST

ହାଇଦ୍ରାବାଦ: ଅର୍ଥବ୍ୟବସ୍ଥାକୁ ବିକାଶିତ କରିବା ପାଇଁ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ( ଏମଏସଏମଇ)ର ଯୋଗଦାନ ଗୁରୁତ୍ବପୂର୍ଣ୍ଣ ରହିଥାଏ । ଏହା ଏକ ବିକାଶଶୀଳ ଅର୍ଥନୀତିର ମେରୁଦଣ୍ଡ । ଲୋକଙ୍କୁ ରୋଜଗାରକ୍ଷମ କରିବା କ୍ଷେତ୍ରରେ ଏହି ସେକ୍ଟର ପ୍ରମୁଖ ଭୂମିକା ନିଭାଇଥାଏ । ସେହିଭଳି ମୋଟ ଘରୋଇ ଉତ୍ପାଦ(ଜିଡିପି) ଓ ରପ୍ତାନୀରେ ମଧ୍ୟରେ ଏହାର ଭାଗୀଦାରୀ ଅଧିକ ରହିଥାଏ ।

ଭାରତ ଭଳି ଜନବହୁଳ ଦେଶର ସିଂହଭାଗ ଜୀବିକା ଏମଏସଏମଇ ସେକ୍ଟର ଉପରେ ନିର୍ଭରଶୀଳ । ଏହି କ୍ଷେତ୍ରରେ ଲକ୍ଷାଧିକ କୁଶଳ, ଅର୍ଦ୍ଧ-କୁଶଳ / ଅଣକୁଶଳଙ୍କୁ ନିଯୁକ୍ତି ମିଳିଥାଏ । ଦେଶ ଅଭିବୃଦ୍ଧିରେ ଏମଏସଏମଇର ଭୂମିକାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟିର ମେଗା ପ୍ୟାକେଜ ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ସେକ୍ଟରକୁ 6 ରିଲିଫ ଡୋଜ ଦିଆଯାଇଛି ।

