ETV Bharat / business

କିରଣ ମଜୁମଦାରଙ୍କୁ ମିଳିଲା ‘EY ୱାର୍ଲ୍ଡ ଏଣ୍ଟରପ୍ରିନିୟର’ ପୁରସ୍କାର

‘ଇୱାଇ ୱାର୍ଲ୍ଡ ଏଣ୍ଟରପ୍ରିନିୟର ଅଫ ଦି ଇୟର 2020’ ପୁରସ୍କାର ପାଇଲେ ବାୟୋକନ୍ ମୁଖ୍ୟ କିରଣ ମଜୁମଦାର ଶ । ସେ ତୃତୀୟ ଭାରତୀୟ ଭାବେ ଏହି ପୁରସ୍କାର ପାଇଛନ୍ତି । ଅଧିକ ପଢନ୍ତୁ..

author img

By

Published : Jun 5, 2020, 7:05 PM IST

Kiran Mazumdar shaw Gets  Ey World Entrepreneur Award
କିରଣ ମଜୁମଦାର ସାହଙ୍କୁ ମିଳିଲା ‘EY ୱାଲ୍ଡ ଏଣ୍ଟରପ୍ରିନିୟର’ ପୁରସ୍କାର

ନୂଆଦିଲ୍ଲୀ: ବାୟୋକନ୍ ମୁଖ୍ୟ କିରଣ ମଜୁମଦାର ଶ ଙ୍କୁ ମିଳିଲା ‘ଇୱାଇ ୱାର୍ଲ୍ଡ ଏଣ୍ଟରପ୍ରିନିୟର ଅଫ ଦି ଇୟର 2020’ ପୁରସ୍କାର । ଏକ ଭର୍ଚ୍ୟୁଆଲ ପୁରସ୍କାର ସମାରୋହରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । 41ଟି ଦେଶର 46 ଉଦ୍ୟୋଗୀଙ୍କ ମଧ୍ୟରୁ କିରଣଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ।

ଏହି ପୁରସ୍କାରର ବିଜେତା ଭାବେ ମଜୁମଦାର ତୃତୀୟ ଭାରତୀୟ । ଏହା ପୂର୍ବରୁ 2014ରେ ଉଦୟ କୋଟାକ ଓ 2005ରେ ଇନ୍ଫୋସିସର କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କୁ ମିଳିଥିଲା । ଏପରିକି ଏହି ପୁରସ୍କାର ପାଇଥିବା ମହିଳାଙ୍କ ମଧ୍ୟରେ ମଜୁମଦାର ଦ୍ବିତୀୟ ମହିଳା ।

ମଜୁମଦାର-ଶ ପୁରସ୍କାର ମିଳିଲା ପରେ ସେ କହିଛନ୍ତି କି, ମୁଁ ପ୍ରତିଷ୍ଠିତ ଇୱାଇ ୱାର୍ଡ ଏଣ୍ଟରପ୍ରିନିୟର ଅଫ ଦି ଇୟର 2020 ପାଇବା ନେଇ ସମ୍ମାନିତ ଅନୁଭବ କରୁଛି । ସମସ୍ୟାର ସମାଧାନ ପାଇଁ ଉଦ୍ୟୋଗୀ ଚିନ୍ତିତ । ମୋର ଉଦ୍ୟୋଗୀ ଯାତ୍ରା ସମୟରେ, ମୁଁ ଅନୁଭବ କରିଛି ଯେ ସବୁଠାରୁ ବଡ ସୁଯୋଗ ପ୍ରାୟତଃ ସବୁଠୁ କଠିନ ସମୟରେ ଆସିଥାଏ ।'

ଏଥିସହ ସେ କହିଛନ୍ତି କି, ମହିଳାମାନେ ମଧ୍ୟ ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାନ୍ତି । ହେଲେ ଲମ୍ବା ସମୟ ଧରି ସେମାନଙ୍କ ଯୋଗଦାନକୁ ଅଣଦେଖା କରାଯାଇଛି । ସେ କହିଛନ୍ତି ଯେ ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ EY ବିଶ୍ୱ ଉଦ୍ୟୋଗୀ ଫୋରମ ବ୍ୟବହାର କରାଯିବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.