ETV Bharat / business

ଦୁନିଆର ପଞ୍ଚମ ମଜବୁତ ବ୍ରାଣ୍ଡ ହେଲା ଜିଓ - ଜିଓ ଗ୍ଲୋବାଲ ବ୍ରାଣ୍ଡ ରାଙ୍କିଙ୍ଗ

ଆପଲ, ଆମଜାନ , ଅଲିବାବା ଓ ପେପ୍ସି ଭଳି ଦିଗ୍ଗଜୟ କମ୍ପାନୀକୁ ପଛରେ ପକାଇଲା ରିଲାଏନ୍ସ ଜିଓ । ଦୁନିଆର ସବୁଠୁ ମଜବୁତ ଟପ 10 ବ୍ରାଣ୍ଡସରେ ଭାରତର ଏକମାତ୍ର କମ୍ପାନୀ ରିଲାଏନ୍ସ ଜିଓ ଅକ୍ତିଆର କରିଛି ନିଜ ସ୍ଥାନ । ଅଧିକ ପଢନ୍ତୁ...

ଦୁନିଆର ପଞ୍ଚମ ମଜବୁତ ବ୍ରାଣ୍ଡ ହେଲା ଜିଓ
ଦୁନିଆର ପଞ୍ଚମ ମଜବୁତ ବ୍ରାଣ୍ଡ ହେଲା ଜିଓ
author img

By

Published : Jan 28, 2021, 9:16 PM IST

ନୂଆଦିଲ୍ଲୀ: ବ୍ରାଣ୍ଡ ଫାଇନାନ୍ସ ଗ୍ଲୋବାଲ 500ର ଲିଷ୍ଟରେ ପ୍ରଥମ ଥର ସାମିଲ ହେଲା ରିଲାଏନ୍ସ ଜିଓ । ବଡ ପରିବର୍ତ୍ତନ ସହ ଏହି ଲିଷ୍ଟର 5ମ ରାଙ୍କ ହାସଲ କରିଛି କମ୍ପାନୀ । ବ୍ରାଣ୍ଡ ଫାଇନାନ୍ସ ଗ୍ଲୋବାଲ 500ର ଲିଷ୍ଟରେ ଦୁନିଆର ସବୁଠୁ ମଜବୁତ ବ୍ରାଣ୍ଡସର ରାଙ୍କିଙ୍ଗର ଜିଓ ବିଜୟୀ ହୋଇଛି ।

ଆପଲ, ଆମଜାନ, ଅଲିବାବା ଓ ପେପ୍ସି ଭଳି ଦିଗ୍ଗଜୟ କମ୍ପାନୀକୁ ରିଲାଏନ୍ସ ଜିଓ ପଛରେ ପକାଇଛି । ଦୁନିଆର ସବୁଠୁ ମଜବୁତ ଟପ 10 ବ୍ରାଣ୍ଡସରେ ଭାରତର ଏକମାତ୍ର କମ୍ପାନୀ ରିଲାଏନ୍ସ ଜିଓ ନିଜ ସ୍ଥାନ ଅକ୍ତିଆର କରିଛି । ବ୍ରାଣ୍ଡର ସୁଦୃଢ ମାମଲାରେ ରିଲାଏନ୍ସ ଜିଓ 100ରେ 91.7 ବ୍ରାଣ୍ଡ ଷ୍ଟ୍ରେନଥ ଇଣ୍ଡେକ୍ସ ପଏଣ୍ଟ ଓ ଏଏଲ ପ୍ଲସର ରାଙ୍କିଙ୍ଗ ହାସଲ କରିଛି ।

ଏହା ବ୍ୟତିତ ରିପୋର୍ଟରେ କୁହାଯାଇଛି କି, ଜିଓ ଟେଲିକମ ସେକ୍ଟରରେ ବ୍ରାଣ୍ଡ ଭେଲ ଦୃଷ୍ଟିରୁ ସବୁଠୁ ତୀବ୍ର ବେଗରେ ବଢିଥିବା ବ୍ରାଣ୍ଡ । ଯେଉଁଠି ପୂରା ଉଦ୍ଯୋଗରେ ନକରାତ୍ମକ ବୃଦ୍ଧି ଦେଖିବାକୁ ମିଳୁଛି, ସେଭଳି ସମୟରେ ଜିଓର ବ୍ରାଣ୍ଡ ଭେଲ୍ୟୁ 4.8 ବିଲିୟନ ଡଲାର ହୋଇଛି ।

2016ରେ ଜିଓ ଭାରତୀୟ ଟେଲିକମ ସେକ୍ଟରରେ ଏଣ୍ଟରି କରିଥିଲା । 40 କୋଟିରୁ ଅଧିକ ଗ୍ରାହକଙ୍କ ସହ ଆଜି ରିଲାଏନ୍ସ ଜିଓ ଭାରତ ସବୁଠୁ ବଡ ଓ ଦୁନିଆର ତୃତୀୟ ବୃହତ୍ତମ ମୋବାଇଲ ନେଟୱର୍କ ଅପରେଟର ହେବାରେ ସକ୍ଷମ ହୋଇଛି । ରିପୋର୍ଟରେ ଦର୍ଶାଯାଇଛି କି ଭାରତୀୟ ବଜାରରେ କୋଟି କୋଟି ଉପଭୋକ୍ତାଙ୍କ ପାଖରେ ସୁଲଭ 4ଜି ନେଟୱର୍କ ପହଞ୍ଚାଇଛି ଜିଓ । ଭାରତୀୟଙ୍କ ଡାଟା ବ୍ୟବହାର କରିବା ଅଭ୍ୟାସକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି ଜିଓ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.