ETV Bharat / business

ବ୍ରେଡ ବଜାରରେ ମଦର ଡାଏରୀର ଏଣ୍ଟ୍ରି, 5 ବର୍ଷରେ 25 ହଜାର କୋଟି ଟନଓଭର ଲକ୍ଷ୍ୟ

author img

By

Published : Jul 30, 2020, 8:27 PM IST

ବ୍ରେଡ କାରବାର ଆରମ୍ଭ କରିଲା ପ୍ରମୁଖ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ମଦର ଡାଏରୀ । 2025 ସୁଦ୍ଧା 25 ହଜାର କୋଟି ଟନଓଭର ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ..

ବ୍ରେଡ ବଜାରରେ ମଦର ଡାଏରୀର ଏଣ୍ଟ୍ରି, 5 ବର୍ଷରେ 25 ହଜାର କୋଟି ଟନଓଭର ଲକ୍ଷ୍ୟ
ବ୍ରେଡ ବଜାରରେ ମଦର ଡାଏରୀର ଏଣ୍ଟ୍ରି, 5 ବର୍ଷରେ 25 ହଜାର କୋଟି ଟନଓଭର ଲକ୍ଷ୍ୟ

ନୂଆଦିଲ୍ଲୀ: ଦୁଗ୍ଧ ଯୋଗାଣ କରୁଥିବା ପ୍ରମୁଖ କମ୍ପାନୀ ମଦର ଡାଏରୀ ଏବେ ବ୍ରେଡ ସେଗମେଣ୍ଟକୁ ଓହ୍ଲାଇଛି । କମ୍ପାନୀ ନିଜ କାରବାରକୁ diversify କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଆଉ ଏହା ତାହାର ଏକ ଅଂଶବିଶେଷ । କମ୍ପାନୀ ଆସନ୍ତା 5 ବର୍ଷରେ ରାଜସ୍ବକୁ ବୃଦ୍ଧି କରି 25 ହଜାର କୋଟିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି । ଯାହାକି କମ୍ପାନୀର ବର୍ତ୍ତମାନ ଟନଓଭରର ଦ୍ବିଗୁଣରୁ ଅଧିକ ।

ମଦର ଡାଏରୀ ବଜାରରେ ତିନି ପ୍ରକାରର ବ୍ରେଡ ଆଣିଛି । ସେଥିରେ ସାଣ୍ଡୱିଚ୍, ବ୍ରାଉନ ଏବଂ ଫ୍ରୁଟ ଏବଂ ମିଲ୍କ ବ୍ରେଡ ସାମିଲ ଅଛି । ଏହାର ଦାମ 15 ଟଙ୍କାରୁ 40 ଟଙ୍କା ମଧ୍ୟରେ ରହିଛି । ଆରମ୍ଭରେ ଏହି ବ୍ରେଡ ଏନସିଆରରେ କମ୍ପାନୀର 1800 ମିଲ୍କ ବୁଥ ଓ ଷ୍ଟୋରରେ ଉପଲବ୍ଧ ହେବ ।

ମଦର ଡାଏରୀ ଆସନ୍ତା ତିନି ବର୍ଷ ମଧ୍ୟରେ ବ୍ରେଡ ସେଗମେଣ୍ଟରେ 100 କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ସ୍ଥିର କରିଛି । ମଦର ଡାଏରୀ ଫ୍ରୁଟ୍ ଏବଂ ଭେଜିଟେବୁଲ୍ ପ୍ରାଇଭେଟ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଚୌଧୁରୀ ଏକ ଭିଡିଓ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଯେ ବ୍ରେଡ ଲଞ୍ଚ ହେବା ସହିତ ଆମେ confectionery ଏବଂ ବେକେରୀ ସେଗମେଣ୍ଟରେ ଆମର ବ୍ୟବସାୟକୁ diversifying କରୁଛୁ । ସେ କହିଛନ୍ତି କି ଦେଶରେ ବ୍ରେଡ ବଜାର ପାଖାପାଖୀ 5300 କୋଟି ଟଙ୍କାର ରହିଛି । ଗତ 5 ବର୍ଷରେ ହାରାହାରୀ 10 ପ୍ରତିଶତ ଦରରେ ବଢୁଛି । ଦେଶରେ ସବୁଠୁ ଅଧିର ହ୍ବାଇଟ ବ୍ରେଣ୍ଡର ବ୍ୟବହାର ହେଉଛି ।

କମ୍ପାନୀର ବର୍ତ୍ତମାନ ବ୍ୟବସାୟ ଏବଂ ଭବିଷ୍ୟତର ଦୃଷ୍ଟିକୋଣ ପ୍ରଶ୍ନର ଉତ୍ତର ଦେଇ ଚୌଧୁରୀ କହିଛନ୍ତି କି , ମଦର ଡାଏରୀର ବର୍ତ୍ତମାନ ବାର୍ଷିକ ରାଜସ୍ବ ପ୍ରାୟ 10,000–11,000 କୋଟି ଟଙ୍କା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.