ETV Bharat / business

ସର୍ବୋଚ୍ଚ ସ୍ତରରେ ସେନସେକ୍ସ, 13,100 ଟପିଲା ନିଫ୍ଟି - Nifty top

ଡଲାର ତୁଳନାରେ ଟଙ୍କା ମଜବୁତ ଓ ଅନ୍ୟ ଏସୀୟ ବଜାରରେ ଭଲ କାରବାର ଯୋଗୁଁ ଘରୋଇ ବଜାର କାରବାର ମଜବୁତ ଅଛି । ଅଧିକ ପଢନ୍ତୁ..

ସର୍ବୋଚ୍ଚ ସ୍ତରରେ ସେନସେକ୍ସ, 13,100 ଟପିଲା ନିଫ୍ଟି

author img

By

Published : Dec 1, 2020, 6:20 PM IST

ମୁମ୍ବାଇ: ବିଦେଶୀ ନିବେଶକଙ୍କ ଲଗାତାର ପୁଞ୍ଜି ନିବେଶ ଯୋଗୁଁ ଘରୋଇ ବଜାରରେ ଦେଖାଦେଇଛି ଅଭିବୃଦ୍ଧି । ସେୟାର ସୂଚକାଙ୍କ ଉପରମୁହାଁ ସହ ଖେଳିଯାଇଛି ଉତ୍ସାହ । ସେନସେକ୍ସ 506 ପଏଣ୍ଟ ବୃଦ୍ଧି ପାଇଁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ବେଳେ ନିଫ୍ଟି 13,100 ପଏଣ୍ଟ ଅତିକ୍ରମ କରିଛି ।

ସର୍ବୋଚ୍ଚ ସ୍ତରରେ ସେନସେକ୍ସ, 13,100 ଟପିଲା ନିଫ୍ଟି

କାରବାରୀଙ୍କ ଅନୁସାରେ ଡଲାର ତୁଳନାରେ ଟଙ୍କା ମଜବୁତ ଓ ଅନ୍ୟ ଏସୀୟ ବଜାରରେ ଭଲ କାରବାର ଯୋଗୁଁ ଘରୋଇ ବଜାର କାରବାର ମଜବୁତ ଅଛି ।

ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେନସେକ୍ସ 505.72 ପଏଣ୍ଟ ବୃଦ୍ଧି ପାଇ44,655.44 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 140.10 ପଏଣ୍ଟ ଉଛୁଳି 13,109.05 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସରେ ସାମିଲ କମ୍ପାନୀ ମଧ୍ୟରେ ସନ ଫାର୍ମାର ସେୟାର ସର୍ବାଧିକ ଲାଭରେ ରହିଛି । ଏହା 5 ପ୍ରତିଶତ ଚଢି କାରବାର ବନ୍ଦ କରିଛି । ଏହା ବ୍ୟତିତ ଇଣ୍ଡସିଣ୍ଡ ବ୍ୟାଙ୍କ, ଟେକ ମହିନ୍ଦ୍ରା, ଓଏନଜିସି, ଭାରତୀ ଏୟାରଟେଲ, ଇମ୍ଫୋସିସ, ଆଇସିଆଇସିଆଇ ବ୍ୟାଙ୍କ ଓ ବଜାଜ ଅଟୋ ମଧ୍ୟ ବଢିଛି ।

ଅନ୍ୟପଟେ କୋଟାକ ବ୍ୟାଙ୍କ, ନେସଲେ ଇଣ୍ଡିଆ , ଟାଇଟନ, ବଜାଜ ଫାଇନାନ୍ସ , ଏଚଡିଏଫସି ବ୍ୟାଙ୍କ ଓ ଏନଟିପିସି ସେୟାରରେ ହ୍ରାସ ଦେଖାଦେଇଛି ।

ମଙ୍ଗଳବାର ଡଲାର ତୁଳନାରେ ଟଙ୍କା 37 ପଇସା ମଜବୁତ ହୋଇ 73.68 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.