ମୁମ୍ବାଇ: ଘର କିଣିବାକୁ ଇଚ୍ଛୁକ କି ? ଏଲଆଇସି ହାଉସିଙ୍ଗ ଫାଇନାନ୍ସ ଆଣିଛି ବଡ ସୁଯୋଗ । ନୂଆ ଘର କିଣିବା ପାଇଁ ସୁଧ ଦରକୁ 7.5 ପ୍ରତିଶତକୁ ହ୍ରାସ କରିଛି କମ୍ପାନୀ ।
ଏଲଆଇସି ହାଉସିଙ୍ଗ ଫାଇନାନ୍ସ ଲିମିଟେଡ 800ରୁ ଉର୍ଦ୍ଧ୍ବ ସିବିଲ (CIBIL) ସ୍କୋର ନୂଆ କ୍ରେତାଙ୍କ ପାଇଁ ହୋମ ଲୋନ ଉପରେ ସୁଧ ହ୍ରାସ କରିଛି । ଗୁରୁବାର ଏ ନେଇ କମ୍ପାନୀ ଘୋଷଣା କରିଛି ।
କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ଏମଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସିଦ୍ଧାର୍ଥ ମହାନ୍ତି କହିଛନ୍ତି, "ନଗଦ ଉପଲବ୍ଧତା ବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ଯଥେଷ୍ଟ ପଦକ୍ଷେପ ନେଇଛି। ଏଥିପାଇଁ ଆମକୁ ମଧ୍ୟ କମ ସୁଧରେ ଟଙ୍କା ମିଳୁଛି । ଆଉ ଏହାର ଲାଭ ଆମେ ଗ୍ରାହକଙ୍କୁ ଦେବାକୁ ଚାହୁଁଛୁ । ଯାହା ଦ୍ବାରା ଆମ ପ୍ରତି ଗ୍ରାହକଙ୍କ ବିଶ୍ବାସ ସୁଦୃଢ ହୋଇପାରିବ ।
ଯଦି ଗ୍ରାହକ ନିଜର ବର୍ତ୍ତମାନ ଟର୍ମ ଇନସୁରାନ୍ସ କିମ୍ବା ନୂତନ ଏକକ ଟର୍ମ ଇନସୁରାନ୍ସ ପଲିସିକୁ ଋଣ ସହିତ ମିଶ୍ରଣ କରନ୍ତି, ତେବେ ସେମାନଙ୍କୁ ସୁଧ ହାରରେ 0.10 ପ୍ରତିଶତ ଅତିରିକ୍ତ ରିହାତି ମଧ୍ୟ ମିଳିବ ।