ETV Bharat / business

ମାରୁତିର ଅନଲାଇନ ଫାଇନାନ୍ସ ସେବା ଆରମ୍ଭ, ଘରେ ବସି କିଣନ୍ତୁ କାର...

author img

By

Published : Jan 15, 2021, 4:03 PM IST

ମାରୁତି ସୁଜୁକି ଲଞ୍ଜ କଲା ଅନଲାଇନ ଫାଇନାନ୍ସ ସର୍ବିସ ସ୍ମାର୍ଟ ଫାଇନାନ୍ସ । ଏହା ଦ୍ବାରା ଘରେ ବସି ଆପଣ କେଇ ମିନିଟରେ କିଣିପାରିବେ ମାରୁତି କାର । ଅଧିକ ପଢନ୍ତୁ..

ମାରୁତିର ଅନଲାଇନ ଫାଇନାନ୍ସ ସେବା ଆରମ୍ଭ, ଘରେ ବସି କିଣନ୍ତୁ କାର

ନୂଆଦିଲ୍ଲୀ: ସରଳ ହେଲା ମାରୁତି ସୁଜୁକିର କାର ଲୋନ । ଏବେ ଆପଣ ଘରେ ବସି ବାସ କିଛି କ୍ଲିକରେ ମାରୁତିର କାର ଫାଇନାନ୍ସ କରିପାରିବେ । ଏଥିପାଇଁ ଦେଶର ସବୁଠୁ ବଡ କାର ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଦେଶର 30 ରୁ ଅଧିକ ସହରରେ ମାରୁତି ସୁଜୁକି ଏରେନାର କଷ୍ଟମର୍ସଙ୍କ ପାଇଁ ଅନଲାଇନ ଫାଇନାନ୍ସିଙ୍ଗ ପ୍ଲାର୍ଟଫର୍ମ ସ୍ମାର୍ଟ ଫାଇନାନ୍ସ ଲଞ୍ଚ କରିଛି ।

ଏକ ରେଗୁଲେଟରୀ ଫାଇଲିଙ୍ଗରେ ମାରୁତି ସୁଜୁକି କହିଛି କି କମ୍ପାନୀ Smart Finance ସହ କାର କ୍ରୟର 26ରୁ 24 ଷ୍ଟେପ୍ସକୁ ସମ୍ପୁର୍ଣ୍ଣ ଭାବେ ଡିଜିଟାଲ କରିଛି ।

ମାରୁତି ସୁଜୁକି କହିଛି କି ସ୍ମାର୍ଟ ଫାଇନାନ୍ସ କଷ୍ଟମର୍ସର କାର ଫାଇନାନ୍ସର ଆବଶ୍ୟକତାକୁ ପୂରା କରିବା ପାଇଁ ୱାନ-ଷ୍ଟପ ସପ ସଲ୍ୟୁସନ ରହିଛି । ଏଥିରେ କଷ୍ଟମର ନିଜର ଆବଶ୍ୟକତା ଅନୁସାରେ ଫାଇନାନ୍ସିଆଲ ପ୍ରଡକ୍ଟ ଚୟନ କରିପାରିବେ । ଏଥିସହ ନିଜର ମନମୁତାବକ ଲୋନ ପ୍ରଡକ୍ଟର ଚୟନ କରିପାରିବେ । ଗ୍ରାହକ କିଛି କ୍ଲିକରେ କାର ଲୋଡ ସହ ଜଡିତ ସମସ୍ତ ଔପୌଚାରିକତାରୁ ପୂରା କରିପାରିବେ । ଆଉ ତୁରନ୍ତ ଲୋନ ପାଇପାରିବେ ।

ଗ୍ରାହକଙ୍କୁ ଅନଲାଇନ କାର ଫାଇନାନ୍ସ ସୁବିଧା ପ୍ରଦାନ କରିବା ପାଇଁ ମାରୁତି ସୁଜୁକି ଏବେ 12 ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନ ସହ ବୁଝାମଣା କରିଛି । ଏଥିରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ, ମହିନ୍ଦ୍ରା ଫାଇନାନ୍ସ, ଆଇସିଆଇସିଆଇ ବ୍ୟାଙ୍କ , ଇଣ୍ଡସାଇଡ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା , ଚୋଲାମଣ୍ଡଲମ ଫାଇନାନ୍ସ, କୋଟାକ ମହିନ୍ଦ୍ରା ପ୍ରାଇମ , ଆକ୍ସିସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ୟସ ବ୍ୟାଙ୍କ ଓ ପ୍ବ ଫାଇନାନ୍ସିଆଲ ସର୍ବିସ ସାମିଲ ଅଛି ।

ମାରୁତି ସୁଜୁକିର ଅନଲାଇନ କାର ଫାଇନାନ୍ସ ସୁବିଧା ଏବେ ଦେଶର 30ରୁ ଅଧିକ ସହରରେ ଆରମ୍ଭ ହୋଇଛି । ଏହି ସର୍ଭିସ ଏବେ ଦିଲ୍ଲୀ, ଏନସିଆର, ଜୟପୁର, ଅହମ୍ମଦବାଦ, ପୁନେ, ମୁମ୍ବାଇ, ବାଙ୍ଗୁଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ଇନ୍ଦୋର, କୋଲକତା, କୋଚିନ, ଚଣ୍ଡୀଗଡ , ଗୌହାଟି, ଗୋଆ, ଭୁବନେଶ୍ବର ଭଳି ସହରରେ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.