ETV Bharat / business

ଭାରତ ଅର୍ଥନୀତିକୁ ରିଲିଫ: ଜିଡିପି ଅନୁମାନ ସଂଶୋଧନ କଲା ମୁଡିସ୍ - GDP

ଭାରତର ଜିଡିପି ଅନୁମାନକୁ ସଂଶୋଧନ କରିଛି ମୁଡିସ ଇନଭେଷ୍ଟର୍ସ ସର୍ଭିସ । ପୂର୍ବ ତୁଳନାରେ ସ୍ଥିତିରେ ସୁଧାର ଆଶା ରହିଛି । ଅଧିକ ପଢନ୍ତୁ..

ଭାରତ ଅର୍ଥନୀତିକୁ ରିଲିଫ :  ଜିଡିପି ଅନୁମାନ ସଂଶୋଧନ କଲା ମୁଡିସ

author img

By

Published : Nov 12, 2020, 10:06 PM IST

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ଖୁସି ଖବର । ରେଟିଂ ଏଜେନ୍ସି ମୁଡିସ ଇନଭେଷ୍ଟର ସର୍ଭିସ 2020 ପାଇଁ ଭାରତର ଆର୍ଥିକ ବୃଦ୍ଧି ଅନୁମାନକୁ ଗୁରୁବାର ସଂଶୋଧନ କରିଛି । ଆଉ ସଂଶୋଧନ ପୂର୍ବ ଅନୁମାନ ତୁଳନାରେ କିଛିଟା ସୁଧୁରିଥିବା ଦେଖାଦେଇଛି ।

2020 ଭାରତୀୟ ଅର୍ଥବ୍ୟବସ୍ଥାରେ 8.9 ପ୍ରତିଶତ ହ୍ରାସ ନେଇ ମୁଡିସ ଅନୁମାନ କରିଛି । ଯେତେବେଳେ କି ଏହା ପୂର୍ବରୁ ଏହା 9.6 ପ୍ରତିଶତ ହ୍ରାସ ଅନୁମାନ ରହିଥିଲା ।

ମୁଡିସ କହିଛି କି , ଲମ୍ବା ଓ କଡା ଲକଡାଉନ ପରେ ଦେଶର ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରୁଛି । ଧିରେ ଧିରେ ବିଭିନ୍ନ ସେକ୍ଟରରେ ଅଭିବୃଦ୍ଧି ଫେରୁଛି । ଏହାର ଗ୍ଲୋବାଲ ମାକ୍ରୋ ଦୃଶ୍ୟ 2020-21 ରିପୋର୍ଟରେ ମୁଡିସ 2021 ପାଇଁ ମଧ୍ୟ ଦେଶର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ 8.6 ପ୍ରତିଶତକୁ ବୃଦ୍ଧି କରିଛି । ଏହା ପୂର୍ବରୁ ଏହା 8.1 ପ୍ରତିଶତ ଥିଲା। 2019 ମସିହାରେ ଭାରତ 4.8 ପ୍ରତିଶତ ହାରରେ ବୃଦ୍ଧି ପାଇଛି ।

ରେଟିଂ ଏଜେନ୍ସି କହିଛି ଯେ, 2020 କ୍ୟାଲେଣ୍ଡର ବର୍ଷରେ ଦେଶର ଅର୍ଥବ୍ୟବସ୍ଥା 8.9 ପ୍ରତିଶତ ସଙ୍କୁଚନର ଅନୁମାନ ରହିଛି । ପୂର୍ବରୁ ଏହି ଅନୁମାନ 9.6 ପ୍ରତିଶତ ହ୍ରାସର ଥିଲା । ଲମ୍ବା ଓ କଡା ଲକଡାଉନ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥାରେ ଏପ୍ରିଲ-ଜନ ତ୍ରୟମାସରେ ପାଖାପାଖୀ 24 ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି ।

ଦେଶରେ 69 ଦିନ ରାଷ୍ଟ୍ରବ୍ୟାପି ଲକଡାଉନ ରହିଛି । ଏହା ପରେ କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ରାଜ୍ୟ ଓ ସ୍ଥାନୀୟ ସ୍ତରରେ ପୁଣି ଥରେ ଏହାକୁ ବିସ୍ତାର କରାଯାଇଛି । ତେବେ ଲକଡାଉନରେ କୋହଳ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.