ETV Bharat / business

Investment Mantras: ଜାଣନ୍ତୁ ଅଧିକ ରିଟର୍ଣ୍ଣ ପାଇଁ କେଉଁଠି ଲଗାଇବେ ପଇସା ?

author img

By

Published : Jan 18, 2022, 4:22 PM IST

ନିଜ ସଞ୍ଚୟକୁ ସୁରକ୍ଷିତ ତଥା ଏହାକୁ ଡବଲ୍ କରିବା ଆଶାରେ ନିବେଶ ପ୍ରତି ଲୋକଙ୍କ ଚାହିଦା ବଢୁଛି । ମାର୍କେଟରେ ମଧ୍ୟ ନିବେଶର ଅନେକଗୁଡିକ ବିକଳ୍ପ ମୁଣ୍ଡ ଟେକିଛି । ଏପରିସ୍ଥଳେ କେଉଁଟି ସର୍ବୋକୃଷ୍ଟ ନିବେଶ ବିକଳ୍ପ ତାହାକୁ ନେଇ ଦ୍ବନ୍ଦରେ ପଡୁଛନ୍ତି ଲୋକେ । ଯଦି ଆପଣ ବି ଏନେଇ ଚିନ୍ତିତ ତେବେ ଜାଣିରଖନ୍ତୁ କେଉଁଠି କରିବେ ନିବେଶ ।

ନିବେଶ ମନ୍ତ୍ର: ଜାଣନ୍ତୁ ଅଧିକ ରିଟର୍ଣ୍ଣ ପାଇଁ କେଉଁଠି ଲଗାଇବେ ପଇସା

ହାଇଦ୍ରାବାଦ: ସମ୍ପ୍ରତ୍ତି ଲୋକେ ନିବେଶକୁ ଅଗ୍ରାଧିକାର ଦେଉଛନ୍ତି । ନିଜ ସଞ୍ଚୟକୁ ସୁରକ୍ଷିତ ତଥା ଏହାକୁ ଡବଲ୍ କରିବା ଆଶାରେ ନିବେଶ ପ୍ରତି ଲୋକଙ୍କ ଚାହିଦା ବଢୁଛି । ବିଶେଷକରି ସେମାନେ ଶେୟାର ବଜାର, ମ୍ୟୁଚୁଆଲ ଫଣ୍ଡ ଏବଂ ମନି ମାର୍କେଟରେ ଉପଲବ୍ଧ ବିଭିନ୍ନ ଆକର୍ଷକ ଆର୍ଥିକ ଉପକରଣରେ ନିବେଶ କରିବାକୁ ଇଚ୍ଛୁକ ହେଉଛନ୍ତି । ସେହିପରି କିଛି ଲୋକେ ନିବେଶ କରିବାକୁ ତ ଚାହୁଁଛନ୍ତି, ହେଲେ ମାର୍କେଟରେ ଉପଲବ୍ଧ ଅନେକଗୁଡିଏ ବିକଳ୍ପ ନେଇ ଦ୍ବନ୍ଦରେ ପଡୁଛନ୍ତି । ରିଟର୍ଣ୍ଣ ଅନ୍ ଇଭେଷ୍ଟମେଣ୍ଟ( Return-on-Investment) ଉପରେ ଧାରଣା ନଥିବା ଯୋଗୁଁ ଏହି ସମସ୍ୟା ଉପୁଜୁଛି ।

ସତ୍ୟମ ନାମକ ଜଣେ ଖୁଚୁରା ନିବେଶକ କହିଛନ୍ତି କି, ସେ ୧୫ ହଜାର ଟଙ୍କା ଯାଏଁ ନିବେଶ କରିବାକୁ ଚାହୁଁଛନ୍ତି, ଏପରିସ୍ଥଳେ ଷ୍ଟକ ମାର୍କେଟ ଅଥବା ମ୍ୟୁଚୁଆଲ ଫଣ୍ଡ ମଧ୍ୟରୁ କେଉଁ ନିବେଶ ବିକଳ୍ପ ଉତ୍ତମ ଅଟେ, ତାହା ସେ ଜାଣିବାକୁ ଚାହାଁନ୍ତି ।

ଏହି ପ୍ରଶ୍ନରେ ଆର୍ଥିକ ବିଶେଷଜ୍ଞ ତୁମ୍ମା ଭରଦ୍ବାଜ(Tumma Bhardwaj) ପରାମର୍ଶ ଦେଇଛନ୍ତି, ଖୁଚୁରା ନିବେଶକମାନଙ୍କୁ equity based money market ବା ଇକ୍ବିଟି ଆଧାରିତ ମୁଦ୍ରା ବଜାରରେ hierarchical investment approachର ଅନୁପାଳନ କରିବା ଉଚିତ୍ । ବିଶେଷଜ୍ଞଙ୍କ ଅନୁସାରେ ଏହାକୁ ସିଷ୍ଟୋମାଟିକ ଇକ୍ବିଟି ପ୍ଲାନ କୁହାଯାଏ । ମାତ୍ର ନିବେଶର ଏହି ବିକଳ୍ପକୁ ସେତେବେଳେ ଚୟନ କରନ୍ତୁ ଯେବେ ନିବେଶ ଅବଧି ଅତିକମରେ ୭ ବର୍ଷ ହୋଇଥିବ । ଯଦି ଆପଣଙ୍କର ଷ୍ଟକ ମାର୍କେଟ ସମ୍ପର୍କରେ ଭଲ ଧାରଣା ରହିଛି, ଆପଣ ଶେୟାର ଚୟନ କରିବାକୁ ସକ୍ଷମ ଏବଂ ମାର୍କେଟ ଗତିବିଧି ଉପରେ ସର୍ବଦା ନଜର ରଖନ୍ତି ତେବେ ଆପଣ ନିବେଶ ପାଇଁ ନିଃର୍ଦ୍ବନ୍ଦରେ ସିଷ୍ଟୋମାଟିକ୍ ଇକ୍ବିଟି ପ୍ଲାନ ବାଛନ୍ତୁ ।

