ETV Bharat / business

ଶ୍ରମିକଙ୍କ ପାଇଁ କ୍ରାନ୍ତିକାରୀ ପଦକ୍ଷେପ, ମନରେଗାରେ ମିଳିବ ଅଧିକ ମଜୁରୀ

author img

By

Published : May 14, 2020, 6:25 PM IST

ମନରେଗାରେ ହାରାହାରି ପାରିଶ୍ରମିକ 202 ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ 182 ଟଙ୍କା ଥିଲା । ବର୍ତ୍ତମାନ ସୁଦ୍ଧା 10 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

MGNREGA Support
ଶ୍ରମିକଙ୍କ ପାଇଁ କ୍ରାନ୍ତିକାରୀ ପଦକ୍ଷେପ , ମନରେଗାରେ ମିଳିବ ଅଧିକ ମଜୁରୀ

ନୂଆଦିଲ୍ଲୀ: ମନରେଗା ଜରିଆରେ ପ୍ରବାସୀ ଶ୍ରମିକଙ୍କୁ କାମ ଦିଆଯାଉଛି । ମେ 13 ସୁଦ୍ଧା 14.62 କୋଟି ଲୋକଙ୍କୁ କାମ ମିଳିଛି । ଆଗକୁ ମଧ୍ୟ ଏହା ଜରିଆରେ ଅଧିକରୁ ଅଧିକ କାମ ଯୋଗାଇଦିବ ବୋଲି ଅର୍ଥମନ୍ତ୍ରୀ ନିଜ ଘୋଷଣାରେ କହିଛନ୍ତି ।

ମନରେଗାରେ ହାରାହାରି ପାରିଶ୍ରମିକ 202 ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ 182 ଟଙ୍କା ଥିଲା । ବର୍ତ୍ତମାନ ସୁଦ୍ଧା 10 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି ଆରଆଇଡିଏ ଅଧିନରେ ରାଜ୍ୟକୁ 42,000 କୋଟି ଦିଆଯିବ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, କାଲି ସୁଦ୍ଧା 1.87 ଲକ୍ଷ ଗ୍ରାମ ପଞ୍ଚାୟତରେ 2.33 କୋଟି ଲୋକଙ୍କୁ କାମ ଦିଆଯାଇଛି । ଗତ ବର୍ଷ ମେ ତୁଳନାରେ ଚଳିତ ଥର ମନରେଗାରେ ଶ୍ରମିକଙ୍କ ସଂଖ୍ୟା 40ରୁ 50 ପ୍ରତିଶତ ଅଧିକ ଲୋକ ରେଜିଷ୍ଟ୍ରସନ କରିଛନ୍ତି ।

ଶ୍ରମିକଙ୍କ ପାଇଁ ବାର୍ଷିକ ସ୍ବାସ୍ଥ୍ୟ ଚେକଅପ ବାଧ୍ୟତାମୂଳକ ହେବ। ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ କାମ ମିଳିବ । ଏନେଇ ସଂସଦରେ କାର୍ଯ୍ୟ ଚାଲିଛି । ତେବେ ଶ୍ରମିକଙ୍କ କାମ ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ।

ଯେଉଁ ସଂସ୍ଥାରେ 10ରୁ ଉର୍ଦ୍ଧ୍ବ ଲୋକ କାମ କରନ୍ତି, ସେଠାରେ ଇଏସଆଇସି ଜରିଆରେ ଫାଇଦା ଦିଆଯିବ । ଆଉ ଯେଉଁଠି ବିପଦରେ ଶ୍ରମିକ କାମ କରୁଛନ୍ତି ସେଠାରେ ଇଏସଆଇସି ବାଧ୍ୟତାମୂଳକ ହେବ । ସାମାଜିକ ସୁରକ୍ଷା ସ୍କିମକୁ ମଧ୍ୟ ପ୍ରତି ସ୍ଥାନରେ ଲାଗୁ ହେବ ।

ରାତିରେ କାମ କରିବା ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ମଧ୍ୟ କାମ ଚାଲିଛି । ଏଥିସହ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ସଂସଦରେ ଏନେଇ କାର୍ଯ୍ୟ ଜାରି ରହିଛି । ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.