ନୂଆଦିଲ୍ଲୀ: ଓଡିଶାକୁ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଭେଟି । ରାଜ୍ୟରେ 314.17 କିଲୋମିଟରର 14 ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଖର୍ଚ୍ଚ ହେବ 1144.29 କୋଟି ଟଙ୍କା ।
ସେହିଭଳି ସଡକ ସୁରକ୍ଷା ଲାଗି 2020-21 ମଧ୍ୟରେ ଓଡିଶା ପାଇଁ 1.42 ଟଙ୍କା ଖର୍ଚ୍ଚ ହେବ । ଏ ନେଇ ମଙ୍ଗଳବାର ଟ୍ବିଟ କରି ସୂଚନା ଦେଇଛନ୍ତି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।