ETV Bharat / business

ଆୟକର ରିଟର୍ଣ୍ଣ ଫର୍ମରେ ବଡ ପରିବର୍ତ୍ତନ, ଜାଣନ୍ତୁ କଣ ?

ଅନ୍ୟ ବର୍ଷ ତୁଳନାରେ ଚଳିତଥର ଆୟକର ରିଟର୍ଣ୍ଣ ଫର୍ମରେ ବଡ ପରିବର୍ତ୍ତନ ହୋଇଛି । 23 ପେଜର ଏହି ଫର୍ମରେ କେବଳ ଆୟ ଡିଟେଲ୍ସ ନୁହେଁ, ଦେଶର ବାସିନ୍ଦା ହିସାବରେ ଦେବାକୁ ପଡିବ ଅନେକ ତଥ୍ୟ । 2019 ଜୁଲାଇ 31 ଫର୍ମ ଭରିବାର ଶେଷ ତାରିଖ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 6, 2019, 11:26 PM IST

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ( 2018-19) ପାଇଁ ଜାରି ହୋଇଛି ଆୟକର ରିଟର୍ଣ୍ଣ ଫର୍ମ । ତେବେ ଏହା ଅନ୍ୟ ବର୍ଷ ତୁଳନାରେ ଚଳିତଥର ଏଥିରେ ପରିବର୍ତ୍ତନ ହୋଇଛି । 23 ପେଜର ଏହି ଫର୍ମରେ କେବଳ ଆୟ ଡିଟେଲ୍ସ ନୁହେଁ ଦେଶର ବାସିନ୍ଦା ହିସାବରେ ଦେବାକୁ ପଡିବ ଅନେକ ତଥ୍ୟ । 2019 ଜୁଲାଇ 31 ଫର୍ମ ଭରିବାର ଶେଷ ତାରିଖ ।

ନୂଆ ଆରଟିଆର ଫର୍ମରେ ଟ୍ୟାକ୍ସ ଦାତାଙ୍କୁ ଭାରତରେ ବସବାସ କରିବାର ସଂଖ୍ୟା, ଅଣତାଲିକାଭୁକ୍ତ(ଅନଲିଷ୍ଟେଡ) ସେୟାର୍ସର ହୋଲ୍ଡିଙ୍ଗ ଓ ଟିଡିଏସ ଆଦି ଥିଲେ ତାହାର ପ୍ୟାନ ଭଳି ନୂଆ ସୂଚନା ମଗାଯାଇଛି । ବାର୍ଷିକ 5 ହଜାର ଠାରୁ ଅଧିକ ଆୟ ହେଉଥିବା ସମସ୍ତ ଚାକିରୀଆଙ୍କୁ ଆଇଟିଆର ଫର୍ମ-2ରେ ଭରିବାକୁ ପଡିବ । ତେବେ ବେତନଭୋଗୀଙ୍କ ପାଇଁ ଆଇଟିଆର-1ରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି ।

ଯେଉଁ ନାଗରିକଙ୍କ ମୋଟ ଆୟ 50 ଲକ୍ଷ କିମ୍ବ ତାଠାରୁ ଉର୍ଦ୍ଧ୍ବ ରହିଥିବ, ସେମାନଙ୍କୁ ଏହା ଭରିବାକୁ ପଡିଥାଏ । ଏଥିରେ ଦରମା, ହାଉସ ପ୍ରପର୍ଟି( ଘରଭଡା), ସୁଧରୁ ହେଉଥିବା ଆୟ ଆଦି ସାମିଲ ରହିଥାଏ । ବିଜ୍ଞପ୍ତି ଅନୁଯାୟୀ, ଏହି ଆଇଟିଆର ଫର୍ମକୁ କୌଣସି ବ୍ୟକ୍ତି ଦ୍ବାରା ବ୍ୟବହାର କରାଯାଇପାରିବ ନାହିଁ , ଯିଏ କୌଣସି କମ୍ପାନୀର ଡାଇରେକ୍ଟର କିମ୍ବା ଅନଲିଷ୍ଟେଡ ଇକ୍ୟୁଟି ସେୟାର ନିବେଶ କରିଥିବ ।

ପୂର୍ବରୁ ଗୋଟିଏ ଘର ଓ ବାର୍ଷିକ 50 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବେତନଭୋଗୀଙ୍କ ଆଇଟିଆର-1 ଭରିବାକୁ ପଡିଥାଏ । କିନ୍ତୁ ଏବେ ଯେଉଁ ବେତନଭୋଗୀ 5 ହଜାରରୁ ଅଧିକ ଆୟ କରେ, ସେ ଭରିବେ ଆଇଟିଆର ଫର୍ମ-2 ।

ଆଇଟିଆର -2 ହେଲା ଜଟିଳ

ଗତ ଥର ଅପେକ୍ଷା ଜଟିଳ ହୋଇପଡିଛି ଆଇଟିଆର-2 ଫର୍ମ । ଆୟକରଦାତା ପୂର୍ବରୁ 17 ପେଜ୍‌ ଭରୁଥିବାବେଳେ ଏବେ 23 ଫେଜ ଭରିବାରୁ ପଡିବ । ହେଲେ ଆଇଟିଆର-1 ଫର୍ମରେ କିଛି ପରିବର୍ତ୍ତନ ହୋଇନି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.