ETV Bharat / business

22 ଆନ୍ତର୍ଜାତୀୟ ବିମାନରେ ମୋବାଇଲ ସେବା ଦେବ ଜିଓ

ଆନ୍ତର୍ଜାତୀୟ ରୁଟରେ 22 ଟି ବିମାନରେ ମୋବାଇଲ ସେବା ପ୍ରଦାନ ଆରମ୍ଭ କରିଛି ଜିଓ । ଏହା ପ୍ଲାନ ଦୈନିକ 499 ଟଙ୍କାରୁ ଆରମ୍ଭ ।

author img

By

Published : Sep 24, 2020, 7:10 PM IST

22 ଆନ୍ତର୍ଜାତୀୟ ବିମାନରେ ମୋବାଇଲ ସେବା ଦେବ ଜିଓ
22 ଆନ୍ତର୍ଜାତୀୟ ବିମାନରେ ମୋବାଇଲ ସେବା ଦେବ ଜିଓ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଆନ୍ତର୍ଜାତୀୟ ରୁଟରେ 22ଟି ବିମାନରେ ମୋବାଇଲ ସେବା ପ୍ରଦାନ ଆରମ୍ଭ କରିଛି । ଯେଉଁଥିରେ ଦୈନିକ 499 ଟଙ୍କାର ପ୍ଲାନ ରହିଛି ।

କମ୍ପାନୀର ପାର୍ଟନର ଏୟାରଲାଇନ୍ସରେ କ୍ୟାଥେ ପାସିଫିକ୍, ସିଙ୍ଗାପୁର ଏୟାରଲାଇନ୍ସ, ଏମିରେଟ୍ସ, ଏତିହାଦ ଏୟାରୱେଜ୍, ୟୁରୋ ୱିଙ୍ଗ୍ସ, ଲୁଫଥାନ୍ସ,, ମାଲିଣ୍ଡୋ ଏୟାର, ବିମାନ ବାଂଲାଦେଶ ଏୟାରଲାଇନ୍ସ ଏବଂ Alitalia ଅନ୍ତର୍ଭୁକ୍ତ। ଏଥିସହ ଜିଓ ଏହି ସବୁ ବିମାନରେ ସେବା ପ୍ରଦାନକାରୀ ଦ୍ବିତୀୟ ଭାରତୀୟ ଟେଲିକମ କମ୍ପାନୀ ହୋଇଛି । ଟାଟା ଗ୍ରୁପର ନେଲ୍କୋ ଲଣ୍ଡନ ରୁଟରେ ଭିସ୍ତାରା ଏୟାରଲାନ୍ସରେ ଫ୍ଲାଇଟ ମୋବାଇଲ ସେବା ପ୍ରଦାନ ଆରମ୍ଭ କରିଦେଇଛି ।

କମ୍ପାନୀ ଭାରତର ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ 3 ଅନ୍ତରାଷ୍ଟ୍ରୀୟ ରୋମିଂ ପ୍ୟାକର ଘୋଷଣା କରିଛି । ଯାହାର ଦାମ 499 ଟଙ୍କା, 699 ଓ 1ଦିନର ବୈଧତା ସହ 999 ଟଙ୍କା ରହିଛି । ଯେଉଁଥିରେ ସମସ୍ତ ପ୍ଲାନ 100 ମିନିଟର ଆଉଟଗୋଇଙ୍ଗ ଭଏସ୍ କଲ୍ ଏବଂ 100 ଏସଏମଏସ ପ୍ରଦାନ କରିବ । ସେହିଭଳି 499 ଟଙ୍କା ଯୋଜନାରେ 250 ମେଗାବାଇଟ୍ (MB) ମୋବାଇଲ୍ ଡାଟା ପ୍ରଦାନ କରୁଥିବାବେଳେ 699 ଟଙ୍କା 500 MB ଏବଂ 1 GB ଡାଟା ସହିତ 999 ଟଙ୍କା ଯୋଜନା ସହିତ ଆସିଛି। ।

ଜିଓ ୱେବସାଇଟରେ ଉପଲବ୍ଧ ସୂଚନା ଅନୁସାରେ କୌଣସି ମଧ୍ୟ ପ୍ଲାନ ଇନକମିଙ୍ଗର ଅନୁମତି ଦେବ ନାହିଁ । ଯେତେବେଳେ କି ଇନକମିଙ୍ଗ ଏସଏମଏସ ମାଗଣା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.