ETV Bharat / business

ଲୋକସଭାରେ ଅର୍ଥ ବିଲ ପାରିତ - ଅର୍ଥ ବିଲ ପାରିତ

ମଙ୍ଗଳବାର ଲୋକସଭାରେ ପାରିତ ହେଲା ଅର୍ଥ ବିଲ 2021 । ଭଏସ ଭୋଟ ସହ ଆର୍ଥିକ ବର୍ଷ 2021-22 ପାଇଁ ଗୃହରେ କେନ୍ଦ୍ର ସରକାର ଆଣିଥିବା ଆର୍ଥିକ ପ୍ରସ୍ତାବକୁ ଗ୍ରୀନ ସିଗନାଲ ମିଳିଛି ।

ଲୋକସଭାରେ ଅର୍ଥ ବିଲ ପାରିତ
ଲୋକସଭାରେ ଅର୍ଥ ବିଲ ପାରିତ
author img

By

Published : Mar 23, 2021, 7:24 PM IST

ନୂଆଦିଲ୍ଲୀ: ପୂରଣ ହେଲା ବଜେଟ ପ୍ରକ୍ରିୟା । ମଙ୍ଗଳବାର ଲୋକସଭାରେ ପାରିତ ହେଲା ଅର୍ଥ ବିଲ 2021 । ଭଏସଭୋଟ ସହ ଆର୍ଥିକ ବର୍ଷ 2021-22 ପାଇଁ ଗୃହରେ କେନ୍ଦ୍ର ସରକାର ଆଣିଥିବା ଆର୍ଥିକ ପ୍ରସ୍ତାବକୁ ଗ୍ରୀନ ସିଗନାଲ ମିଳିଛି ।

ଏହି ବିଧେୟକ ଉପରେ ଚର୍ଚ୍ଚାର ଜବାବ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି କି ଅର୍ଥ ବିଲରେ କରକୁ ତର୍କସଙ୍ଗତ ତଥା ସରଳ କରିବା ପାଇଁ ପ୍ରୟାସ କରାଯାଇଛି । ଏଥିସହ ଆୟକର ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ସେ କହିଛନ୍ତି କି ନିଜେ କର ହାର ବୃଦ୍ଧି କରି ଜନତାଙ୍କ ଉପରେ ବୋଝ ପକାଇବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଚାହୁଁନଥିଲେ । ଏଣୁ ବଜେଟରେ କରକୁ ଅପରିବର୍ତ୍ତିତ ରଖିବାକୁ ଚେଷ୍ଟା କରାଯାଇଛି ।

ପ୍ରକାଶ ଯେ, 2021-22 ଆର୍ଥିକ ବର୍ଷର ବଜେଟରେ ଉଭୟ ବ୍ୟକ୍ତିଗତ ଓ କର୍ପୋରେଟ କର ହାର ସ୍ଥିର ଅଛି । ତେବେ 75 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । 75 ବର୍ଷ ବରିଷ୍ଠ ନାଗରିକଙ୍କୁ ପେନସନରୁ ହେଉଥିବା ଆୟ ଉପରେ ଟିକସ ଦେବାକୁ ପଡିବନି ବୋଲି ଅର୍ଥମନ୍ତ୍ରୀ ଦର୍ଶାଇଥିଲେ ।

ପ୍ରକାଶ ଯେ, ଅର୍ଥ ବିଲ ଓ ବିନିଯୋଗକୁ ମନି ବିଲ ଭାବେ ବଣ୍ଟାଯାଇଥାଏ । ଏସବୁକୁ ରାଜ୍ୟସଭାର ସ୍ପଷ୍ଟ ସହମତିର ଆବଶ୍ୟକତା ହୋଇନଥାଏ । ଉଚ୍ଚ ସଦନ କେବଳ ସେସବୁ ଉପରେ ଚର୍ଚ୍ଚା କରିଥାଏ । ଆଉ ବିଲକୁ ପୁଣି ଫେରସ୍ତ କରିଦିଆଯାଏ । ପ୍ରକାଶ ଯେ, ଅର୍ଥ ବିଧେୟକ ପାରିତ ହେବା ପରେ ଏହା ଅର୍ଥ ଅଧିନିୟମ ଭାବେ ଆଇନରେ ପରିଣତ ହୁଏ । ଏହା ଅଧିନରେ ଅନ୍ତିମ ବଜେଟ ମଞ୍ଜୁର ହୁଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.