ETV Bharat / business

ଆସିଲା ନୂଆ ବୀମା ନିୟମ, ପଲିସିଧାରୀଙ୍କୁ ମିଳିବ ଏସବୁ ଫାଇଦା - Insurance Ombudsman

ବୀମା ଲୋକପାଳ ନିୟମ 2017ରେ ବ୍ୟାପକ ସଂଶୋଧନ ବିଷୟରେ ସୂଚନା ଦେଇଛନ୍ତି ସରକାର । ଏହା ଅଧିନରେ ପଲିସିଧାରୀଙ୍କ ସମସ୍ୟା ଶୀଘ୍ର ଓ ନିରପେକ୍ଷ ଭାବେ ହେବ ସମାଧାନ । ଅଧିକ ପଢନ୍ତୁ...

ଆସିଲା ନୂଆ ବୀମା ନିୟମ , ପଲିସିଧାରୀଙ୍କୁ ମିଳିବ ଏସବୁ ଫାଇଦା

author img

By

Published : Mar 4, 2021, 4:53 PM IST

ନୂଆଦିଲ୍ଲୀ: ବୀମା ସେବା ଅଭାବ ସମ୍ବନ୍ଧୀୟ ଅଭିଯୋଗର ସଠିକ ସମୟରେ ସମାଧାନ କରିବାକୁ କେନ୍ଦ୍ର ସରକାର ବୀମା ଲୋକପାଳ ନିୟମରେ ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତ । ନୂଆ ନିୟମ ଅଧିନରେ ବୀମା କମ୍ପାନୀ, ଏଜେଣ୍ଟ, ଦଲାଲ ଓ ଅନ୍ୟ ମଧ୍ୟସ୍ଥ ପକ୍ଷରୁ ସେବାରେ ଅଭାବ ମଧ୍ୟରେ ବିବାଦକୁ ଲୋକପାଳ ପାଖରେ ପହଞ୍ଚାଇବା ଅଧିନରେ ଅଣାଯାଇଛି । ଏହା ଦ୍ବାରା ବୀମା ସେବାରେ କୌଣସି ପ୍ରକାର ଅଭାବ ସମ୍ବନ୍ଧରେ ଅଭିଯୋଗର ଶୀଘ୍ର ସମାଧାନ ହାସଲ ହୋଇପାରିବ । କୁହାଯାଉଛି କି ଏହା ଏହା ଫଳରେ ପଲିସି ହୋଲ୍ଡର୍ସ ଅର୍ଥାତ ବୀମାଧାରୀଙ୍କୁ ଫାଇଦା ମିଳିବ ।

ବର୍ତ୍ତମାନ ସମୟରେ ବହୁ ଲୋକ ବୀମା ପଲିସି ଆପଣାଉଛନ୍ତି । ଆଉ ବିଭିନ୍ନ ସ୍ଥିତିରେ ସେମାନଙ୍କ ସମସ୍ୟା ବି ବଢୁଛି । ଏଣୁ ନୂଆ ନିୟମ ଅନୁସାରେ ଗ୍ରାହକମାନେ ଅନଲାଇନରେ ସେମାନଙ୍କ ଅଭିଯୋଗ କରିପାରିବେ । ବୀମା ସମ୍ବନ୍ଧୀୟ ଅଭିଯୋଗ ଓ ନିରପେକ୍ଷ ସମାଧାନ ପାଇଁ ମାର୍ଚ୍ଚ 2 ରେ ସରକାର ବୀମା ଲୋକପାଳ ନିୟମ 2017 ରେ ସଂଶୋଧନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । । ଏହି ସଂଶୋଧିତ ନିୟମ ଅନୁସାରେ ସମସ୍ତ ତ୍ରୁଟି ଅଭିଯୋଗ ସହଜରେ ହୋଇପାରିବେ । ପଲିସିଧାରୀ ଏବେ ସେମାନଙ୍କ ଅଭିଯୋଗକୁ ଇଲେକ୍ଟ୍ରୋନିକ ଭାବେ ଓମ୍ଫେଡ୍ସମ୍ୟାନ୍ ପାଖରେ ଦାଖଲ ପରେ ଅନଲାଇନରେ ତାଙ୍କ ଅଭିଯୋଗ ଅପଡେଟକୁ ଟ୍ରାକ କରିପାରିବେ । ଏହା ଅଧିନରେ ବୀମା କମ୍ପାନୀମାନଙ୍କୁ ଏକ କମ୍ପେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ତିଆରି କରିବାକୁ ହେବ । ଫଳରେ ପଲିସିଧାରକ ଲୋକପାଳ ସହ ଡିଜିଟାଲ ଭାବେ ଅଭିଯୋଗ ଦାଖଲ କରିବା ସହ ତାହାର ସ୍ଥତି ଜାଣିପାରିବ । ଏହା ବ୍ୟତିତ ଲୋକପାଳ ଶୁଣାଣୀ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବହାର କରିପାରେ ।

ବୀମା ଲୋକପାଳ ହେଉଛି ବୀମାଭୁକ୍ତ ଗ୍ରାହକଙ୍କ ଅଭିଯୋଗ ଓ ସେମାନଙ୍କ ସମସ୍ୟାର ସାମାଧାନ କରିବା । ଏଥିପାଇଁ ସରକାର ଏକ ସ୍କିମ କାର୍ଯ୍ୟକାରୀ କରିଥିଲେ । ଦେଶର 17 ସହରରେ ବୀମା ଲୋକପାଳ ଅଫିସ ରହିଛି । ଆପଣଙ୍କ ନିକଟସ୍ଥ ବୀମା କମ୍ପାନୀ କାର୍ଯ୍ୟାଳୟ ପରିସର ଅନୁସାରେ ଅଭିଯୋଗ କରି ସଂପୃକ୍ତ ବୀମା ଲୋକପାଳ ସହ ଯୋଗାଯୋଗ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.