ନୂଆଦିଲ୍ଲୀ: ଦେବାଳିଆ ହୋଇ ଅଚଳ ପଡିଥିବା ଏୟାରଲାଇନ ଜେଟ ଏୟାରୱେଜର ପୁନଃରୁଦ୍ଧାର ହେବ । ଏଥିସହ ପୁଣି ଥରେ ଉଡାଣ ଭରିପାରେ ଜେଟ ଏୟାରୱେଜ । ଏୟାରଲାଇନ୍ସର ଋଣ ପ୍ରଦାନକାରୀ କମିଟି ଏହାର ପୁନଃରୁଦ୍ଧାର ଯୋଜନାରୁ ମଞ୍ଜୁରୀ ଦେଇଛି ।
ଲଣ୍ଡନର କାଲରୋକ କ୍ୟାପିଟାଲ ଏବଂ ୟୁଏଇର ବ୍ୟବସାୟୀ ମୁରାରି ଲାଲ ଜଲାନଙ୍କ ଦ୍ବାରା ଦାଖଲ କରାଯାଇଥିବା ପୁନରୁଦ୍ଧାର ଯୋଜନାକୁ କମିଟି ଗ୍ରହଣ କରି ଅନୁମୋଦନ ଦେଇଛି ।
ଏୟାରଲାଇନର ଋଣ ଦାତାଙ୍କ ଦ୍ବାରା ନିଯୁକ୍ତ ରିଜଲ୍ୟୁସନ ପ୍ରଫେସନାଲ ଆଶୀଷ ଛାୱଛରିଆ ଏକ ଷ୍ଟକ ଏକ୍ସଚେଞ୍ଜର ଅଧିସୂଚନାରେ କହିଛନ୍ତି କି, ଇ-ଭୋଟିଂ ଶନିବାରକୁ ସମ୍ପର୍ଣ୍ଣ ହୋଇଛି । ମୁରାରି ଲାଲ ଜଲାନ ଓ ଫ୍ଲୋରିୟନ ଫ୍ରିଟଚ ଦ୍ବାରା ପ୍ରସ୍ତୁତ ସଂକଳ୍ପ ଯୋଜନାକୁ କୋଡର 30 (4) ଅଧିନରେ ବିଧିବଧ ଭାବେ ସଫଳ ସଂକଳ୍ପ ଯୋଜନା ରୂପେ ଅନୁମୋଦିତ କରାଯାଇଛି ।
ପ୍ରକାଶ ଯେ, ଜେଟ ଏୟାରୱେଜ 2019 ଏପ୍ରିଲ 17 ପରଠୁ ଉଡାଣ ଭରୁନି । କାରଣ ଋଣଦାତା ଜରୁରୀକାଳୀନ ଫଣ୍ଡିଂ ଚାହିଦାକୁ ପ୍ରତ୍ୟାଖ୍ୟାନ କରିଦେଇଛି । 2019 ଜୁନ 20ରୁ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)ରେ ଦେବାଳିଆ ହେବା ନେଇ କାର୍ଯ୍ୟାନୁଷ୍ଠାନ ଚାଲିଛି ।
ଆଇବିସି ପ୍ରୋକଲ ଅନୁସାରେ, କମ୍ପାନୀ ଋଣଦାତାଙ୍କୁ 66 ପ୍ରତିଶତ ଭୋଟ ସୁରକ୍ଷିତ କରିବାକୁ ହେବ । ଯାହାକି ଋଣ ପ୍ରଦାନକାରୀ କମିଟିର ଭାଗ ଅଟେ । ଏବେ ସିଓସି ଦ୍ବାରା ରିଜ୍ୟୁଲେସନ ପ୍ଲାନକୁ ମଞ୍ଜୁରୀ ମିଳିବା ପରେ ଅଭିଯୋଗକାରୀ ନିଜର ମଞ୍ଜୁରୀ ପାଇଁ ଏନସିଏଲଟିରେ ଏକ ଆବେଦନ ନେଇଯିବ । ଶେଷରେ କମ୍ପାନୀକୁ ସେମାନଙ୍କ ଶେଷ ଅନୁମୋଦନ ପାଇଁ ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ କର୍ପୋରେଟ ବ୍ୟାପର ମନ୍ତ୍ରାଳୟକୁ ଆବେଦନ କରିବାକୁ ହେବ ।