ETV Bharat / business

କୋରୋନା ଭୟ: ଦୈନିକ 8 ହଜାର କମିଲେ ବିଦେଶ ଯାତ୍ରୀ

author img

By

Published : Mar 12, 2020, 4:34 PM IST

ଦେଶରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ସଂଖ୍ୟା ଦୈନିକ 70 ହଜାରରୁ ହ୍ରାସ ପାଇ 62 ହଜାରରେ ପହଞ୍ଚିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଏ ନେଇ ସୂଚନା ଦେଇଛନ୍ତି ।

international passengers arriving at the country's airports has reduced  of the coronavirus outbreak
କୋରୋନା ଭୟ: ଦୈନିକ 8 ହଜାର କମିଲେ ଅନ୍ତରାଷ୍ଟ୍ରୀୟ ଯାତ୍ରୀ

ନୂଆଦିଲ୍ଲୀ: ପର୍ଯ୍ୟଟନ ଶିଳ୍ପକୁ ପ୍ରବଳ ପ୍ରଭାବିତ କରୁଛି ପ୍ରାଣଘାତୀ କୋରୋନା ଭାଇରସ । ଏହାର ପ୍ରକୋପ ବଡୁଥିବା ଯୋଗୁଁ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଉଛି । ଫଳରେ ଦେଶରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ସଂଖ୍ୟା ଦୈନିକ 70 ହଜାରରୁ ହ୍ରାସ ପାଇ 62 ହଜାରରେ ପହଞ୍ଚିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଭାରତ ବିମାନ ବନ୍ଦରରେ ପହଞ୍ଚୁଥିବା ଅନ୍ତରାଷ୍ଟ୍ରୀୟ ଯାତ୍ରୀ ସଂଖ୍ୟା ଏବେ ଦୈନିକ 62 ହଜାର ରହିଛି । ଯାହାକି ପୂର୍ବରୁ ପ୍ରାୟ 70 ହଜାର ରହୁଥିଲା । କୋରୋନା ଭାଇରସରେ ଭୟରେ ଏଭଳି ସ୍ଥିତି ଉପୁଜିଛି । ତେବେ ଏହି ସଂଖ୍ୟା ଆଗକୁ 40 ହଜାରକୁ ଖସିପାରେ ବୋଲି ଆଶଙ୍କା କରାଯାଉଛି ।

ପ୍ରକାଶ ଯେ, କୋରୋନା ଭାଇରସ ଯୋଗୁଁ ଯାତ୍ରା ବାତିଲ ହେଉଛି । ଯେଉଁଥିପାଇଁ ତାଜମହଲ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଫେବୃଆରୀରେ ଫାଙ୍କା ଥିଲା । ଏହା ବ୍ୟତୀତ ସାବରୀମାଳା ମନ୍ଦିର ଅଧିକାରୀ ଶ୍ରଦ୍ଧାଳୁଙ୍କୁ ସେମାନଙ୍କ ତୀର୍ଥ ଯାତ୍ରା ସ୍ଥଗିତ ପାଇଁ ଅନୁରୋଧ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.