ETV Bharat / business

ଚୀନର ସବୁଠୁ ବଡ ଧନୀ ସ୍ଥାନରୁ ହଟିଲେ ଜ୍ୟାକ ମା’ - Chinas richest person

ଚୀନର ସବୁଠୁ ଧନୀ ତାଲିକାର ଶୀର୍ଷ ପଦରୁ ହଟିଲେ ଜ୍ୟାକ ମା’ । ବଟଲ ୱାଟର ନିର୍ମାତା ନୋଙ୍ଗୁଫ୍‌ ସ୍ପ୍ରିଙ୍ଗସର ଝୋଙ୍ଗ ସାନସନ ନମ୍ବର ୱାନ ଧନୀ । ଅଧିକ ପଢନ୍ତୁ..

ଚୀନର ସବୁଠୁ ବଡ ଧନୀ ସ୍ଥାନରୁ ହଟିଲେ ଜ୍ୟାକ ମା’

author img

By

Published : Mar 3, 2021, 4:08 PM IST

ନୂଆଦିଲ୍ଲୀ: ଅଲିବାବା ଓ ଆଣ୍ଟ ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା’ ଙ୍କୁ ଲାଗିଲା ବଡ ଝଟକା । ଚୀନର ସବୁଠୁ ବଡ ଧନୀ ବ୍ୟକ୍ତିଙ୍କ ମୁକୁଟ ଓହ୍ଲାଇଛନ୍ତି ମା’ । ହରାଇଛନ୍ତି ନମ୍ବର ୱାନ ଧନୀ ବ୍ୟକ୍ତିର ସ୍ଥାନ ।

ଏକ ସଭାରେ ଚୀନର ଆର୍ଥିକ ନିୟାମକଙ୍କ ବିରୋଧରେ କଡା ମନ୍ତବ୍ୟ ଦେବା ପରେ ସେ ଚୀନ ସରକାର ଟାର୍ଗେଟରେ ଆସିଯାଇଥିଲେ । ଏହା ପରେ ତାଙ୍କ କମ୍ପାନୀ ସେୟାର ମୂଲ୍ୟ ହ୍ରାସ ହେବାରେ ଲାଗିଛି । ଫଳରେ ଜ୍ୟାକଙ୍କ ସମ୍ପତ୍ତି ବଡ ପରିମାଣରେ କମିଛି । ମଙ୍ଗଳବାର ପ୍ରକାଶିତ ହୁରୁନ ଗ୍ଲୋବାଲ ଧନୀ ତାଲିକା 2021 ରେ ଜ୍ୟାକ ଚୀନର ଧନୀ ଲିଷ୍ଟରେ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି ।

ଏଥର ହୁରୁନ ଗ୍ଲୋବାଲ ଧନୀ ତାଲିକାରେ ବଟଲ ୱାଟର ନିର୍ମାତା ନୋଙ୍ଗୁଫ୍‌ ସ୍ପ୍ରିଙ୍ଗସର ଝୋଙ୍ଗ ସାନସନ , ଟେନସେଣ୍ଟ ହୋଲଡିଙ୍ଗସର ପୋନି ମା ଓ ଇ-କମର୍ସ ଅପଷ୍ଟାର୍ଟ ପିଣ୍ଡୁଓଡିଓର କୋନିଲ ହୁଆଙ୍ଗ ତାଙ୍କୁ ପଛରେ ପକାଇଛନ୍ତି ।

ପ୍ରକାଶ ଯେ , ଜ୍ୟାକ ମା ’ 2020 ଓ 2019 ରେ ହୁରୁନ ଗ୍ଲୋବାଲ ରିଚ ଲିଷ୍ଟରେ ଚୀନର ସବୁଠୁ ଧନୀ ବ୍ୟକ୍ତି ଥିଲେ । କିନ୍ତୁ ଏବେ ସେ ନିଜ ସ୍ଥାନ ହରାଇଛନ୍ତି । ବର୍ତ୍ତମାନ ସମୟରେ ଧନୀ ତାଲିକାର ଶୀର୍ଷରେ ରହିଥିବା ନୋଙ୍ଗୁଫ୍‌ ସ୍ପ୍ରିଙ୍ଗସର ଝୋଙ୍ଗ ସାନସନଙ୍କ ସମ୍ପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.