ETV Bharat / business

ଉଚ୍ଚ ଶିକ୍ଷିତଙ୍କୁ ମିଳୁନି ଚାକିରି - ଚାକିରୀ

କୁହାଯାଏ ଅଳ୍ପବିଦ୍ୟା ଭୟଙ୍କରୀ। ହେଲେ ଆଜିକାଲି ଯୁଗରେ ଅଧିକ ଶିକ୍ଷା ଅର୍ଥ ଚାକିରି ଶୂନ୍ୟ। ଉଚ୍ଚଶିକ୍ଷିତ ହୋଇ ମଧ୍ୟ ମିଳୁନି ଚାକିରି। କମ ଶିକ୍ଷିତ ପିଲା ଅଧିକ ରୋଜଗାର କରୁଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢୁଥିବା ପିଲାଙ୍କ ପକେଟ ଖାଲି।

ପ୍ରତିକାତ୍ମକ ଫଟୋ
author img

By

Published : Apr 17, 2019, 3:49 PM IST

ନୂଆଦିଲ୍ଲୀ: କୁହାଯାଏ ଅଳ୍ପବିଦ୍ୟା ଭୟଙ୍କରୀ । ହେଲେ ଆଜିକା ଯୁଗରେ ଅଧିକ ଶିକ୍ଷା , ଅର୍ଥ ଚାକିରି ଶୂନ୍ୟ। ଉଚ୍ଚଶିକ୍ଷିତ ହୋଇ ମଧ୍ୟ ମିଳୁନି ଚାକିରି । ଚକଚକ ଡ୍ରେସ ପିନ୍ଧି , ହାତରେ ସାର୍ଟିଫିକେଟ ଧରି ବୁଲିବାକୁ ପଡୁଛି ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସ। ହେଲେ ଫଳାଫଳ ଶୂନ୍ୟ। ଏପରିକି ନିଯୁକ୍ତି ଆଶାରେ ଝାଡୁଦାର ପୋଷ୍ଟ ପାଇଁ ଇଞ୍ଜିନିୟର ଓ ଏମବିଏ ପିଲା ଆବେଦନ କରିବାକୁ ମଧ୍ୟ ପଛାଉନାହାଁନ୍ତି । ଆଉ କିଛି ନହେଲେ କିଏ ଅପରାଧର ବାଟ ଆପଣାଉଛି ତ ପୁଣି କିଏ ସନ୍ୟାସ ନେବାକୁ ସ୍ଥିର କରୁଛି।

ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନିକ(CMIE) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, 2016ରୁ 2018 ମଧ୍ୟରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ମଧ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ରହିଛନ୍ତି । ଏହି 3 ବର୍ଷରେ 38 ମିଲିୟନ ଚାକିରି ବାହାରିଛି , ଯେଉଁମାନେ ପ୍ରାଥମିକ ଶିକ୍ଷା (5ମ) ଶେଷ କରିଛନ୍ତି । ସେହିପରି 6-ରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତାଙ୍କ ପାଇଁ 18 ମିଲିୟନ , ଦଶମ ଓ ଦ୍ବାଦଶ ପାଇଁ 13 ମିଲିୟନ ଓ ଗ୍ରାଜୁଏନ ଓ ପୋଷ୍ଟ ଗ୍ରାଜୁଏସନଙ୍କ ପାଇଁ ମାତ୍ର 2.9 ମିଲିୟନ ରହିଛି ।

