ETV Bharat / business

ଅର୍ଥନୀତିକୁ ଗିଳିଲାଣି ‘କୋରୋନା’, ଜାଣନ୍ତୁ କେଉଁ ସବୁ ସେକ୍ଟର ହୋଇଛି ପ୍ରଭାବିତ

author img

By

Published : Mar 12, 2020, 4:21 PM IST

ଏବେ କୋରୋନା ଭାଇରସ କେବଳ ଏକ ସାର୍ବଜନୀନ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବରଂ ଏହା ଏକ ବଡ ବ୍ୟବସାୟିକ ସମସ୍ୟାର ରୂପ ନେଲାଣି । ଜାଣନ୍ତୁ ବିଭିନ୍ନ କ୍ଷେତ୍ର ଉପରେ କୋରୋନା ଭାଇରସର କଣ ରହିଛି ପ୍ରଭାବ ...ଅଧିକ ପଡନ୍ତୁ

Know impact of coronavirus on India's business
ଅର୍ଥନୀତିକୁ ଗିଳିଲାଣି କୋରୋନା

ହାଇଦ୍ରାବାଦ: ବିପଦ ବଢାଉଛି ପ୍ରାଣଘାତୀ କୋରୋନା ଭାଇରସ । ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହଟଚମଟ ମଚାଇଥିବା ଏହି ଖବର ଯେ କେବଳ ଏକ ସାର୍ବଜନୀନ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବରଂ ଏହା ଏକ ବଡ ବ୍ୟବସାୟିକ ସମସ୍ୟାର ରୂପ ନେଲାଣି ।

Know impact of coronavirus on India's business
ଜାଣନ୍ତୁ ଭାରତ ବ୍ୟବସାୟ ଉପରେ କୋରୋନା ଭାଇରସ ପ୍ରଭାବ

ଚୀନ , ଜାପାନ, ଦକ୍ଷିଣ କୋରିଆ, ଇଟାଲୀ, ଇରାନ, ଆମେରିକା ଆଦି କୋଭିଡ-19ରେ ପ୍ରମୁଖ ହଟସ୍ପଟ ସହ ଭାରତର ବ୍ୟପାରିକ ସମ୍ଭନ୍ଧ ଦୁର୍ବଳ ହେବାରେ ଲାଗିଛି । ଯୋଗାଣ ଶୃଙ୍ଖଳାରେ ଗଡବଡ ଯୋଗୁଁ ଆମଦାନୀ, ରପ୍ତାନୀ ଓ ଯାତ୍ରା ଆଦି ଉପରେ ଲାଗୁଥିବା ପ୍ରତିବନ୍ଧକ ଦେଶ ଅର୍ଥନୀତିକୁ ଦୋହଲାଇ ରଖିଛି ।

କୋରୋନା ଭାଇରସ ପ୍ରକୋପ ବଢୁଥିବାରୁ ଭାରତୀୟ ଅର୍ଥବ୍ୟବସ୍ଥାରେ 2,700 କୋଟି ଟଙ୍କାରୁ 2,10,000 କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଅନୁମାନ କରିଛି ଏସିଆନ ଡେଭଲପେଣ୍ଟ ବ୍ୟାଙ୍କ(ଏଡିବି) । ତେବେ ଜାଣନ୍ତୁ ବିଭିନ୍ନ କ୍ଷେତ୍ର ଉପରେ କୋରୋନା ଭାଇରସର କଣ ରହିଛି ପ୍ରଭାବ-

ଅଟୋମୋବାଇଲ( Automobiles)

ଭାରତ ଅଟୋମୋବାଇଲର 25 ପ୍ରତିଶତ ସ୍ପେୟର ପାର୍ଟସ ଚୀନରୁ ଆମଦାନୀ କରିଥାଏ । ହେଲେ ଏବେ କୋରୋନା ଭାଇରସ କାୟା ବିସ୍ତାର ଯୋଗୁଁ ଭାରତୀୟ ଅଟୋ ବିନିର୍ମାଣ କ୍ଷେତ୍ରକୁ 8-10 ପ୍ରତିଶତ ହ୍ରାସ ହୋଇପାରେ ।

ଔଷଧ ଶିଳ୍ପ(pharmaceuticals)

ଭାରତୀୟ କମ୍ପାନୀଙ୍କ ଦ୍ବାରା ପ୍ରାୟ 85 ପ୍ରତିଶତ ଔଷଧ କଞ୍ଚାମାଲ (pharmaceuticals) ଚୀନରୁ ଆସିଥାଏ । ଆଉ ଯଦି ଏଭଳି କୋରୋନା ପ୍ରକୋପ ଜାରି ରୁହେ ତେବେ ଭାରତରେ ଆବଶ୍ୟକୀୟ ଔଷଧ ଅଭାବ ଦେଖାଦେବା ସହ ଦାମ ବୃଦ୍ଧି ହୋଇପାରେ ।

