ETV Bharat / business

ପ୍ରବାସୀଙ୍କ ଭରସା ମନରେଗା, ଦ୍ବିଗୁଣ ହେଲା ମାସିକ ମଜୁରୀ - ମନରେଗା ମଜୁରୀ

କୋରୋନା କାଳରେ ଗାଁ ମୁହାଁ ପ୍ରବାସୀ ଶ୍ରମିକଙ୍କ ଆଶା ବାଡି ସାଜିଛି ମନରେଗା । ସରକାର ମଧ୍ୟ ଏହାକୁ ଦୃଷ୍ଟିରେ ରଖି ମନରେଗାର ଅଧିନରେ ହାରାହାରୀ ମାସିକ ଆୟକୁ ବଢାଇ 1000 ଟଙ୍କା କହିଛନ୍ତି । ଅଧିକ ପଢନ୍ତୁ..

ପ୍ରବାସୀଙ୍କ ଭରସା ମନେରଗା , ଦ୍ବିଗୁଣା ବଢିଲା ମାସିକ ମଜୁରୀ

author img

By

Published : Aug 26, 2020, 1:06 PM IST

ମୁମ୍ବାଇ: କୋଭିଡ-19 ମହାମାରୀ ଯୋଗୁଁ ଉପୁଜିଥିବା ସଙ୍କଟ ମଧ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ 2005 (ମନରେଗା) ଅଧିନରେ ଚଳିତ ଆର୍ଥିକ ବର୍ଷର ପ୍ରଥମ 4 ମାସରେ ପ୍ରତି ବ୍ୟକ୍ତିର ହାରାହାରି ମାସିକ ଆୟ ଦ୍ବିଗୁଣ ବୃଦ୍ଧି ହୋଇ 1000 ଟଙ୍କା ହୋଇଛି । ଆର୍ଥିକ ବର୍ଷ 2019-20ରେ ହାରାହାରି ମାସିକ ଆୟ 509 ଟଙ୍କା ଥିଲା ।

ରେଟିଂ ଏଜେନ୍ସି କ୍ରିସିଲ ଏକ ରିପୋର୍ଟରେ କହିଛି କି, ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ ମଧ୍ୟରେ ମାନବ ଦିବସ ଅଧିନରେ ଯେତେ ସବୁ କାମ କରାଯାଇଛି , ତାହା ଗତ ବର୍ଷ ଏହି ଅବଧି ତୁଳନାରେ 25 ପ୍ରତିଶତ ଅଧିକ । ଏହା ଦ୍ବାରା ଗାଁରେ ଲୋକଙ୍କ ଆୟ ବଢିଛି ।

ପ୍ରକାଶ ଯେ, ମହାମାରୀ ଓ ଏହାକୁ ପ୍ରତିହିତ ପାଇଁ ଲକଡାଉନ ପରେ କାମଧନ୍ଦା ବନ୍ଦ ଯୋଗୁଁ କୋଟି କୋଟି ସଂଖ୍ଯାରେ ଶ୍ରମିକ ନିଜ ଗାଁମୁହାଁ ହେବାକୁ ବାଧ୍ୟ ହୋଇଛନ୍ତି । ଆଉ ଏହି ସମୟରେ ମନରେଗା ସେମାନଙ୍କ ପେଟପାଟଣାର ବଡ ସାହାରା ସାଜିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ 4 ମାସରେ ଗତ ବର୍ଷ ଏହି ଅବଧି ତୁଳନାରେ ମାନବ ଦିବସ ଆଧାରରେ 46 ପ୍ରତିଶତ ବୃଦ୍ଧି ହୋଇଛି । ଏହା ବ୍ୟତୀତ ଯୋଜନା ଅଧିନରେ ହାରାହାରି ମଜୁରୀ 12 ପ୍ରତିଶତ ବଢିଛି । ଆଉ ଏହାର କାରଣ ହେଉଛି ମହାମାରୀ । ଯାହା ଦ୍ବାରା ସହରବାସୀ ଗାଁ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ଏହି ଯୋଜନା ଅଧିନରେ ପ୍ରତ୍ୟେକ ପରିବାରକୁ 1 ଆର୍ଥିକ ବର୍ଷରେ ଅତିକମରେ 100 ଦିନ କାମ ଯୋଗାଇବାକୁ ବ୍ୟବସ୍ଥା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.