ନୂଆଦିଲ୍ଲୀ: କୋରୋନା ମହାମାରୀ ପ୍ରଭାବରେ 2020ରେ ବିଶ୍ବ ପର୍ଯ୍ୟଟନରେ 60ର 80 ପ୍ରତିଶତ ହ୍ରାସ ଦେଖଦେଇପାରେ । ଯେଉଁଥି ପାଇଁ 91000 କୋଟି ଡଲାରରୁ 1.2 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ । ଏଥିସହ ଲକ୍ଷାଧିକ ଜୀବିକା ବିପଦକୁ ଠେଲି ହୋଇଯିବ । ଜାତିସଂଘର ବିଶ୍ବ ପର୍ଯ୍ୟଟନ ସଙ୍ଗଠ(ୟୁଏନଡବ୍ଲୁଟିଓ) ଏ ନେଇ ରିପୋର୍ଟ ପ୍ରକାଶ କରିଛି ।
ୟୁଏନଡବ୍ଲୁଟିଓ କହିଛି କି, 2020 ପ୍ରଥମ ତ୍ରୈୟମାସରେ ସମଗ୍ର ଦୁନିଆରେ ପର୍ଯ୍ୟଟକ ସଂଖ୍ୟା 22 ପ୍ରତିଶତ କମିଛି । ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିବା କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ବିଶ୍ବ ପର୍ଯ୍ୟଟନ କ୍ଷେତ୍ର 2019 ତୁଳନାରେ 60ରୁ 80 ପ୍ରତିଶତ ହ୍ରାସ ହୋଇପାରେ ।
ଫଳରେ ଲକ୍ଷାଧିକ ନିଯୁକ୍ତି ସହ ନିରନ୍ତର ବିକାଶ ଲକ୍ଷ୍ୟ(ଏସଡିଜି) କ୍ଷେତ୍ରରେ ଯେଉଁ ସବୁ ବିକାଶ ଦେଖାଦେଇଛି ତାହା ହରେଇବା ଆଶଙ୍କା ବଢିଯାଇଛି ।
ଲକଡାଉନ ଯୋଗୁଁ ବାହାରକୁ ବାହାରିବା ମନା । ରେଳ, ଆକାଶ ପଥ ସହ ସଡକ ମାର୍ଗରେ ବି ଯାତାୟତ ଠପ ରହିଛି । ଏଥିସହ ସମସ୍ତ ପର୍ଯ୍ୟଟନ ସ୍ଥଳ ମଧ୍ୟ ବନ୍ଦ । ଯେଉଁଥିପାଇଁ ଚଳିତ ବର୍ଷର ପ୍ରଥମ ତ୍ରୈୟମାସରେ ସମଗ୍ର ବିଶ୍ବରେ ହାରାହାରୀ ପର୍ଯ୍ୟଟନ ଆଗମନ 22 ପ୍ରତିଶତ କମିଛି । ମାର୍ଚ୍ଚ ମାସରେ ଏହି କ୍ଷେତ୍ରରେ 57 ପ୍ରତିଶତ ହ୍ରାସ ଦେଖାଦେଇଛି ।
ୟୁଏନଡବ୍ଲୁଟିଓ ମହାସଚିବ ଜୁରାବ ପୋଲୋଲିକସଭିଲି କହିଛନ୍ତି କି, ବିଶ୍ବ ଏକ ଅଭୁତପୂର୍ବ ସ୍ବାସ୍ଥ ଓ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଏଥିଯୋଗୁଁ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି । ଏଥିସହ ଅର୍ଥବ୍ୟବସ୍ଥାର ସର୍ବାଧିକ ଶ୍ରମ ଆଧାରିତ ଏହି କ୍ଷେତ୍ରର ଲକ୍ଷ ଲକ୍ଷ ଚାକିରୀ ସଙ୍କଟରେ ପଡିଛି ।