ଭାରତର ମୋଟ ଘରୋଇ ଉତ୍ପାଦରେ ଏମଏସଏମଇ ସେକ୍ଟରର ଯୋଗଦାନ

ଆର୍ଥିକ ବର୍ଷ

ଜିଡିପିରେ ଏମଏସଏମଇର ଭାଗିଦାରୀ

2016-17 29.30%
2017-18 29.70%
2018-19 30.30%

ଏମଏସଏମଇ ସେକ୍ଟରର ସମସ୍ୟା

  1. ଭାରତ 2014ରେ ବିଶ୍ବ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ଇଣ୍ଡେକ୍ସରେ 2014ରେ 142 ନମ୍ବରରୁ ଉପରକୁ ଉଠି 2020ରେ 63 ନମ୍ବରରେ ପହଞ୍ଚିଲାଣି । ତଥାପି ବି ଏମଏସଏମଇ ଉଦ୍ୟୋଗର ଦୁର୍ଦ୍ଦଶା କମିନି ।
  2. ବିମୁଦ୍ରିକରଣ ସଂଘର୍ଷ ଓ ଜିଏସଟି ସଂସ୍କାର ମଧ୍ୟରେ ଚାପି ହୋଇଯାଇଥିବା ଏହି ସେକ୍ଟର ପୁଣି ଅଣ୍ଟା ସଳଖି ଆସୁଥିଲା ବେଳେ ଏବେ କୋରୋନା ଭାଇରସ ଓ ଲକଡାଉନ ମାଡରେ ଏହା ଅଣନିଶ୍ବାସୀ ହୋଇପଡିଛି ।
  3. କୋରୋନା କାଳରେ ସବୁଠୁ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି ଆର୍ଥିକ ଉତ୍ସ । ଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ନିଜ କାରବାର ବଞ୍ଚାଇବାକୁ ବହୁତ ସଂଘର୍ଷ କରିବାକୁ ପଡୁଛି । କାରଣ ନଗଦ ପ୍ରବାହ ଜାରି ରହିଲେ କାରବାର ସୁଗମ ହେବା ସମ୍ଭବ ।
  4. ଏପଟେ ଲକଡାଉନ ମଧ୍ୟରେ ଏମଏସଏମଇ ସେକ୍ଟର ସେମାନଙ୍କ ଦ୍ରବ୍ୟ ଓ ସେମାବାର ଉତ୍ପାଦନ ଓ ବିକ୍ରି କରିପାରୁନାହାନ୍ତି । ବ୍ୟବସାୟ ବନ୍ଦ ରହିଛି । ଆୟ ନାହିଁ । ଫଳରେ ଅନେକ ନିଜ ମାସିକ ଖର୍ଚ୍ଚ ତୁଲାଇବା ଓ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇପାରୁନାହାନ୍ତି ।
  5. ଅଧିକାଂଶ ଏମଏସଏମଇ କୌଣସି ବି ସ୍ଥାନରେ ପଞ୍ଜିକୃତ ନୁହନ୍ତି । ଆଉ ଏହାର ମୁଖ୍ୟ ଓ ବଡ କାରଣ ହେଉଛି ସେମାନେ ବହୁତ କ୍ଷୁଦ୍ର ।
  6. ଏପରିକି ଜିଏସଟିର ଏକ ନିଜସ୍ବ ସୀମା ରହିଛି । ଆଉ ଅଧିକାଂଶ ମାଇକ୍ରୋ ଉଦ୍ୟୋଗ ଏଥିପାଇଁ ଯୋଗ୍ୟ ହୋଇପାରୁନାହାନ୍ତି । ଏଭଳି ଔପଚାରିକ ନେଟୱର୍କୁ ବାହାର ହେବା ଯୋଗୁଁ ସେମାନଙ୍କ ଆକାଉଣ୍ଟକୁ ଅପଡେଟ କରିବା, କର ପରିଶୋଧ କିମ୍ବା ନିୟାମକ ମାନଦଣ୍ଡର ପାଳନ କରିବା ଆବଶ୍ୟକତା ପଡୁନି ।
  7. ଏହା ଦ୍ବାରା ସେମାନଙ୍କ ଖର୍ଚ୍ଚ ହ୍ରାସ ହେଉଛି । ହେଲେ ଯେହେତୁ ବର୍ତ୍ତମାନଙ୍କ ସଙ୍କଟର ସମୟ । ଏଣୁ ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି।
  8. ଏଭଳି ସମୟରେ ଜରୁରୀ ଆବଶ୍ୟକତା ପାଇଁ କେତେକ ବିକଶିତ ଦେଶରେ ସରକାର କ୍ଷୁଦ୍ର କମ୍ପାନୀଙ୍କୁ ସିଧା ଶ୍ରମ ସବସିଡ ଏବଂ ଅତିରିକ୍ତ ଋଣ ଦେବା ପାଇଁ ଚେଷ୍ଠା କରୁଛନ୍ତି । ତେବେ ଏହା ସମ୍ଭବ ହୋଇପାରୁଛି କାରଣ ଅତି କ୍ଷୁଦ୍ର ଫାର୍ମ ମଧ୍ୟ ମ୍ୟାପ ଅର୍ଥାତ ପଞ୍ଜିକୃତ ଅଛନ୍ତି ।
  9. ବର୍ତ୍ତମାନ ପୁନଃଆରମ୍ଭ ପାଇଁ ଏକ ବଡ଼ ପ୍ରତିବନ୍ଧକ ହେଉଛି ଶ୍ରମ ଉପଲବ୍ଧତାର ଅଭାବ । କୋରୋନା କଟକଣା ଯୋଗୁଁ କାମଧନ୍ଦା ନଥିବାରୁ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି । ଫଳରେ ପ୍ଲାଣ୍ଟ, କାରଖାନାରେ ଶ୍ରମ ଶକ୍ତି କମ ହୋଇପଡିଛି ।
  10. ମାର୍ଚ୍ଚ 25ରୁ ଦେଶ ବ୍ୟାପୀ ଜାରି ରହିଥିବା ଏହି ଲକଡାଉନ ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି କରୁଛି , କଣ ଏହି କ୍ଷୁଦ୍ର ଫାର୍ମାଗୁଡିକ ପୁଣି ଏହି ସଙ୍କଟରୁ ମୁକୁଳିପାରିବେ । କାରଣ ଏହାର ମୁକାବିଲା ପାଇଁ ପାଖରେ ପର୍ଯ୍ୟାପ୍ତ ନଗଦ ନାହିଁ ।

