ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସ୍ତ୍ରୀ ଅମୀ ମୋଦିଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି ଇଣ୍ଟପୋଲ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର 13,500 କୋଟି ଟଙ୍କା ଠକେଇ ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରିବା ପରେ ଇଣ୍ଟରପୋଲ ଏହି ବିଜ୍ଞପ୍ତି ଜାରି କରିଛି।
ପ୍ରକାଶ ଯେ, ପଳାତକ ନୀରବ ମୋଦିଙ୍କ ସ୍ତ୍ରୀ ଅମୀ ମୋଦି ଆମେରିକାର ନାଗରିକ । ହେଲେ ଏବେ ଏଇ ନୋଟିସ ପରେ ଅମୀ ମୋଦିଙ୍କ ଭାରତ ପ୍ରତ୍ୟାପଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଇଣ୍ଟରପୋଲ ଅମୀ ମୋଦିଙ୍କ ବିରୋଧରେ ଇଡିର ମନି ଲଣ୍ଡରିଂ ମାମଲାର ଯାଞ୍ଚ ଆଧାରରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି ।
ଇଣ୍ଟରପୋଲର ନୋଟିସ ଅନ୍ତରାଷ୍ଟ୍ରୀୟ ଆରେଷ୍ଟ ୱାରେଣ୍ଟ ଅଧିନରେ ହୋଇଥାଏ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ବିରୋଧରେ ଲଣ୍ଡନରେ ପ୍ରତ୍ୟାପଣ ମକଦ୍ଦମା ଚାଲିଛି । ସେ ଏବେ ଲଣ୍ଡନ ଜେଲରେ ବନ୍ଦୀ ଅଛନ୍ତି । ଭାରତର ଅନେକ ଏଜେନ୍ସି ନୀରବ ମୋଦିଙ୍କ ବିରୋଧରେ ଅନେକ ମାମଲା ରୁଜୁ କରିଛନ୍ତି ।