ETV Bharat / business

ଆରବିଆଇର ଆଶଙ୍କା, ବଢିବ ମୁଦ୍ରାସ୍ପୀତି ! - Inflation

ଲକଡାଉନ ଯୋଗୁଁ ଚାହିଦା ଓ ଯୋଗାଣରେ ପାର୍ଥକ୍ୟ ଦେଖାଦେଇଛି । ଚାହିଦା ବଢୁଥିବା ବେଳେ ଯୋଗାଣ ନାହିଁ । ମୁଦ୍ରାସ୍ଫୀତି ଦୃଷ୍ଟିକୋଣ ଅତ୍ୟନ୍ତ ଅନିଶ୍ଚିତ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି । ଅଧିକ ପଢନ୍ତୁ...

Inflation outlook highly uncertain: RBI Governor Shaktikanta Das
ଆରବିଆଇର ଆଶଙ୍କା, ବଢିବ ମୁଦ୍ରାସ୍ପୀତି !
author img

By

Published : May 22, 2020, 12:42 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ରହିଛି ।ଚାହିଦା ତୁଳନାରେ ଉତ୍ପାଦନ ହ୍ରାସ ପାଇଛି । ଏଥିଯୋଗୁଁ ଦରଦାମ ମଧ୍ୟ ବଢୁଥିବା ନଜର ଆସିଛି । ଏ ନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ମଧ୍ୟ ଆଶଙ୍କା ପ୍ରକାଶ କରିଛି ।

ଶକ୍ତିକାନ୍ତ କହିଛନ୍ତି ଯେ, ଲକଡାଉନ ଯୋଗୁଁ ଦରଦାମ ବଢିପାରେ । ଏଣୁ FCI ରୁ ଶସ୍ୟ ଯୋଗାଣ ବୃଦ୍ଧି କରାଯିବା ଉଚିତ । ଏଥିସହ ଆମଦାନୀ ଶୁଳ୍କର ସମୀକ୍ଷା ଆବଶ୍ୟକ ରହିଛି । ଡାଲିରେ ମୁଦ୍ରାସ୍ଫୀତିର ଉଚ୍ଚ ସ୍ତର ଉଦବେଗଜନକ । ତେବେ ଦେଶରେ ରବି ଫସଲ ଭଲ ହୋଇଛି । ପ୍ରତିକୂଳ ଜଳବାୟୁ ଓ କୃଷିରୁ ବହୁତ ଆଶା ରହିଛି ।

ତେବେ ଚାହିଦା ଓ ଯୋଗାଣ ମଧ୍ୟରେ ତାରତମ୍ୟ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଥମିଯାଇଛି । ସରକାରୀ ପ୍ରୟାସ ଓ ଆରବିଆଇ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ସେପ୍ଟେମ୍ବର ପରେ ଦେଖାଇବା ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.