୪୬ ବର୍ଷୀୟ କୁମାର ମାସିକ ୪୫ ହଜାର ଟଙ୍କା ରୋଜଗାର କରନ୍ତି । ସେ ଜାଣିବାକୁ ଚାହାନ୍ତି ଯେ ଏକ କୋଟି ବୀମା ନେବା କ'ଣ ଠିକ୍ ପଦକ୍ଷେପ ହେବ କି ? ଏନେଇ ଏକ୍ସପର୍ଟଙ୍କ କହିବା କଥା ଏହା ଯେ, ତାଙ୍କୁ ପ୍ରଥମେ ସୁନିଶ୍ଚିତ କରିବାକୁ ହେବ କି ବୀମା ପଲିସି ଯେପରି ତାଙ୍କର ସମସ୍ତ ଆବଶ୍ୟକତାକୁ କଭର କରୁଥିବ । ବୀମା ସାଧାରଣତଃ ୬୫ ବର୍ଷ ବୟସ ଯାଏଁ ଯଥେଷ୍ଟ ହୋଇଥାଏ । ବ୍ୟକ୍ତିଙ୍କୁ ନିଜର ଆବଶ୍ୟକତା ଭିତ୍ତିରେ ନିର୍ଣ୍ଣୟ ନେବା ଜରୁରୀ ।

ମାଧବୀ, ଯିଏ କି ଏକ ଗୃହିଣୀ ଅଟନ୍ତି ସେ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ନିଜ ୧୪ ବର୍ଷୀୟା ଝିଅ ଲାଗି ୨୫ ହଜାର ଟଙ୍କା ନିବେଶ କରିବାକୁ ଚାହାନ୍ତି । ଏକ୍ସପର୍ଟ ଭରଦ୍ବାଜଙ୍କ ପରମର୍ଶ ଅନୁସାରେ ମାଧବୀଙ୍କୁ ଏକ ଜୀବନ ବୀମା ପଲିସି ନେବା ଆବଶ୍ୟକ । ସେ ମାଧବୀଙ୍କ ପରି ସମସ୍ତ ଲୋକଙ୍କୁ ସମାନ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ଏହି ୨୫ ହଜାର ଅର୍ଥରାଶିକୁ Balanced Advantage and Hybrid Equity Fundsରେ ମଧ୍ୟ ନିବେଶ କରାଯାଇପାରିବ ।

ପ୍ରଦୀପ ଗୋଲ୍ଡ ଇଟିଏଫ(Gold ETFs ) ରେ ୬ ବର୍ଷ ପାଇଁ ୨ ଲକ୍ଷ ନିବେଶ କରିବାକୁ ଚାହାନ୍ତି । ସେ ଜାଣିବାକୁ ଚାହାନ୍ତି ଯେ ଏହି ଅବଧି ମଧ୍ୟରେ କ'ଣ ୮ ଲକ୍ଷର ଅଭିବୃଦ୍ଧି ହୋଇପାରିବ ? ଗୋଲ୍ଡ ଇଟିଏଫରେ ଏଭଳି ହାଇ ରିଟର୍ଣ୍ଣ ସମ୍ଭାବନକୁ ଏକ୍ସପର୍ଟ ତୁମ୍ମା ଭରଦ୍ବାଜ ପ୍ରତ୍ୟାଖାନ କରିଛନ୍ତି । ଗୋଲ୍ଡ ଇଟିଏଫରେ ଦୁଇ ଲକ୍ଷ ଟଙ୍କାକୁ ୮ ଲକ୍ଷ ଟଙ୍କାରେ ବଦଳାଇବା ସହଜ ନୁହେଁ । ଏଥିପାଇଁ ପ୍ରାୟ ୨୬ ପ୍ରତିଶତ ରିଟର୍ଣ୍ଣ ପାଇବାକୁ ହେବ ଯାହା ଅସମ୍ଭବ । Gold ETFs ଅତିବେଶୀରେ ୮-୧୩ ପ୍ରତିଶତ ରିଟର୍ଣ୍ଣ ଆଶା କରାଯାଇପାରିବ । ଏକ୍ସପର୍ଟଙ୍କ କହିବା କଥା, ଯଦି ଆପଣ ଏହା ଜରିଆରେ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ତେବେ ଗୋଲ୍ଡ ଇଟିଏଫରେ ଟଙ୍କା ଲଗାନ୍ତୁ । ଯଦି ଆପଣ କ୍ଷତିକୁ ଭୟ ନ କରନ୍ତି ତେବେ ଇକ୍ବିଟି ଫଣ୍ଡରେ ନିବେଶ କରନ୍ତୁ । କାରଣ ଏହି ଫଣ୍ଡରୁ ଆପଣ ୧୨ ପ୍ରତିଶତ ହାରାହାରି ବାର୍ଷିକ ରିଟର୍ଣ୍ଣ କମାଇ ପାରିବେ । ଏହି ହିସାବରେ ଦୁଇ ଲକ୍ଷ ଟଙ୍କା ଛଅ ବର୍ଷରେ 3,94,764 ଟଙ୍କାରେ ବଦଳି ଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.