ETV Bharat / business

ଲକଡାଉନ ବିରୋଧରେ ଅନୀଲଙ୍କ ପୁଅ, କହିଲେ ଭାଙ୍ଗୁଛି ଅର୍ଥନୀତି ମେରୁଦଣ୍ଡ

author img

By

Published : Apr 7, 2021, 10:04 PM IST

ଯେତେବେଳେ ଫିଲ୍ମ ଅଭିନେତା ସୁଟିଂ କରିପାରୁଛନ୍ତି, କ୍ରିକେଟର ବିଳମ୍ବିତ ରାତି ଯାଏଁ ଖେଳି ପାରୁଛନ୍ତି, ନେତା ପ୍ରବଳ ଜନସମାଗମ ସହ ରାଲି କରୁଛନ୍ତି , ତେବେ ବେପାରୀଙ୍କ ଉପରେ ରୋକ କାହିଁକି ?

ଲକଡାଉନ ବିରୋଧରେ ଅନୀଲଙ୍କ ପୁଅ, କହିଲେ ଭାଙ୍ଗୁଛି ଅର୍ଥନୀତି ମେରୁଦଣ୍ଡ
ଲକଡାଉନ ବିରୋଧରେ ଅନୀଲଙ୍କ ପୁଅ, କହିଲେ ଭାଙ୍ଗୁଛି ଅର୍ଥନୀତି ମେରୁଦଣ୍ଡ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ସହ କିଛି ସ୍ଥାନରେ ପୁଣି ଫେରିଲାଣି ଲକଡାଉନ କଟକଣା । ଦିଲ୍ଲୀ ସମେତ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ବି ଲାଗୁ ହେଲାଣି । ଆଉ ଏହି କଟକଣାକୁ ବିରୋଧ କରି ଟ୍ବିଟରରେ ଅସନ୍ତୋଷ ଜାହିର କରିଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ବଡ ପୁଅ ଅନମୋଲ ଅମ୍ବାନୀ ।

  • Professional ‘actors’ can continue shooting their films. Professional ‘cricketers’ can play their sport late into the night. Professional ‘politicians’ can continue their rallies with masses of people. But YOUR business or work is not ESSENTIAL. Still don’t get it?

    — Anmol A Ambani (@anmol_ambani) April 5, 2021 " class="align-text-top noRightClick twitterSection" data=" ">

ଅନମୋଲ ଟ୍ବିଟରରେ ଲକଡାଉନ କଟକଣା ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି କି ଏଭଳି ପ୍ରତିବନ୍ଧକ ଜମା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନୁହେଁ ହେଲେ ସମାଜ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଦେଲାଣି ।

ଟ୍ବିଟର ଏକ ସିରିଜରେ, ରିଲାଏନ୍ସ କ୍ୟାପିଟାଲ୍ ଲିମିଟେଡର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ 29 ବର୍ଷୀୟ ଅନମୋଲ କହିଛନ୍ତି କି ନୂଆ ସେମି-ଲକଡାଉନ କଟକଣା କ୍ଷୁଦ୍ର ବ୍ୟବସାୟୀ ଓ ଦିନ ମଜୁରିଆଙ୍କ ଆୟକୁ ଗଭୀର ଭାବେ ପ୍ରଭାବିତ କରୁଛି । ଏହି ଲକଡାଉନ ଗୁଡିକ କେବେ ସ୍ବାସ୍ଥ୍ୟ ସହ ସମ୍ବନ୍ଧିତ ନୁହେଁ ।

ଜିମ୍, କ୍ରୀଡା କମ୍ପ୍ଲେକ୍ସ ଏବଂ ଖେଳ ପଡିଆ ବନ୍ଦ କରି ଲକଡାଉନ୍ ସ୍ବାସ୍ଥ୍ୟକୁ ହାନି ପହଞ୍ଚାଉଛି । କାରଣ ବ୍ୟାୟାମ, ସୂର୍ଯ୍ୟ କିରଣ ଏବଂ ସତେଜ ବାୟୁ ଉତ୍ତମ ସ୍ବାସ୍ଥଛ୍ୟ ଏବଂ ଦୃଢ ଇମ୍ୟୁନିଟିର କେତେକ ବଳିଷ୍ଠ ସ୍ତମ୍ଭ ଅଟେ । ଏହା ବାଦ ଏହି ଲକଡାଉନ ପିଲାଙ୍କ ଅଭିବୃଦ୍ଧିରେ ମଧ୍ୟ ବାଧକ ସାଜି ସେମାନଙ୍କ ମାନସିକ ଦୁଶ୍ଚିତା ବଢାଉଛି ।

ଏଥିସହ ସେ ପ୍ରଶ୍ନ ପଚାରିଛନ୍ତି କି, ଯେବେ ଫିଲ୍ମ ଅଭିନେତା ସୁଟିଂ କରିପାରୁଛନ୍ତି, କ୍ରିକେଟର ବିଳମ୍ବିତ ରାତି ଯାଏଁ ଖେଳି ପାରୁଛନ୍ତି, ନେତା ପ୍ରବଳ ଜନସମାଗମ ସହ ରାଲି କରୁଛନ୍ତି , ତେବେ ବେପାରୀଙ୍କ ଉପରେ ରୋକ କାହିଁକି ? ସେ ଆହୁରୀ ବି କହିଛନ୍ତି ଯେ, ପ୍ରତିଟି ଲୋକ କାମ ତା ପାଇଁ ଗୁରୁତ୍ବପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.