ଭାରତରେ ଏମଏସଏମଇରେ ବାଧା ସୃଷ୍ଟି କରୁଥିବା ଅନ୍ୟ ସମସ୍ୟା

  • ଏମଏସଏମଇ ମୁଖ୍ୟତଃ ଶାରିରୀକ ଭିତ୍ତିଭୂମି (physical infrastructure)ଅଭାବ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହେଉଛି ।
  • ପୁଞ୍ଜିର ଅଭାବ
  • ଅଧିକାଂଶ MSME ପାଣ୍ଠି ଅଣ ଔପଚାରିକ ଉତ୍ସରୁ ଆସିଥାଏ ଏବଂ ଏହି ତଥ୍ୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
  • ସୁଲଭ ସୁଧ ହାରରେ ପର୍ଯ୍ୟାପ୍ତ ଋଣ ମିଳିବାରେ ସମସ୍ୟା
  • ଉତ୍ପାଦନର ମାର୍କେଟିଂ
  • ପୁରୁଣା ଟେକ୍ନୋଲୋଜି
  • ଦକ୍ଷ କୁଶଳୀ ଶ୍ରମ ବଳର ଅଭାବ
  • ଋତୁକାଳୀନ ଶ୍ରମିକ ଦ୍ବାରା ମଧ୍ୟ ରୋଜଗାରରେ ବାଧା ସୃଷ୍ଟି ହୁଏ । କାମ ପ୍ରଭାବିତ ହୁଏ ।
  • ବିଶ୍ବ ବଜାର ସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟ
  • ଚାହିଦା ହ୍ରାସ
  • କଞ୍ଚାମାଲ ଅଭାବ
  • ମାର୍କେଟିଂ, ଶ୍ରମିକ, ପରିଚାଳନାରେ ସମସ୍ୟା

ଅଧିକ ପଢନ୍ତୁ..MSMEକୁ ବିନା ଗ୍ୟାରେଣ୍ଟିରେ 3 ଲକ୍ଷ କୋଟି ଋଣ

ରାଜ୍ୟ ଅନୁଯାୟୀ ଏମଏସଏମଇକୁ ବଣ୍ଟନ (State wise distribution of MSME)

ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟକ ଏମଏସଏମ ରହିଛି । ଯାହାକି ସମଗ୍ର ଦେଶର ଏମଏସଏମଇର 14.20 ପ୍ରତିଶତ ଅଂଶ ହେବ । ତା ପଛକୁ ପଶ୍ଚିମବଙ୍ଗ 14 ପ୍ରତିଶତ ସେୟାର ସହ ଦ୍ବିତୀୟରେ ରହିଛି ।

ଦେଶର ସମୁଦାୟ ଏମଏସଏମଇର 74.05% ଅଂଶ ଏହି ଶୀର୍ଷ 10 ରାଜ୍ୟର ଯୋଗଦାନରୁ ମିଳିଥାଏ ।

State wise distribution of MSME
ରାଜ୍ୟର ଏମଏସଏମଇ

ଏନବିଏଫସି ଦ୍ବାରା ଏମଏସଏମଇ ସେକ୍ଟରକୁ କ୍ରେଡିଟ

ବର୍ଷ ବକେୟା ରାଶି ( କୋଟି ଟଙ୍କାରେ)
ମାର୍ଚ୍ଚ 2018 1.48 ଲକ୍ଷ
ମାର୍ଚ୍ଚ 2019 1.49 ଲକ୍ଷ
ଡିସେମ୍ବର 2019 1.69 ଲକ୍ଷ

ଅନୁସୂଚିକ ବାଣିଜ୍ୟିକ ବ୍ୟାଙ୍କ ଦ୍ବାରା ଏମଏସଏମଇ ସେକ୍ଟରକୁ କ୍ରେଡିଟ

ଆର୍ଥିକ ବର୍ଷ

ବକେୟା ରାଶି( କୋଟି , ଟଙ୍କାରେ)

2017-18 1324239.35
2018-19 1510650.52
2019-20 (30.09.19)

1516276.54

Last Updated : May 28, 2020, 9:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.