ETV Bharat / business

କୋରୋନା ଭୟ: ୱାର୍କ ଫ୍ରମ ହୋମ ଚାକିରୀ ସନ୍ଧାନରେ ଭାରତୀୟ

ଅଫିସ ଠାରୁ ଦୂରରେ ରହି ସାମାଜିକ ଦୂରତ୍ବ ରକ୍ଷା କରି ଘରେ ବସି କାମ କରିବୁ । ଏଭଳି ଭାବନା ସହ ଚାକିରୀ ସନ୍ଧାନରେ ବଢିଛି ଆଶାୟୀଙ୍କ ସଂଖ୍ୟା । ଅଧିକ ପଢନ୍ତୁ..

author img

By

Published : May 25, 2020, 9:39 PM IST

Job searches for remote work surge in Feb-May: Report
କୋରୋନା ଭୟ: ୱାର୍କ ଫ୍ରମ ହୋମ ଚାକିରୀ ସନ୍ଧାନରେ ଭାରତୀୟ

ନୂଆଦିଲ୍ଲୀ: ଭୟ ଉତ୍ପନ୍ନ ସହ ଲୋକଙ୍କ କାମ କରିବା ପ୍ରକ୍ରିୟାକୁ ବଦଳାଇ ଦେଇଛି କୋରୋନା ମହାମାରୀ । ନିଜକୁ ସୁରକ୍ଷିତ ସହ ରୋଜଗାର ଜାରି ରଖିବା ପାଇଁ ଲୋକ ଏବେ ରିମୋଟ ୱାର୍କ( ଦୂରରେ ରହି ଅଫିସ କାମ) ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ।

ଏକ ରିପୋର୍ଟ ମୁତାବକ, ଫେବୃଆରୀରୁ ମେ ମଧ୍ୟରେ ରିମୋର୍ଟ ୱାର୍କ ଚାକିରୀ ସର୍ଚ୍ଚରେ 377 ପ୍ରତିଶତ ବୃଦ୍ଧି ହୋଇଛି । ରିପୋର୍ଟରେ କୁହାଯାଇଛି ଯେ, ଚାକିରୀ ଖୋଜୁଥିବା ଲୋକ ଏବେ ରିମୋଟ ଜରିଆରେ କାମ କରିବା ପାଇଁ ଅଧିକ ଇଚ୍ଛୁକ ଅଛନ୍ତି । ଜବ ସାଇଟ ଇନଡିଡର ରିପୋର୍ଟ କହିଛି କି, ସର୍ଚ୍ଚ ସମୟରେ ରିମୋଟ, ୱାର୍କ ଫ୍ରମ ହୋମ ଓ ଏଭଳି ଅନ୍ୟ ଶବ୍ଦ ବ୍ୟବହାର ଅଧିକ ବଢିଥିବା ଦେଖିବାକୁ ମିଳିଛି ।

2020 ଫେବୃଆରୀରୁ ମେ ମଧ୍ୟରେ ରିମୋଟ ୱାର୍କ ପାଇଁ ସର୍ଚ୍ଚରେ 377 ପ୍ରତିଶତ ଓ ଘରୁ କାମ କରିବା ଭଳି ଚାକିରୀରେ 168 ପ୍ରତିଶତ ବୃଦ୍ଧି ହୋଇଛି ।

ଇନଡିଡ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶଶି କୁମାର କହିଛନ୍ତି, "କୋଭିଡ -19 ଅନେକ ଲୋକଙ୍କ କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇ ଦେଇଛି । ଲୋକମାନେ ରିମୋଟ ୱାର୍କ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଏହା ଜାରି ରହିବ ବୋଲି ଆଶା କରାଯାଉଛି।"

ଉଦ୍ୟୋଗ ମଧ୍ୟ ଭବିଷ୍ୟତରେ ଏଭଳି ଶ୍ରମବଳ ପ୍ରସ୍ତୁତି ଉପରେ ଧ୍ୟାନ ଦେବ ବୋଲି ସେ ମତ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.