କୃଷି ଉତ୍ପାଦ (Agri Products)

ବେପାର ଉପରେ ପ୍ରତିବନ୍ଧକ ଯୋଗୁଁ ଭାରତର କପା, ନାଲି ଲଙ୍କା ସମେତ ଚୀନ ଓ ଅନ୍ୟ ପ୍ରମୁଖ ଦେଶର ମସଲା ରପ୍ତାନୀ ପ୍ରଭାବିତ ହେଉଛି ।

ପଶୁପାଳନ(Animal Husbandry)

କୋରୋନା ଭୟରେ କୁକୁଡା ଶିଳ୍ପକୁ ବିପୁଳ ମାତ୍ରାରେ କ୍ଷତି ସହିବାକୁ ପଡିଛି । ସେହିପରି ମଇଁଷି ମାଂସ ରପ୍ତାନୀ 50 ପ୍ରତିଶତ କମିଛି । ଭିଏତନାମ, ମଧ୍ୟ ପୂର୍ବ ଏବଂ ୟୁରୋପୀୟ ବଜାରରେ ଏହାର ଚାହିଦା ହ୍ରାସ ପାଇଛି।

ପର୍ଯ୍ୟଟନ(Tourism)

କୋରୋନା ଭାଇରସ ଯୋଗୁଁ ଗୁରୁତର ପର୍ଯ୍ୟଟନ ଉଦ୍ୟୋଗ । ଯାତ୍ରା ବାତିଲ ଯୋଗୁଁ ତାଜମହଲ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଫେବୃଆରୀରେ ଫାଙ୍କା ଥିଲା । ଏହା ବ୍ୟତିତ ସାବରିମାଳା ମନ୍ଦିର ଅଧିକାରୀ ଶ୍ରଦ୍ଧାଳୁଙ୍କୁ ସେମାନଙ୍କ ତାର୍ଥ ଯାତ୍ରା ସ୍ଥଗିତ ପାଇଁ ଅନୁରୋଧ କରିଛନ୍ତି।

ବିମାନ ଉଦ୍ୟୋଗ(Aviation Industry)

ବିଭିନ୍ନ ଦେଶ ଦ୍ବାରା ଯାତ୍ରା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ବୁକିଙ୍ଗ ଓ ଟିକେଟ ବାତିଲ ହେଉଛି । ଫଳରେ ବିମାନ ଉଦ୍ୟୋଗକୁ କ୍ଷତି ସହିବାକୁ ପଡୁଛି ।

ସୂଚନା ପ୍ରଯୁକ୍ତିବିଦ୍ୟା (Information Technology)

ପେଟିଏମ, ଡେଲ, ମାଇଣ୍ଡଟ୍ରି ଭଳି ବିଭିନ୍ନ କମ୍ପାନୀର କର୍ମଚାରୀଙ୍କ କୋରୋନା ରିପୋର୍ଟ ପଜେଟିଭ ଯୋଗୁଁ କାମ ବାଧାପ୍ରାପ୍ତ ହୋଇଛି । ବ୍ୟବସାୟିକ ଯାତ୍ରା ବାତିଲ ହେଉଛି । ଆଗକୁ ଆଇଟି କ୍ଷେତ୍ରରେ ଆହୁରି କିଛି ପରୋକ୍ଷ ପ୍ରଭାବ ଦେଖିବାକୁ ମିଳିପାରେ ।

ମନୋରଞ୍ଜନ ଉଦ୍ୟୋଗ (Entertainment Industry)

ସ୍ବଳ୍ପ ଅବଧିର ଉଦ୍ୟୋଗକୁ 200ରୁ 250 କୋଟି ଟଙ୍କା କ୍ଷତି ହେବା ନେଇ ଅନୁମାନ ରହିଛି । ଏହି ଉଦ୍ୟୋଗରେ ଦିଲ୍ଲୀ ଓ ରାଜସ୍ଥାନର ପ୍ରାୟ 25ରୁ 30 ପ୍ରତିଶତ ଯୋଗଦାନ ରହିଥାଏ । ହେଲେ ଏବେ ଏଠାରେ ଅଧିକାଂଶ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।

ତେବେ ଏତେ ସବୁ ପରେ ବି କିଛି ବିଶେଷଜ୍ଞ କୋଭିଡ-19 ପ୍ରକୋପ ପରେ ବି ଆଶାବାଦୀ ଅଛନ୍ତି । ଯେପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ଦ୍ବାରା ଆମଦାନୀ ବିଲ କମିବ । ଫଳରେ ଭାରତକୁ ସହଯୋଗ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.