ETV Bharat / business

ସୁଧ ଉପରେ ସୁଧ ଛାଡ ସ୍କିମ: ଗୋଲ୍ଡ ଲୋନ ଗ୍ରାହକ ବି ପାଇବେ କ୍ୟାସବ୍ୟାକ

author img

By

Published : Nov 5, 2020, 10:15 PM IST

କୋରୋନା ସଙ୍କଟ ମଧ୍ୟରେ ଋଣ ଗ୍ରହିତାଙ୍କୁ ଆଶ୍ବସ୍ତି । ଏପରିକି ଗୋଲ୍ଡ ଲୋନ ନେଇଥିବା ଗ୍ରାହକଙ୍କୁ ବି ମିଳିବ ଚକ୍ରବୃଦ୍ଧି ସୁଧ ଛାଡ ଯୋଜନାର ଲାଭ । ଅଧିକ ପଢନ୍ତୁ..

ସୁଧ ଉପରେ ସୁଧ ଛାଡ ସ୍କିମ: ଗୋଲ୍ଡ ଲୋନ ଗ୍ରାହକ ବି ପାଇବେ  କ୍ୟାସବ୍ୟାକ
ସୁଧ ଉପରେ ସୁଧ ଛାଡ ସ୍କିମ: ଗୋଲ୍ଡ ଲୋନ ଗ୍ରାହକ ବି ପାଇବେ କ୍ୟାସବ୍ୟାକ

ବିଜନେସ ଡେସ୍କ, ଇଟିଭି ଭାରତ: କୋରୋନା ସଙ୍କଟ ମଧ୍ୟରେ ଋଣ ଗ୍ରହିତାଙ୍କୁ ଆଶ୍ବସ୍ତି । ଏପରିକି ଗୋଲ୍ଡ ଲୋନ ନେଇଥିବା ଗ୍ରାହକଙ୍କୁ ବି ମିଳିବ ଚକ୍ରବୃଦ୍ଧି ସୁଧ ଛାଡ ଯୋଜନାର ଲାଭ । ଏ ନେଇ ଗୁରୁବାର କେନ୍ଦ୍ର ସରକାର ସ୍ପଷ୍ଟ କରି କହିଛନ୍ତି ଯେ, ଗୋଲ୍ଡ ଲୋନ ଆକାଉଣ୍ଟ ବି ‘ ସୁଧ ଉପରେ ସୁଧ ଛାଡ ’ ଯୋଜନା ଅଧିନରେ ନିଜ ନିଜ ଋଣଦାତାଙ୍କ ଠାରୁ କ୍ୟାସବ୍ୟାକ ପାଇବାକୁ ଯୋଗ୍ୟ ହୋଇପାରିବେ ।

ଏହାର ଅର୍ଥ କି, ଗୋଲ୍ଡ ଲୋନ ନେଇଥିବା ବ୍ୟକ୍ତି 2020 ମାର୍ଚ୍ଚ ପହିଲାରୁ 2020 ଅଗଷ୍ଟ 31 ଅବଧି ମଧ୍ୟରେ ନିଜ ଋଣ ରାଶି ପାଇଁ ଦେଇଥିବା ସୁଧ ବାବଦରେ କୌଣସି ସୁଧର ପେମେଣ୍ଟ ପୁଣି ଫେରସ୍ତ ପାଇବେ ।

ଅର୍ଥମନ୍ତ୍ରାଳୟ କୋଭିଡ-19 ଏକ୍ସ-ଗ୍ରାଟିଆ ( Ex-Gratia) ଉପରେ ଜାରି ସୁଧ ହାରରେ ପାର୍ଥକ୍ୟ ପାଇଁ ଜାରି କରିଥିବା ବିବୃତ୍ତିରେ କହିଛି ଯେ, ବନ୍ଧକ ଭାବରେ ସୁନା ଦ୍ବାରା ସମର୍ଥିତ ଲୋକଙ୍କୁ ଉପଭୋଗ ଋଣରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

ଗାଇଡଲାଇନରେ ପ୍ରଥମେ କୁହାଯାଇଥିଲା କି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଋଣ, ଶିକ୍ଷା ଋଣ , ହୋମ ଲୋନ, ଉପଭୋକ୍ତା ଋଣ , କ୍ରେଡିଟ କାର୍ଡ ବକେୟା, ଅଟୋ ଋଣ , ବ୍ୟକ୍ତିଗତ ଓ ପ୍ରଫେସନାଲ ଭଳି ଶ୍ରେଣୀରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଋଣ ଗ୍ରହିତାଙ୍କୁ ଏହି ଯୋଜନାରେ ଲାଭ ମିଳିବ ।

ବ୍ୟାଙ୍କ ଓ ଏନବିଏଫସି 2020 ନଭେମ୍ବର 5ର ଟଙ୍କାକୁ କ୍ରେଡିଟ କରିବା ସମୟସୀମା ସହ ଆଜି ସମସ୍ତ ଋଣ ଖାତାରେ ଚକ୍ରବୃଦ୍ଧି ସୁଧ ଜମା କରିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ହୋମ ଲୋନ ନେଇଥିବା ଏକ ଉପଭୋକ୍ତାଙ୍କୁ ମିଳିଥିବା ମେସେଜରେ କୁହାଯାଇଛି ଯେ, ‘‘ ଆପଣଙ୍କ ଲୋନ Ac XXXXXXXX00000825 ପାଇଁ 925 ଟଙ୍କା ଜମା କରିଥିବାରୁ ଧନ୍ୟବାଦ ।

ସେହିଭଳି ଏଚଏଡିଏଫସି ବ୍ୟାଙ୍କର ଅନ୍ୟ ଏକ ଋଣ ଗ୍ରହିତାଙ୍କୁ ମେସେଜ ମିଳିଛି କି, ରିଫଣ୍ଡ ! 513 ଟଙ୍କାର ଋଣ Ac xx9743 ରେ ଜମା କରାଇଛି ।

ସରକାର ଅକ୍ଟୋବର ମାସରେ ସୁପ୍ରିମକୋର୍ଟରେ ଦାଖଲ ଏକ ଆଫିଡେଭିଟରେ କହିଥିଲେ କି, ଅର୍ଥମନ୍ତ୍ରାଳୟ ଏକ ଯୋଜନା ଜାରି କରିଛି । ଯାହା ଅନୁସାରେ ଋଣ ଦେଇଥିବା ସଂସ୍ଥାନ 2 କୋଟି ଯାଏଁ ଋଣ ଉପରେ ଏକତ୍ରିତ ଚକ୍ରବୃଦ୍ଧି ସୁଧ ଓ ସାଧାରଣ ସୁଧ ମଧ୍ୟରେ ରହିଥିବା ପାର୍ଥକ୍ୟର ଟଙ୍କା ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.