ETV Bharat / business

‘କୋରୋନା କବଚ ବୀମା’ ଆଣିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଲା ଇରଡା

author img

By

Published : Jun 29, 2020, 3:15 PM IST

କୋଭିଡ-19 ମହାମାରୀରୁ ସମାଜରେ ସମସ୍ତ ବର୍ଗଙ୍କୁ ବୀମା ସୁରକ୍ଷା ଯୋଗାଇଦେବା ପାଇଁ ପ୍ରଦାନ ହେବ ସର୍ଟ ଟର୍ମ ସ୍ବାସ୍ଥ୍ୟ ପଲିସି । ଏଥିପାଇଁ କୋରୋନା କବଚ ବୀମା ନାଁରେ କଭର ଆଣିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ଇରଡା । ଅଧିକ ପଢନ୍ତୁ..

Corona Kavach Policy
Corona Kavach Policy

ନୂଆଦିଲ୍ଲୀ: ଦେଶରେ କୋଭିଡ-19 ମହାମାରୀ ମାମଲା ବୃଦ୍ଧି ମଧ୍ୟରେ ଭାରତୀୟ ବୀମା ବିକାଶ ତଥା ନିୟାମକ ପ୍ରାଧିକରଣ(ଇରଡା)ର ଅନ୍ୟ ଏକ ପଦକ୍ଷେପ । ଜୁଲାଇ 10 ସୁଦ୍ଧା ସର୍ଟ ଟର୍ମ ମାନଦଣ୍ଡର କୋଭିଡ ଚିକିତ୍ସ ବୀମା ପଲିସି ଆଣିବାକୁ ବୀମା କମ୍ପାନୀଙ୍କୁ କହିଛି ଇରଡା ।

ଏ ସମ୍ବନ୍ଧରେ ଦିଶାନିର୍ଦ୍ଦେଶ ଜାରି କରି ଇରଡା କହିଛି କି, ବୀମା ପଲିସି ସାଢେ 3 ମାସ, ସାଢେ 6 ମାସ, ସାଢେ 9 ମାସର ରହିପାରିବ । ଷ୍ଟାଡାର୍ଡ କୋଭିଡ ବୀମା ପଲିସି 50 ହଜାର ଗୁଣକ ସଂରକ୍ଷଣ ସହ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ।

ନିୟାମକ କହିଛି କି ଏଭଳି ବୀମାର ନାଁ କୋରାନା କବଚ ବୀମା ହେବା ଦରକାର । କମ୍ପାନୀ ଏହା ପରେ ନିଜ ନାମ ଯୋଡିପାରିବ । ଏହି ବୀମା ଉତ୍ପାଦଗୁଡ଼ିକ ପାଇଁ ଗୋଟିଏ ପ୍ରିମିୟମ ଦେବାକୁ ପଡିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଏହାର ପ୍ରିମିୟମ ସମଗ୍ର ଦେଶରେ ସମାନ ହେବା ଦରକାର |

ଅଞ୍ଚଳ କିମ୍ବା ଭୌଗଳିକ ସ୍ଥିତି ହିସାବରେ ଏହି ବୀମା ଉତ୍ପାଦ ପାଇଁ ଅଲଗା ଅଲଗା ପ୍ରମିୟମ ହୋଇପାରିବ ନାହିଁ ।

ନିୟାମକ କହିଛି ଯେ ଏହି ବୀମା ଉତ୍ପାଦଗୁଡ଼ିକରେ କୋଭିଡ ଚିକିତ୍ସା ସହ ଅନ୍ୟାନ୍ୟ ପୁରୁଣା କିମ୍ବା ନୂତନ ରୋଗ ଚିକିତ୍ସାର କର୍ଚ୍ଚ ଅନ୍ତର୍ଭୂକ୍ତ କରାଯିବା ଉଚିତ। ଏହା ଅଧୀନରେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଏବଂ ପର ଖର୍ଚ୍ଚ, ଘରେ ଚିକିତ୍ସା, ଆୟୁଷ ସହିତ ଚିକିତ୍ସା ଖର୍ଚ୍ଚର କଭର ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.