ରେଲୱେର ଚିକିତ୍ସକ ଓ ପାରାମେଡିକ୍ସଙ୍କ ପାଇଁ ପ୍ରତି ଦିନ ଏଭଳି 1 ହଜାର ସୁରକ୍ଷା ଉପକରଣ କରିବାକୁ ରେଲୱେ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ।
ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ଭାରତୀୟ ରେଳର ବଡ ପଦକ୍ଷେପ । ଏଣିକି ରେଲୱେ ପ୍ରତିଦିନ ନିଜ 17 କର୍ମଶାଳା(workshops)ରେ ପାଖାପାଖୀ 1 ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କରିବାକୁ ଲକ୍ଷ୍ୟ ରଖିଛି ।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ପକ୍ଷରୁ ରେଲୱେକୁ ପିପିଇ ପାଇଁ ଅନୁମତି ମିଳିଛି । ରେଳ ଡାକ୍ତରଖାନାଗୁଡ଼ିକରେ କୋରୋନା ଭାଇରସ ଚିକିତ୍ସାରେ ନିୟୋଜିତ ରେଳୱେ ଚିକିତ୍ସକ(ଡାକ୍ତର) ଏବଂ ପାରାମେଡିକ୍ସଙ୍କୁ PPE ଆବଶ୍ୟକ ସୁରକ୍ଷା ଯୋଗାଇବ ।
ରେଲୱେ ଏକ ବିବୃତ୍ତିରେ କହିଛି ଯେ, ‘‘ରେଲୱେର ଚିକିତ୍ସକ ଓ ପାରାମେଡିକ୍ସଙ୍କ ପାଇଁ ପ୍ରତି ଦିନ ଏଭଳି 1 ହଜାର ସୁରକ୍ଷା ଉପକରଣ କରିବାକୁ ରେଲୱେ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି । ’’
ରେଲୱେ ଦେଶର ଅନ୍ୟର ଚିକିତ୍ସକଙ୍କୁ ମଧ୍ୟ 50 ପ୍ରତିଶତ ପିପିଇ କପଡା ଯୋଗାଣ ଉପରେ ବିଚାର କରୁଛି ।ଏସବୁ ପାଇଁ ପଞ୍ଜାବର ବହୁ ବଡ ବୟନ ଶିଳ୍ପ ନିକଟରେ ଅବସ୍ଥିତ ଜଗାଧରୀରୁ ସାମଗ୍ରୀ କିଣାଯାଉଛି । ଯମୁନାନଗରରେ ଅବସ୍ଥିତ ବିକ୍ରେତାଙ୍କଠାରୁ କଞ୍ଚାମାଲର ଉତ୍ସ ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହାକୁ ବୟନ ମନ୍ତ୍ରଣାଳୟ ଅନୁମୋଦନ କରିଛି।