ଶିକ୍ଷାର ସିଡିକୁ ଦେଖିବାକୁ ଗଲେ ଶିକ୍ଷା ଓ ଚାକିରୀ ମଧ୍ୟରେ ବହୁ ପାର୍ଥକ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, 10ମ ଏକାଦଶ ଓ ଦ୍ବାଦଶ ପଢିଥିବା ପିଲାଙ୍କୁ ଏହି 3 ବର୍ଷର 12 ପ୍ରତିଶତ ଅଧିକା ଚାକିରି ମିଳିଛି । ହେଲେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ଯୋଗ୍ୟ ପିଲାଙ୍କୁ ମାତ୍ର 2.9 ମିଲିୟନ ଚାକିରି ମିଳିଥିବା ବେଳେ 3 ବର୍ଷରେ 6 ପ୍ରତିଶତ ହ୍ରାସ ପାଇଛି । ଅର୍ଥାତ ଏହି ରିପୋର୍ଟରୁ ସ୍ପଷ୍ଟ ବାରି ହେଉଛି ଯେ, କମ ଶିକ୍ଷିତ ପିଲାଙ୍କ ପାଇଁ ଚାକିରି ପରିସର ବଢୁଥିବା ବେଳେ ଉଚ୍ଚ ଶିକ୍ଷିତଙ୍କ ପାଇଁ ଚାକିରି ନାହିଁ କହିଲେ ଚଳେ।

ବେରୋଜଗାରୀଙ୍କ ଏହି ଉତ୍କଟ ରୂପ ବିଶେଷତଃ 2016ରୁ 2018(ନୋଟବନ୍ଦୀ ପରେ) ମଧ୍ୟରେ ଅଧିକ ଦେଖାଦେଇଛି। ଏହି 2 ବର୍ଷରେ ପ୍ରାୟ 50 ଲକ୍ଷ ଲୋକ ଚାକିରି ହରାଇଥିବା ନେଇ ଅଜୀମ ପ୍ରେମଜୀ ୟୁନିଭର୍ସିଟି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ପ୍ରକାଶ ଥାଉ ଯେ, 2016 ନଭେମ୍ବର ସଂନ୍ଧ୍ୟାରେ ମୋଦି ସରକାର ବିମୁଦ୍ରାକରଣର ଘୋଷଣା କରିଥିଲେ। ରାତିକ ଭିତରେ ଟଙ୍କା କାଗଜରେ ପରିଣତ ହୋଇଯାଇଥିଲା। ପାଖରେ ଯେତେ ବଡ ନୋଟ (1000 ଓ 500) ଥିଲା ସବୁ ଅଚଳ ହୋଇପଡିଥିଲା । ଏହା ପରଠାରୁ ସହର ଓ ଗ୍ରାମୀଣଙ୍କ ଶ୍ରମ ନିଯୁକ୍ତି ହ୍ରାସ ପାଇବାକୁ ଲାଗିଲା । ଏହି ଧାରା କମିବା ପରିବର୍ତ୍ତେ ବଢିବାକୁ ଲାଗିଲା । ଫଳରେ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧି ପାଇ 2 ବର୍ଷରେ 50 ଲକ୍ଷ ଛୁଇଁଛି । ଏ ନେଇ ଅଜୀମ ପ୍ରେମଜୀ ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନବଲ ଏମପ୍ଲୋଏମେଣ୍ଟର ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ମୁତାବକ ନୋଟବନ୍ଦୀ ପରେ ଅଧିକ ପରିମାଣରେ ବେକାରୀ ବଢିଛନ୍ତି । ବିଗତ 3 ବର୍ଷରେ କୁ ଦେଖିବାକୁ ଗଲେ 2016 ଜାନୁୟାରୀ- ଏପ୍ରିଲରୁ 2018 ସେପ୍ଟେମ୍ବର- ଡିସେମ୍ବର ମଧ୍ୟରେ ସହରୀ ପୁରୁଷ ଏଲଏଫପୀକରଣ ଦର 5.8 ପ୍ରତିଶତ ରହିଥିବା ବେଳେ ଡବ୍ଲ୍ୟୁପିଆର ଦର 2.8 ପର୍ଯ୍ୟନ୍ତ ଖସିଛି। ଆଗକୁ ମଧ୍ୟ ଏହି ହାର ଆହୁରି ବଢି ବେକାରୀ ବଢିବେ ବୋଲି କୁହାଯାଇଛି ।

Intro:Body:

dsfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.